Posted inଜାତୀୟ

ଗୁଜରାଟ ରାଜନୀତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ

ଅହମଦାବାଦ,୧୬।୫: ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି ରବିବାର ‘ପରିବର୍ତ୍ତନ ଯାତ୍ରା’ ଆରମ୍ଭ କରିଛି। ଗୁଜରାଟର ୫ଟି ସ୍ଥାନରୁ ଏହି ଯାତ୍ରା ବାହାରିଥିବାବେଳେ ୧୦ ଲକ୍ଷ ଭୋଟର ଓ ନାଗରିକମାନଙ୍କ ସହ ଆଲୋଚନା କରିବା ଯୋଜନା ରହିଛି। ପରିବର୍ତ୍ତନ ଯାତ୍ରା ମାଧ୍ୟମରେ ରାଜ୍ୟର ୪ କୋଟି ଭୋଟରଙ୍କ ପାଖରେ ଏଏପି ଏହାର ବାର୍ତ୍ତା ପହଞ୍ଚାଇବ।

ଦ୍ୱାରକା ଏବଂ ସାଗର ରାବରିରୁ ଶୋଭାଯାତ୍ରାର ନେତୃତ୍ୱ ଇସୁଦନ ଗାଧଭି ଏବଂ ଇନ୍ଦ୍ରନୀଳ ରାଜଗୁରୁ ନେଇଥିବାବେଳେ ସିଦ୍ଧପୁରରୁ ବାହାରିଥିବା ଶୋଭାଯାତ୍ରାରେ ଭୀମ ଚୌଧରୀ ନେତୃତ୍ୱ ନେଇଥିଲେ। ସେହିପରି ଅବଦାସା-କଚ୍ଛରୁ ରାଜ କାର୍ପଦା ଏବଂ କୈଳାସ ଗାଧଭି ଓ ଦାଣ୍ଡିରୁ ମନୋଜ, ସୋରଥିଆ, ରାମ ଧଡୁକ ଏବଂ ରାକେଶ ହରିପରା ପରିବର୍ତ୍ତନ ଯାତ୍ରାର ନେତୃତ୍ୱ ନେଇଛନ୍ତି।

ଷଷ୍ଠ ଶୋଭାଯାତ୍ରା ଆଦିବାସୀ ଅଞ୍ଚଳ ଦେଇ ଯିବାକୁ ଥିବାବେଳେ ଏଥିରେ ଭାରତୀୟ ଟ୍ରାଇବାଲ ପାର୍ଟି ନେତା ମହେଶ ବାସବ ଏବଂ ଏଏପି ନେତା ଅର୍ଜୁନ ରାଠଓ୍ବା ନେତୃତ୍ୱ ନେବେ। ଦଳର ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ରାଜକୋଟଠାରେ ଏକ ରାଲିକୁ ସମ୍ବୋଧିତ କରି ବିଭିନ୍ନ ପ୍ରସଙ୍ଗ ଉପରେ କହିଥିଲେ। ଉକ୍ତ ବାର୍ତ୍ତାକୁ କୋଟି କୋଟି ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ହେଲେ ବୃହତ୍‌ ଶ୍ରମଶକ୍ତିର ଆବଶ୍ୟକତା ଯାହା ବର୍ତ୍ତମାନ ଦଳ ନିକଟରେ ନାହିଁ ବୋଲି ବରିଷ୍ଠ ଖବରଦାତା ଜଗଦୀଶ ମେହେଟ୍ଟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri