ନୂଆଦିଲ୍ଲୀ,୪।୨: କ୍ରମାଗତ ହ୍ରାସ ପରେ ବୁଧବାର ପୁଣି ବଢ଼ିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬ ହଜାର ୬୬୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬ ହଜାର ୫୦ ଟଙ୍କା ବୃଦ୍ଧି ହୋଇଛି। ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କାରେ ପହଞ୍ଚିଛି। ଏହାସହ ରୁପା କେଜି ପିଛା ୨୦ ହଜାର ବଢ଼ି ୩ ଲକ୍ଷ ୨୦ ହଜାର ଟଙ୍କା ହୋଇଛି।
Dharitri – Odisha’s No.1 Odia Daily

