୫୬,୦୦୦ ଉପରେ ସୁନା ଦର

ନୂଆଦିଲ୍ଲୀ,୧୦।୧: ଗତ କିଛିଦିନ ହେଲା ସୁନାଜାତ ସାମଗ୍ରୀ ସାଙ୍ଗକୁ ରୁପା ଓ ହୀରାର ଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏପରିକି ସୋମବାର ସୁନା ଦର ୫୬,୦୦୦ଟଙ୍କା ଟପି ଯାଇଥିବା ସୂଚନା ମିଳିଛି। ଏ ନେଇ ମଧ୍ୟ ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ୱେବସାଇଟ୍‌ରେ ମଧ୍ୟ ସୂଚିତ କରାଯାଇଛି। ଜାନୁୟାରୀ ୯ ତାରିଖରେ ଦିଲ୍ଲୀରେ ସୁନା ମୂଲ୍ୟ ପ୍ରାୟ ୮୦୦ ଟଙ୍କା ବଢ଼ିଥିବା ବେଳେ ଅନ୍ୟ ପ୍ରମୁଖ ସହରରେ ୫୦୦ରୁ ୭୦୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ସୁନାର ନୂଆ ମୂଲ୍ୟ ୫୬,୩୩୬ ଟଙ୍କା ହୋଇଯାଇଛି। ଏହା ପୂର୍ବରୁ ୨୦୨୦ରେ ସୁନା ସବୁଠାରୁ ୧୦ ଗ୍ରାମ୍‌ ପ୍ରତି ମୂଲ୍ୟ ୫୬, ୨୦୦ ଟଙ୍କା ରହିଥିଲା। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଚଳିତ ବର୍ଷ ସୁନା ମୂଲ୍ୟ ୬୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମ୍‌ ଯାଇପାରେ। ତେବେ କେବଳ ସୁନା ନୁହେଁ ଆଜି ରୁପା ମୂଲ୍ୟରେ ବି ଅହେତୁକ ବୃଦ୍ଧି ହୋଇଛି। ସୋମବାର ରୁପା ୧୧୮୬ ଟଙ୍କା ବଢ଼ି କେଜି ୬୯,୦୭୪ ଟଙ୍କା ହୋଇଛି। ଜାନୁୟାରୀ ୬ ତାରିଖରେ ରୁପା ମୂଲ୍ୟ ୬୭,୮୮୮ ଥିଲା। ୨୦୨୨ ସୁନା-ରୁପା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିଲା। ଏପରିକି ସୁନା ଓ ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୨ରେ ସୁନା ମୂଲ୍ୟ ୬,୫୮୮ ଟଙ୍କା ବଢ଼ି ୧୦ ଗ୍ରାମ ପ୍ରତି ମୂଲ୍ୟ ୪୮,୨୭୯ରୁ ୫୪,୮୬୭ ହୋଇଛି। ସେହିଭଳି ରୁପା ମଲ୍ୟ କେଜି ପ୍ରତି ୬୨,୦୩୫ରୁ ବଢ଼ି ୬୮,୦୯୨ ହୋଇଛି। ଅର୍ଥାତ ବର୍ଷକ ଭିତରେ ରୁପା ମୂଲ୍ୟରେ ୬,୦୬୭ ଟଙ୍କା ବୃଦ୍ଧି ହୋଇଛି। ୨୦୨୩ରେ ସୁନା ମୂଲ୍ୟ ୬୪ ହଜାର ପର୍ଯ୍ୟନ୍ତ ଯିବ ବୋଲି ଏକ୍ସପର୍ଟମାନେ କହୁଛନ୍ତି। ଦେଶ ସ୍ବାଧୀନ ପରଠାରୁ ୭୫ ବର୍ଷ ଭିତରେ ସୁନା ଦାମ ୬୩୧ ଗୁଣା ବଢ଼ିଛି। ବିଗତ ୭୫ ବର୍ଷ ଭିତରେ ସୁନା ଓ ରୁପା ମୂଲ୍ୟ ଦ୍ରୁତ ଗତିରେ ବଢ଼ିଛି। ୧୯୪୭ ମସିହାରେ ଯେବେ ଦେଶ ସ୍ବାଧିନ ହେଲା ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୮.୬୨ ଟଙ୍କା ଥିଲା। ହେଲେ ଏବେ ସୁନା ମୂଲ୍ୟ ୫୬ ହଜାର ଅତିକ୍ରମ କରିଛି। ଅର୍ଥାତ ସେବେଠାରୁ ସୁନା ମୂଲ୍ୟ ୬୩୧ ଗୁଣା(୬୩୧୯୮ ପ୍ରତିଶତ) ବଢ଼ିଛି। ସେହିଭଳି ରୁପା ମୂଲ୍ୟରେ ବି ୬୪୪ ଗୁଣା ବୃଦ୍ଧି ହୋଇଛିd ୧୯୪୭ରେ ରୁପା ମୂଲ୍ୟ କେଜି ପ୍ରତି ୧୦୭ ଟଙ୍କା ଥିଲା। ହେଲେ ଏବେ ୬୯,୦୭୪ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri