Posted inଜାତୀୟ

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଯୋଗୁ ଉଚ୍ଛେଦ ବନ୍ଦ ରହିଥିଲା। ଡିସେମ୍ବର ମାସ ହୋଇଥିବାରୁ ଗୋଆକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଥିବାବେଳେ ରବିବାର ରାତିରେ ଉକ୍ତ କ୍ଲବ୍‌ରେ ଶତାଧିକ ଟୁରିଷ୍ଟ ନାଚଗୀତରେ ମସ୍‌ଗୁଲ ଥିଲେ। ୧୯୭୦ ଦଶକର ହିନ୍ଦୀ ଫିଲ୍ମ ‘ଶୋଲେ’ର ମେହବୁବା ଓ ମେହବୁବା ଗୀତର ତାଳେ ତାଳେ ପର୍ଯ୍ୟଟକମାନେ ଝୁମୁଥିଲେ। ବଲିଉଡ୍‌ ବ୍ୟାଙ୍ଗର ନାଇଟ୍‌ ବେଳେ ଡିଜେ କନ୍‌ସୋଲ ନିକଟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ନିଅଁା ସିଲିଂରେ ଲାଗିବା ପରେ ଚତୁର୍ଦ୍ଦିଗକୁ ଚହଟିଥିଲା। ପ୍ରାଣବିକଳରେ ଯିଏ ଯୁଆଡ଼େ ଧାଇଁବାରେ ଲାଗିଥିବାବେଳେ ମାତ୍ର କିଛି ମିନିଟ୍‌ ଭିତରେ ହିଁ ସବୁକିଛି ଜଳିପୋଡ଼ି ଛାରଖାର ହୋଇଗଲା। ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୨୦ ଜଣ ନାଇଟ୍‌ କ୍ଲବ୍‌ କର୍ମଚାରୀ ହୋଇଥିବାବେଳେ ୫ ପର୍ଯ୍ୟଟକ ରହିଛନ୍ତି। କର୍ମଚାରୀଙ୍କ ମଧ୍ୟରେ ଉତ୍ତରାଖଣ୍ଡର ୫, ଝାଡ଼ଖଣ୍ଡ ଓ ଆସାମର ୩ ଜଣ ଲେଖାଏ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ୨ ଜଣ ଲେଖାଏ ଏବଂ ୪ ଜଣ ନେପାଳୀ ରହିଛନ୍ତି।

ସେହିପରି ଦିଲ୍ଲୀର ୪ ଓ କର୍ନାଟକର ଜଣେ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିଛି।ପ୍ରସ୍ଥାନ ଦ୍ୱାର ସଂକୀର୍ଣ୍ଣ ଥିବାରୁ ନିଅଁା ବ୍ୟାପିବାବେଳେ ଲୋକେ କେଉଁବାଟ ଦେଇ ବାହାରିବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏପରି କି କେତେଜଣ ପର୍ଯ୍ୟଟକ କିଚେନ୍‌ ଶିଡ଼ି ତଳେ କର୍ମଚାରୀଙ୍କ ସହ ଚାପି ହୋଇଯାଇଥିଲେ। ନାଇଟ୍‌ କ୍ଲବ୍‌ର ପ୍ରବେଶପଥ ମଧ୍ୟ ଅତି ଅଣଓସାରିଆ ଥିଲା, ଯଦ୍ଦ୍ବାରା ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଫାୟାର ଇଞ୍ଜିନ୍‌ ପ୍ରବେଶ କରିବାରେ ଅସୁବିଧା ହେବାରୁ ସେଗୁଡ଼ିକୁ ପ୍ରାୟ ୪୦୦ ମିଟର ଦୂରରେ ରଖି ନିଅଁା ଲିଭାଇବାକୁ ଉଦ୍ୟମ କରାଯାଇଥିଲା ବୋଲି ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି। ଶ୍ୱାସରୁଦ୍ଧ ହୋଇ ଅଧିକାଂଶ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।
ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି, ଗୋଆରେ ଏହା ଏହି ଧରଣର ପ୍ରଥମ ଘଟଣା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିଅଁା ପ୍ରଥମେ ଉପର ମହଲାରେ ଲାଗିଥିଲା। କବାଟଗୁଡ଼ିକ ବନ୍ଦ ଥିବାରୁ ଅଳ୍ପ କେତେଜଣ ଲୋକ ସୁରକ୍ଷିତ ଭାବେ ବାହାରିଆସିବାରେ ସକ୍ଷମ ହୋଇଥିଲେ। ତେବେ ନିଅଁା ଭୟାବହ ହେବା ପରେ ଅନ୍ୟ କେହି ନିଜକୁ ବଞ୍ଚାଇପାରି ନ ଥିଲେ। ଉପଯୁକ୍ତ ଭେଣ୍ଟିଲେଶନ୍‌ ସୁବିଧା ନ ଥିବାରୁ ତଳକୁ ଚାଲିଆସିଥିବା ଲୋକେ ମଧ୍ୟ ଅଣନିଃଶ୍ୱାସୀ ହୋଇଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସାଓ୍ବନ୍ତ ଆହୁରି କହିଛନ୍ତି, ରାଜ୍ୟ ସରକାର ଏହାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲ ମାଲିକ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରାଙ୍କ ବିରୋଧରେ ମାମଲା ରୁଜୁ ସହ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଛି। ଜେନେରାଲ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍‌ କରାଯାଇଛି। ଫାୟାର ସେଫ୍ଟି ଓ ନିର୍ମାଣ ନିୟମଗୁଡ଼ିକୁ ଉଲ୍ଲଂଘନ କରାଯାଇଥିଲା କି ନାହିଁ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆଗକୁ ଯେପରି ଏହାର ପୁନରାବୃତ୍ତି ନ ଘଟେ ସରକାର ସେ ଦିଗରେ ସବୁ ପ୍ରକାରେ ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ପି. ଅଶୋକ ଗଜପତି ରାଜୁ ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ଯାଇ ସେଠାରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ଭେଟିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବାରୁ ରାଜ୍ୟପାଳ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଇତିମଧ୍ୟରେ ଆର୍‌ପୋରା-ନାଗୋଆ ପଞ୍ଚାୟତର ସରପଞ୍ଚ ରୋଶନ୍‌ ରେଡ୍‌କରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ରୋଶନ୍‌ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ୨୦୧୩ରେ ନାଇଟ୍‌କ୍ଲବ ପାଇଁ ଲାଇସେନ୍ସ ପ୍ରଦାନ କରିଥିଲେ। ବିରୋଧୀ ଦଳଗୁଡ଼ିକ ଏହି ଟ୍ରାଜେଡିକୁ ‘ମୃତ୍ୟୁର ଫାଶ’ ରୂପେ ଅଭିହିତ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯମଜ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଯୁବତୀ, ଗର୍ଭବତୀ ହେଲେ…

ସୋସିଆଲ ମିଡିଆରେ ବେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହା ଲୋକଙ୍କୁ କେବଳ ଚକିତ କରେ ନାହିଁ ବରଂ ଭାବିବାକୁ ବାଧ୍ୟ କରେ। ଥାଇଲାଣ୍ଡରେ ଏପରି ଏକ…

ଜଳିପୋଡି ପାଉଁଶ ହୋଇଗଲା ୫ ଦୋକାନ: ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ

ବାଲିଆପାଳ,୨୭।୧(ଅମୁଲ୍ୟ କୁମାର ଦାସ): ବିଦ୍ୟୁତ୍‌ ସର୍ଟସର୍କିଟରୁ ଜଳି ପୋଡି ପାଉଁଶ ହୋଇଗଲା ୫ଟି ଦୋକାନ। ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସମେତ ନଗଦ ଟଙ୍କା ପୋଡିଯାଇଛି। ବିଳମ୍ବିତ…

କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇତିହାସ ରଚିଲା ଏହି ଦେଶ

ନୂଆଦିଲ୍ଲୀ,୨୭।୧: ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଇଟାଲୀ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଇଟାଲୀ ଇତିହାସ ରଚିଛି। ଦୁବାଇର…

ରାଇକିଆ ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ: ଚାଷୀଙ୍କ ସହ କଲେ ଏହି ଆଲୋଚନା

ରାଇକିଆ,୨୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ ବୁଲାବୁଲି କରିବା ସହ ସ୍ଥାନୀୟ ଲୋକଙ୍କୁ ହାଟରେ ଭେଟିଛନ୍ତି । ଇଟାଲୀରୁ ଓଡ଼ିଶା ଗସ୍ତରେ…

T20 World Cup: ସ୍କଟଲାଣ୍ଡ ଟିମରେ ସାମିଲ ଅଛନ୍ତି ପାକିସ୍ତାନ ଖେଳାଳି, ଉପୁଜିବ କି ବିବାଦ? ଜାଣନ୍ତୁ କ’ଣ କହୁଛି…

ନୂଆଦିଲ୍ଲୀ,୨୭।୧: କ୍ରିକେଟ ସ୍କଟଲାଣ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଟ୍ରୁଡି ଲିଣ୍ଡବ୍ଲାଡ ପାକିସ୍ତାନୀ ଜନ୍ମିତ ଦ୍ରୁତ ବୋଲର ସାଫିଆନ ସରିଫଙ୍କ ସମେତ ଖେଳାଳିଙ୍କ ପାଇଁ ଭିଜା ବିଳମ୍ବ ସମ୍ପର୍କରେ ଚିନ୍ତାକୁ…

ଏହା କେବଳ ଆରମ୍ଭ ମାତ୍ର…କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିବା ପରେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

ଏହି ଗାଁରେ ବ୍ୟାନ ହେଲା ‘ଲଭ ମ୍ୟାରେଜ’, ନିୟମ ନ ମାନିଲେ ଦମ୍ପତ୍ତିଙ୍କ ସହ ପରିବାର ସଦସ୍ୟଙ୍କୁ ମିଳିବ ଏମିତି ଦଣ୍ଡ

ରତଲାମ,୨୭।୧: ମଧ୍ୟପ୍ରଦେଶର ରତଲାମ ଜିଲାର ପଞ୍ଚେଭା ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗାଁ ଲୋକେ ଏକ ‘ତୁଗଲକି ନିୟମ’ ଜାରି କରିଛନ୍ତି ଯାହା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri