ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି । ମୃତ ଯୁବକ ଜଣଙ୍କ ଆନ୍ଧ୍ର ପ୍ରଦେଶ କାବିଟି ଥାନା ଅଧୀନ କପାସ କୁଦି ଗ୍ରାମର ଭି. ଚିନ୍ନା (୩୬) ବୋଲି ସୂଚନା ମିଳିଛି । ଖବର ଲେଖା ହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ଥାନା ଅଧୀନସ୍ଥ ମାର୍କଣ୍ଡି ସମୁଦ୍ର ବେଳାଭୂମି ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବା ଖବର ବ୍ୟପି ଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଯୁବକ ଜଣଙ୍କ ଆନ୍ଧ୍ରପ୍ରଦେଶ କାବିଟି ଥାନା ଅଧୀନ କପାସକୁଦି ଗ୍ରାମର ଭି. ଚିନ୍ନା ବୋଲି ଜାଣିବାକୁ ପାଇଥିଲାl ମୃତ ଯୁବକଙ୍କ ବେକରେ ଗଭୀର କଟା ଚି଼ହ୍ନ ରହିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ମୃତ ଚିନ୍ନା ଗତ ୧୪ ତାରିଖରୁ ଗ୍ରାମରେ ନ ଥିବା ଏବଂ କାବିଟି ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି l କେହି ଦୁର୍ବୃତ୍ତ ହତ୍ୟା କରି ସମୁଦ୍ରରେ ଫୋପାଡ଼ି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି l ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛିl ଶନିବାର ପରିବାରବର୍ଗ ଗୋଳନ୍ଥରା ଆସିବେ ବୋଲି ଜଣାପଡିଛିl ମୃତ ଚିନ୍ନାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । କି ଭଳି କେଉଁ ପରିସ୍ଥିତି ଚିନ୍ନାଙ୍କ ମୃତ୍ୟୁ ହେଲା ତାହା ପୋଲିସ ସଠିକ ତଦନ୍ତ କରି ଜଣା ପଡ଼ିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିବାର ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଧାନବିକ୍ରି ସମସ୍ୟା ଲାଗି ରହିଛି। ବିକ୍ରି ପାଇଁ...

ବ୍ରିଜ୍‌ ଭୁଶୁଡ଼ି ୨ ମୃତ, ଅନେକେ ନିଖୋଜ

ପୁଣେ,୧୫ା୬: ମହରାଷ୍ଟ୍ରର ପୁଣେରେ ପ୍ରବଳ ବର୍ଷା ଯୋଗୁ ରବିବାର ଏକ ବ୍ରିଜ୍‌ ଭୁଶୁଡ଼ିଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ...

ସାଇପ୍ରସ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ନିକୋସିଆ, ୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସ୍‌ରେ ପହଞ୍ଚିଛନ୍ତି। ୨ ଦିନିଆ ଗସ୍ତର ପ୍ରଥମ ଭାଗରେ ସେ ସାଇପ୍ରସ୍‌ ଓ କ୍ରୋଏସିଆରେ ଦ୍ୱିପାକ୍ଷିକ ଆଲୋଚନାରେ...

ପ୍ରଶାସନର ବଡ଼ ପଦକ୍ଷେପ: ବନ୍ଦ ରହିବ ହୋଟେଲ, ଢାବା

ବରୀ,୧୫।୬: ଯାଜପୁର ଜିଲାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଯାଜପୁର ଜିଲା ବରୀ ଅଞ୍ଚଳରେ...

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା...

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୬: ଯାଜପୁର ଓ କେନ୍ଦୁଝର ଜିଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଜିଲାର ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ମୁଖ୍ୟମନ୍ତ୍ରୀ...

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri