ଚିନ୍ତାରେ ସୁନା ଶିଳ୍ପ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୭: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଏହାର ଅଣ୍ଟାକୁ ଭାଙ୍ଗି ଦେଇଛି। ଏହି ସମୟରେ ସୁନା ଦର ଲଗାତର ଭାବେ ବଢୁଥିବା ନଜରକୁ ଆସିଛି। ଏଭଳି ଲଗାତର ସୁନା ଦର ବଢ଼ି ଚାଲିଲେ ଏହା ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସୁନା ମୂଲ୍ୟ ବଢିବା ଯୋଗୁ ଏହା ଉପଭୋକ୍ତା ଚାହିଦା ଉପରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି। କୋଭିଡ୍‌ ଭଳି ସ୍ଥିତିରେ ସୁନା ବର୍ତ୍ତମାନ ନୂଆ ରେକର୍ଡ ସ୍ତରରେ ରହିଛି। ଶୁକ୍ରବାର ମୁମ୍ବାଇରେ ସୁନା ୫୦,୯୧୯ ଟଙ୍କା ଛଇଁଥିବା ବେଳେ ନୂଆଦିଲ୍ଲୀରେ ୫୧,୯୪୬ ଟଙ୍କା ରହିଥିଲା। ସର୍ବଭାରତୀୟ ରତ୍ନ ଏବଂ ଆଭୂଷଣ ପରିଷଦର ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ କହିଛନ୍ତି ଯେ, ଚାହିଦା ପୂର୍ବରୁ ପ୍ରଭାବିତ ହୋଇ ରହିଛି। ଆର୍ଥତ୍କ ମାନ୍ଦାବସ୍ଥା, ରୋଜଗାରକୁ ନେଇ ଅନିଶ୍ଚିତତା, ବର୍ତ୍ତମାନର ଲକ୍‌ଡାଉନ ଏବଂ କୋଭିଡ୍‌ ପାଇଁ ସାମାଜିକ ଦୂରତା ଯୋଗୁ ୨୦ରୁ ୨୫% କାରବାର କରି ହେଉଛି।
ବିଶ୍ୱ ବଜାରରେ ସୁନା ୯ ବର୍ଷର ସର୍ବୋଚ୍ଚ ସ୍ତର ୧୯୦୦ ଡଲାର ରହିଛି। ବର୍ତ୍ତମାନ ସୋସିଆଲ ଡିଷ୍ଟାନ୍ସ ଯୋଗୁ ବାହାଘର ବହୁ କମ୍‌ ଲୋକଙ୍କୁ ନେଇ ହେଉଛି। ଫଳରେ ଲୋକମାନେ ବଡ ଆୟୋଜନ ସହ ବାହାଘର କରୁନାହାନ୍ତି। ଫଳରେ ସୁନା କ୍ରୟ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ବର୍ତ୍ତମାନ ଦର ବୃଦ୍ଧି ଘଟୁଥିବାରୁ ଲୋକମାନେ କିଣାକିଣି କରିବାକୁ ଆଗଭର ହେଉନାହାନ୍ତି। ସୁନା ୫୦ ହଜାର ଟପିବା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ବୋଲି ଜଣେ ବିଶେଷଜ୍ଞ କୁହନ୍ତି। ଜାନୁୟାରୀ ୨୦୧୯ ପରଠାରୁ ସୁନା ବର୍ତ୍ତମାନ ସମୟ ଯାଏ ପ୍ରାୟ ୬୦% ବୃଦ୍ଧି ପାଇଛି। ଅଗଷ୍ଟ ୨୦୧୯ ପରଠାରୁ ଏଥିରେ ବିଶେଷ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଡଲାର ଉଚ୍ଚତମ ସ୍ତରରେ ନ ଥିଲେ ମଧ୍ୟ ସୁନା ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି।
୬୫ ହଜାର ସ୍ତର ଛୁଇଁପାରେ
କୋଭିଡ୍‌ ଯୋଗୁ ସୁନା ବଜାର କ୍ଷତିଗ୍ରସ୍ତ ହୋଇଛି। କମ୍‌ ମୂଲ୍ୟର ପ୍ରଡକ୍ଟ ଉପରେ ଗ୍ରାହକ ଏବେ ଫୋକସ କରୁଛନ୍ତି। ସୁନା ବର୍ତ୍ତମାନ ନିବେଶର ବିକଳ୍ପ ହୋଇଛି। ଆଗାମୀ ୧୨ ମାସରେ ସୁନା ଆହୁରି ବଢ଼ିବା ନେଇ ଶିଳ୍ପ ସହ ଜଡିତ ଜଣେ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଆଗାମୀ ଗୋଟିଏ ବର୍ଷରେ ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟଙ୍କା ଛୁଇଁପାରେ ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହା ୨୫୦୦ ଡଲାର ଛୁଇଁପାରେ ବୋଲି ଆକଳନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?