ଚିନ୍ତାରେ ସୁନା ଶିଳ୍ପ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୭: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଏହାର ଅଣ୍ଟାକୁ ଭାଙ୍ଗି ଦେଇଛି। ଏହି ସମୟରେ ସୁନା ଦର ଲଗାତର ଭାବେ ବଢୁଥିବା ନଜରକୁ ଆସିଛି। ଏଭଳି ଲଗାତର ସୁନା ଦର ବଢ଼ି ଚାଲିଲେ ଏହା ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସୁନା ମୂଲ୍ୟ ବଢିବା ଯୋଗୁ ଏହା ଉପଭୋକ୍ତା ଚାହିଦା ଉପରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି। କୋଭିଡ୍‌ ଭଳି ସ୍ଥିତିରେ ସୁନା ବର୍ତ୍ତମାନ ନୂଆ ରେକର୍ଡ ସ୍ତରରେ ରହିଛି। ଶୁକ୍ରବାର ମୁମ୍ବାଇରେ ସୁନା ୫୦,୯୧୯ ଟଙ୍କା ଛଇଁଥିବା ବେଳେ ନୂଆଦିଲ୍ଲୀରେ ୫୧,୯୪୬ ଟଙ୍କା ରହିଥିଲା। ସର୍ବଭାରତୀୟ ରତ୍ନ ଏବଂ ଆଭୂଷଣ ପରିଷଦର ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ କହିଛନ୍ତି ଯେ, ଚାହିଦା ପୂର୍ବରୁ ପ୍ରଭାବିତ ହୋଇ ରହିଛି। ଆର୍ଥତ୍କ ମାନ୍ଦାବସ୍ଥା, ରୋଜଗାରକୁ ନେଇ ଅନିଶ୍ଚିତତା, ବର୍ତ୍ତମାନର ଲକ୍‌ଡାଉନ ଏବଂ କୋଭିଡ୍‌ ପାଇଁ ସାମାଜିକ ଦୂରତା ଯୋଗୁ ୨୦ରୁ ୨୫% କାରବାର କରି ହେଉଛି।
ବିଶ୍ୱ ବଜାରରେ ସୁନା ୯ ବର୍ଷର ସର୍ବୋଚ୍ଚ ସ୍ତର ୧୯୦୦ ଡଲାର ରହିଛି। ବର୍ତ୍ତମାନ ସୋସିଆଲ ଡିଷ୍ଟାନ୍ସ ଯୋଗୁ ବାହାଘର ବହୁ କମ୍‌ ଲୋକଙ୍କୁ ନେଇ ହେଉଛି। ଫଳରେ ଲୋକମାନେ ବଡ ଆୟୋଜନ ସହ ବାହାଘର କରୁନାହାନ୍ତି। ଫଳରେ ସୁନା କ୍ରୟ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ବର୍ତ୍ତମାନ ଦର ବୃଦ୍ଧି ଘଟୁଥିବାରୁ ଲୋକମାନେ କିଣାକିଣି କରିବାକୁ ଆଗଭର ହେଉନାହାନ୍ତି। ସୁନା ୫୦ ହଜାର ଟପିବା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ବୋଲି ଜଣେ ବିଶେଷଜ୍ଞ କୁହନ୍ତି। ଜାନୁୟାରୀ ୨୦୧୯ ପରଠାରୁ ସୁନା ବର୍ତ୍ତମାନ ସମୟ ଯାଏ ପ୍ରାୟ ୬୦% ବୃଦ୍ଧି ପାଇଛି। ଅଗଷ୍ଟ ୨୦୧୯ ପରଠାରୁ ଏଥିରେ ବିଶେଷ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଡଲାର ଉଚ୍ଚତମ ସ୍ତରରେ ନ ଥିଲେ ମଧ୍ୟ ସୁନା ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି।
୬୫ ହଜାର ସ୍ତର ଛୁଇଁପାରେ
କୋଭିଡ୍‌ ଯୋଗୁ ସୁନା ବଜାର କ୍ଷତିଗ୍ରସ୍ତ ହୋଇଛି। କମ୍‌ ମୂଲ୍ୟର ପ୍ରଡକ୍ଟ ଉପରେ ଗ୍ରାହକ ଏବେ ଫୋକସ କରୁଛନ୍ତି। ସୁନା ବର୍ତ୍ତମାନ ନିବେଶର ବିକଳ୍ପ ହୋଇଛି। ଆଗାମୀ ୧୨ ମାସରେ ସୁନା ଆହୁରି ବଢ଼ିବା ନେଇ ଶିଳ୍ପ ସହ ଜଡିତ ଜଣେ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଆଗାମୀ ଗୋଟିଏ ବର୍ଷରେ ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟଙ୍କା ଛୁଇଁପାରେ ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହା ୨୫୦୦ ଡଲାର ଛୁଇଁପାରେ ବୋଲି ଆକଳନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri