Posted inଜାତୀୟ

ଗୁଜରାଟ ରାଜନୀତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ

ଅହମଦାବାଦ,୧୬।୫: ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି ରବିବାର ‘ପରିବର୍ତ୍ତନ ଯାତ୍ରା’ ଆରମ୍ଭ କରିଛି। ଗୁଜରାଟର ୫ଟି ସ୍ଥାନରୁ ଏହି ଯାତ୍ରା ବାହାରିଥିବାବେଳେ ୧୦ ଲକ୍ଷ ଭୋଟର ଓ ନାଗରିକମାନଙ୍କ ସହ ଆଲୋଚନା କରିବା ଯୋଜନା ରହିଛି। ପରିବର୍ତ୍ତନ ଯାତ୍ରା ମାଧ୍ୟମରେ ରାଜ୍ୟର ୪ କୋଟି ଭୋଟରଙ୍କ ପାଖରେ ଏଏପି ଏହାର ବାର୍ତ୍ତା ପହଞ୍ଚାଇବ।

ଦ୍ୱାରକା ଏବଂ ସାଗର ରାବରିରୁ ଶୋଭାଯାତ୍ରାର ନେତୃତ୍ୱ ଇସୁଦନ ଗାଧଭି ଏବଂ ଇନ୍ଦ୍ରନୀଳ ରାଜଗୁରୁ ନେଇଥିବାବେଳେ ସିଦ୍ଧପୁରରୁ ବାହାରିଥିବା ଶୋଭାଯାତ୍ରାରେ ଭୀମ ଚୌଧରୀ ନେତୃତ୍ୱ ନେଇଥିଲେ। ସେହିପରି ଅବଦାସା-କଚ୍ଛରୁ ରାଜ କାର୍ପଦା ଏବଂ କୈଳାସ ଗାଧଭି ଓ ଦାଣ୍ଡିରୁ ମନୋଜ, ସୋରଥିଆ, ରାମ ଧଡୁକ ଏବଂ ରାକେଶ ହରିପରା ପରିବର୍ତ୍ତନ ଯାତ୍ରାର ନେତୃତ୍ୱ ନେଇଛନ୍ତି।

ଷଷ୍ଠ ଶୋଭାଯାତ୍ରା ଆଦିବାସୀ ଅଞ୍ଚଳ ଦେଇ ଯିବାକୁ ଥିବାବେଳେ ଏଥିରେ ଭାରତୀୟ ଟ୍ରାଇବାଲ ପାର୍ଟି ନେତା ମହେଶ ବାସବ ଏବଂ ଏଏପି ନେତା ଅର୍ଜୁନ ରାଠଓ୍ବା ନେତୃତ୍ୱ ନେବେ। ଦଳର ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ରାଜକୋଟଠାରେ ଏକ ରାଲିକୁ ସମ୍ବୋଧିତ କରି ବିଭିନ୍ନ ପ୍ରସଙ୍ଗ ଉପରେ କହିଥିଲେ। ଉକ୍ତ ବାର୍ତ୍ତାକୁ କୋଟି କୋଟି ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ହେଲେ ବୃହତ୍‌ ଶ୍ରମଶକ୍ତିର ଆବଶ୍ୟକତା ଯାହା ବର୍ତ୍ତମାନ ଦଳ ନିକଟରେ ନାହିଁ ବୋଲି ବରିଷ୍ଠ ଖବରଦାତା ଜଗଦୀଶ ମେହେଟ୍ଟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri