Posted inଜାତୀୟ

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଯୋଗୁ ଉଚ୍ଛେଦ ବନ୍ଦ ରହିଥିଲା। ଡିସେମ୍ବର ମାସ ହୋଇଥିବାରୁ ଗୋଆକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଥିବାବେଳେ ରବିବାର ରାତିରେ ଉକ୍ତ କ୍ଲବ୍‌ରେ ଶତାଧିକ ଟୁରିଷ୍ଟ ନାଚଗୀତରେ ମସ୍‌ଗୁଲ ଥିଲେ। ୧୯୭୦ ଦଶକର ହିନ୍ଦୀ ଫିଲ୍ମ ‘ଶୋଲେ’ର ମେହବୁବା ଓ ମେହବୁବା ଗୀତର ତାଳେ ତାଳେ ପର୍ଯ୍ୟଟକମାନେ ଝୁମୁଥିଲେ। ବଲିଉଡ୍‌ ବ୍ୟାଙ୍ଗର ନାଇଟ୍‌ ବେଳେ ଡିଜେ କନ୍‌ସୋଲ ନିକଟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ନିଅଁା ସିଲିଂରେ ଲାଗିବା ପରେ ଚତୁର୍ଦ୍ଦିଗକୁ ଚହଟିଥିଲା। ପ୍ରାଣବିକଳରେ ଯିଏ ଯୁଆଡ଼େ ଧାଇଁବାରେ ଲାଗିଥିବାବେଳେ ମାତ୍ର କିଛି ମିନିଟ୍‌ ଭିତରେ ହିଁ ସବୁକିଛି ଜଳିପୋଡ଼ି ଛାରଖାର ହୋଇଗଲା। ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୨୦ ଜଣ ନାଇଟ୍‌ କ୍ଲବ୍‌ କର୍ମଚାରୀ ହୋଇଥିବାବେଳେ ୫ ପର୍ଯ୍ୟଟକ ରହିଛନ୍ତି। କର୍ମଚାରୀଙ୍କ ମଧ୍ୟରେ ଉତ୍ତରାଖଣ୍ଡର ୫, ଝାଡ଼ଖଣ୍ଡ ଓ ଆସାମର ୩ ଜଣ ଲେଖାଏ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ୨ ଜଣ ଲେଖାଏ ଏବଂ ୪ ଜଣ ନେପାଳୀ ରହିଛନ୍ତି।

ସେହିପରି ଦିଲ୍ଲୀର ୪ ଓ କର୍ନାଟକର ଜଣେ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିଛି।ପ୍ରସ୍ଥାନ ଦ୍ୱାର ସଂକୀର୍ଣ୍ଣ ଥିବାରୁ ନିଅଁା ବ୍ୟାପିବାବେଳେ ଲୋକେ କେଉଁବାଟ ଦେଇ ବାହାରିବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏପରି କି କେତେଜଣ ପର୍ଯ୍ୟଟକ କିଚେନ୍‌ ଶିଡ଼ି ତଳେ କର୍ମଚାରୀଙ୍କ ସହ ଚାପି ହୋଇଯାଇଥିଲେ। ନାଇଟ୍‌ କ୍ଲବ୍‌ର ପ୍ରବେଶପଥ ମଧ୍ୟ ଅତି ଅଣଓସାରିଆ ଥିଲା, ଯଦ୍ଦ୍ବାରା ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଫାୟାର ଇଞ୍ଜିନ୍‌ ପ୍ରବେଶ କରିବାରେ ଅସୁବିଧା ହେବାରୁ ସେଗୁଡ଼ିକୁ ପ୍ରାୟ ୪୦୦ ମିଟର ଦୂରରେ ରଖି ନିଅଁା ଲିଭାଇବାକୁ ଉଦ୍ୟମ କରାଯାଇଥିଲା ବୋଲି ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି। ଶ୍ୱାସରୁଦ୍ଧ ହୋଇ ଅଧିକାଂଶ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।
ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି, ଗୋଆରେ ଏହା ଏହି ଧରଣର ପ୍ରଥମ ଘଟଣା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିଅଁା ପ୍ରଥମେ ଉପର ମହଲାରେ ଲାଗିଥିଲା। କବାଟଗୁଡ଼ିକ ବନ୍ଦ ଥିବାରୁ ଅଳ୍ପ କେତେଜଣ ଲୋକ ସୁରକ୍ଷିତ ଭାବେ ବାହାରିଆସିବାରେ ସକ୍ଷମ ହୋଇଥିଲେ। ତେବେ ନିଅଁା ଭୟାବହ ହେବା ପରେ ଅନ୍ୟ କେହି ନିଜକୁ ବଞ୍ଚାଇପାରି ନ ଥିଲେ। ଉପଯୁକ୍ତ ଭେଣ୍ଟିଲେଶନ୍‌ ସୁବିଧା ନ ଥିବାରୁ ତଳକୁ ଚାଲିଆସିଥିବା ଲୋକେ ମଧ୍ୟ ଅଣନିଃଶ୍ୱାସୀ ହୋଇଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସାଓ୍ବନ୍ତ ଆହୁରି କହିଛନ୍ତି, ରାଜ୍ୟ ସରକାର ଏହାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲ ମାଲିକ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରାଙ୍କ ବିରୋଧରେ ମାମଲା ରୁଜୁ ସହ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଛି। ଜେନେରାଲ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍‌ କରାଯାଇଛି। ଫାୟାର ସେଫ୍ଟି ଓ ନିର୍ମାଣ ନିୟମଗୁଡ଼ିକୁ ଉଲ୍ଲଂଘନ କରାଯାଇଥିଲା କି ନାହିଁ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆଗକୁ ଯେପରି ଏହାର ପୁନରାବୃତ୍ତି ନ ଘଟେ ସରକାର ସେ ଦିଗରେ ସବୁ ପ୍ରକାରେ ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ପି. ଅଶୋକ ଗଜପତି ରାଜୁ ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ଯାଇ ସେଠାରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ଭେଟିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବାରୁ ରାଜ୍ୟପାଳ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଇତିମଧ୍ୟରେ ଆର୍‌ପୋରା-ନାଗୋଆ ପଞ୍ଚାୟତର ସରପଞ୍ଚ ରୋଶନ୍‌ ରେଡ୍‌କରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ରୋଶନ୍‌ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ୨୦୧୩ରେ ନାଇଟ୍‌କ୍ଲବ ପାଇଁ ଲାଇସେନ୍ସ ପ୍ରଦାନ କରିଥିଲେ। ବିରୋଧୀ ଦଳଗୁଡ଼ିକ ଏହି ଟ୍ରାଜେଡିକୁ ‘ମୃତ୍ୟୁର ଫାଶ’ ରୂପେ ଅଭିହିତ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

ଆତ୍ମସମର୍ପଣ କରିବ ଇରାନ: ରାଷ୍ଟ୍ରପତି ଟ୍ରମ୍ପଙ୍କ ସାହସିକ ଦାବି

ଓ୍ବାଶିଂଟନ୍‌,୧୩।୩:ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ G7 ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ବୈଠକ ସମୟରେ ଇରାନ ଏବେ ଆତ୍ମସମର୍ପଣ କରିବାକୁ ଯାଉଛି। ଇରାନର…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

ପେଟ୍ରୋଲ, ଗ୍ୟାସକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଲେ…

ନୂଆଦିଲ୍ଲୀ,୧୩।୩: ଏଣିକି ପେଟ୍ରେଲ୍‌ ଏବଂ ଗ୍ୟାସ କଳାବଜାର କରୁଥିଲେ ହୋଇଯାନ୍ତୁ ସାବଧାନ। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି,ପେଟ୍ରୋଲିୟମ…

ଚପଲ ଭିତରେ ଛକିଥିଲା ସାପ, ମାରିଲା ଚୋଟ: ପରୀକ୍ଷାର ଶେଷ ଦିନରେ ଘଟିଗଲା..

ପୁରୁଷୋତ୍ତମପୁର,୧୩।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶୋଳଘର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛତ। ଶୁକ୍ରବାର ସାପ କାମୁଡି ଜଣେ ଚତୁର୍ଥ ଶ୍ରେଣୀ…

ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା? ସାଟେଲାଇଟରୁ ଆସିଲା ସାଂଘାତିକ ଫଟୋ…

ବେଜିଂ,୧୩।୩: ଚାଇନା ଏବେ ଏସିଆରେ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହି ସୂଚନା ପୂର୍ୱ ଚୀନ ସାଗରର ଏକ ସାଟେଲାଇଟ ଚିତ୍ରରୁ ଆସିଛି। ଏହି…

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

ଦଣ୍ଡଯାତ୍ରାରୁ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ପ୍ରତାରଣା କରି ବନ୍ଧାହେଲେ ପ୍ରେମିକ

ବ୍ରହ୍ମପୁର,୧୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ପ୍ରେମ କରି ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri