ଗୋଦ୍‌ରେଜ୍‌ର ଲିକ୍‌ ପ୍ରୁଫ୍‌ ସ୍ପ୍ଲିଟ୍‌ ଏୟାର କଣ୍ଡିସନର

ଭୁବନେଶ୍ୱର,୧୭।୨:ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଆଣ୍ଟି ଲିକ୍‌ ପ୍ରଯୁକ୍ତିକୁ ବ୍ୟବହାରକରି ପ୍ରସ୍ତୁତ କରାଯାଇଥିବା ଲିକ୍‌ ପ୍ରୁଫ୍‌ ସ୍ପ୍ଲିଟ୍‌ ଏୟାର କଣ୍ଡିସନରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ପକ୍ଷରୁ ମଧ୍ୟ ଉକ୍ତ ପ୍ରଯୁକ୍ତିର ପେଟେଣ୍ଟ ପାଇଁ ଆବେଦନ କରାଯାଇଛି। ବିଶେଷକରି ଚିନ୍ତାଶୀଳ ଭାବେ ବସ୍ତୁ ତିଆରି କରିବା ଦର୍ଶନକୁ ନେଇ ପ୍ରସ୍ତୁତ ଶିଳ୍ପର ଏହି ପ୍ରଥମ ନବସୃଜନ ଆଜିର ଦିନରେ ଏସି ବ୍ୟବହାରକାରୀମାନେ ସାମ୍ନା କରୁଥିବା ଅନେକ ସମସ୍ୟାର ସମାଧାନ କରିପାରିବ। ସେହିଭଳି ଗୋଦ୍‌ରେଜ୍‌ ଲିକ୍‌ ପ୍ରୁଫ୍‌ ସ୍ପ୍ଲିଟ୍‌ ଏସିରେ ବ୍ୟବହାର କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ଆଣ୍ଟି ଲିକ୍‌ ପ୍ରଯୁକ୍ତିର ଲକ୍ଷ୍ୟ ହେଉଛି, ଏସିରୁ ହେଉଥିବା ଲିକ୍‌ ପାଇଁ ସ୍ଥାୟୀ ସମାଧାନ ପ୍ରଦାନ କରିବା। ଏଥିରେ ୫ଇନ୍‌-୧ କନ୍‌ଭର୍ଟିବଲ୍‌ କୁଲିଂ ପ୍ରଯୁକ୍ତି, ଆଇ-ସେନ୍ସ ପ୍ରଯୁକ୍ତି, ଇନ୍‌ଭର୍ଟର ପ୍ରଯୁକ୍ତି, ଆର୍‌୩୨ ପରିବେଶ ମିତବ୍ୟୟୀ ରେଫ୍ରିଜରାଣ୍ଟ, ୧୦୦% କପର କଏଲ୍‌ ଏବଂ କଳଙ୍କିବିହୀନ ପାଇପ୍‌ ଭଳି ସୁବିଧା ରହିଛି। ଏ ସମ୍ପର୍କରେ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି, ଗ୍ରାହକମାନେ ସାମ୍ନା କରୁଥିବା ଯେକୌଣସି ପ୍ରକାର ସମସ୍ୟାକୁ ଅତ୍ୟାଧୁନିକ ପ୍ରଯୁକ୍ତିର ଅଭିନବ ଉପାୟରେ ସମାଧାନ କରିବା ଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ। ଆମର ଗବେଷଣା ଓ ଡିଜାଇନ୍‌ ସେଣ୍ଟରରେ ଏକାଧିକ ପରୀକ୍ଷଣ ପରେ ଆମେ ଉପଯୁକ୍ତ ଆଣ୍ଟି ଲିକ୍‌ ପ୍ରଯୁକ୍ତିର ବିକାଶ କରିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?