ଝିଅ ବାହାଘର ପାଇଁ ରଖିଥିଲେ ସୁନା ଗହଣା, ସବୁ ଲୁଟିନେଲେ ଦୁର୍ବୃତ୍ତ

ହାଟଡିହୀ,୭ା୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଗୋପ ଗ୍ରାମରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ କେସ୍‌ ନଂ ୨୧୭/୨୦୨୪ରେ ଏକ ମାମଲା ରୁଜୁ କରିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୋଗରୁ ଜଣାଯାଇଛି ଯେ, ଅବସରପ୍ରାପ୍ତ ତହସିଲ କର୍ମଚାରୀ ହାଟଡିହୀ ପଞ୍ଚାୟତ ଗୋପ ଗ୍ରାମର ଯତୀନ୍ଦ୍ର ବୈଠାଙ୍କ ପରିବାର ଲୋକ ଶନିବାର ରାତିରେ ଖାଇପିଇ ଶୋଇଥିଲେ। କିନ୍ତୁ ଅନ୍ୟ ଏକ କୋଠରିରେ ଥିବା ଆଲମାରିରେ ସୁନା, ଗହଣା ଏବଂ ଟଙ୍କା ରଖିଥିଲେ। କିନ୍ତୁ ସେହି ଘରେ କେହି ଶୋଇ ନ ଥିଲେ। ଫଳରେ ଚୋରମାନେ ଏହାର ସୁଯୋଗ ନେଇ ଘରର ପଛପଟ ଝରକା ଗ୍ରୀଲ୍‌ ଭାଙ୍ଗି ଦେଇ ଘର ଭିତରେ ପଶିଥିଲେ।  ଏଥିସହ ଘର ଭିତର ପଟୁ କବାଟ ଦେଇ ଲୁଟ୍‌ପାଟ କରି ଫେରାର ହୋଇଯାଇଥିଲେ। ପରିବାର ଲୋକ ଉକ୍ତ କୋଠରିକୁ ଯିବାକୁ ଚାହିଁଲା ବେଳକୁ କବାଟ ଖୋଲି ନ ଥିଲା। ଘର ପଛପଟକୁ ଯାଇ ଦେଖିଲା ବେଳକୁ ଝରକା ଗ୍ରୀଲ୍‌ ଭାଙ୍ଗିଛି। ଝିଅ ବାହାଘର ପାଇଁ ଆଗୁଆ କିଣିକି ଘରେ ରଖିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା, ଗହଣା, ଅଳଙ୍କାର ସବୁ ଚୋରି ହୋଇଥିବା ବେଳେ ୧୦ ହଜାର ଟଙ୍କା ମଧ୍ୟ ଚୋରି ହୋଇଯାଇଛି। ରାଣୀହାର ୧ଟା, ହାର ୨ଟା, ସୁନା ବଳା ୧ହଳ, ସୁନା କାନଫୁଲ ୩ହଳ, ଚେନ୍‌ ୧ଟା, ସୁନା ମୁଦି ୩ଟା ଚୋରି ହୋଇଛି। ଫଳରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ଅଭିଯୋଗକାରୀଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝି ତଦନ୍ତ ଚଳାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ଦେଶ ସତ୍ତ୍ୱେ ଗୀତାଞ୍ଜଳିଙ୍କୁ ଦିଆଯାଉନି ନିଯୁକ୍ତି: ପରିବାର ସହିତ ସାମୂହିକ ଆତ୍ମାହୂତି ଦେବାକୁ ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

ଅମରପାଲି,୨୨ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳି ସାହୁଙ୍କୁ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ନିଯୁକ୍ତି ଦିଆଯାଉନାହିଁ। ଏହି କାରଣରୁ ସେ...

କାଉଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୧୭ ଆହତ

ଯାଜପୁର,୨୨।୭: ଯାଜପୁରରେ ସୋମବାର ଏକ ସଡ଼କ ଦୁର୍ଘଟଣା ହୋଇଛି। କାଉଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୭ କାଉଡିଆ ଆହତ ହୋଇଛନ୍ତି। ସେମାନଙ୍କୁ...

ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: କହିଲେ, ଏହି ପ୍ରସଙ୍ଗରେ…

ଭୁବନେଶ୍ୱର,୨୨।୭: ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ରାଜ୍ୟରେ ଭାଜପା ସରକାରର ଏହା ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ୨୪ବର୍ଷ ପରେ ବିଜେଡି ବିରୋଧୀ...

ଆଜି ଶ୍ରାବଣର ପ୍ରଥମ ସୋମବାର

ଭୁବନେଶ୍ୱର,୨୨ା୭(ସୂର୍ଯ୍ୟକାନ୍ତ ବେହେରା):ଶ୍ରାବଣ ମାସର ପ୍ରଥମ ସୋମବାର। ଶୈବପୀଠରେ ଜଳଲାଗି ପାଇଁ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିବ। ଜଳ ଉଠାଇବାଠାରୁ ଠାକୁରଙ୍କ ଜଳଲାଗି ପର୍ଯ୍ୟନ୍ତ...

ଆଜିଠୁ ଯୁକ୍ତ୨ ନାମଲେଖା

ଭୁବନେଶ୍ୱର,୨୨ା୭(ଅସମାପିକା ସାହୁ):୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହେବ। ମୋଟ ୪,୨୬,୪୭୨ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ...

୨୫ରେ ରାଜ୍ୟ ବଜେଟ: ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୨୨। ୭(ସୁନିତ୍‌ ମିଶ୍ର):ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ...

ଅଧିବେଶନ ପୂର୍ବରୁ ଶାସକ-ବିରୋଧୀ ପ୍ରସ୍ତୁତ:ବିରୋଧୀଙ୍କୁ ପାଲଟା ଆକ୍ରମଣ ପାଇଁ ଭାଜପାର ରଣନୀତି

ଭୁବନେଶ୍ୱର, ୨୨। ୭(ସୁନିତ୍‌ ମିଶ୍ର):ବିଧାନସଭା ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ରାଜ୍ୟରେ ଭାଜପା ସରକାରର ଏହା ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ୨୪ବର୍ଷ ପରେ...

ଭାଜପାରେ ଫାଟ: ଜୟନାରାୟଣ ମିଶ୍ରଙ୍କୁ ଜିଲା ସଭାପତିଙ୍କ ଚ୍ୟାଲେଞ୍ଜ

ସମ୍ବଲପୁର,୨୨ା୭(ଭବାନୀ ଶଙ୍କର ଭୋଇ ):ସମ୍ବଲପୁର ଭାଜପା ଜିଲା ସଭାପତି ଗିରୀଶ ପଟେଲଙ୍କ ଜନ୍ମଦିନ ଅବସରରେ ରବିବାର ନୟାପଡାରେ ଉଦ୍‌ଘାଟିତ ହୋଇଛି ଜିଲା ସଭାପତିଙ୍କ ଦଳୀୟ କାର୍ଯ୍ୟାଳୟ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri