ଗୋଆରେ ପ୍ରଶଂସା ସାଉଣ୍ଟିଲା ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

କଲିଙ୍ଗନଗର,୧ା୧୨(ଶୁଭାଶିଷ ରାଉତ):ଦେବପ୍ରଭା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ପ୍ରଥମ ଫିଚର୍‌ ଫିଲ୍ମ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ଅନ୍ତର୍ଜାତୀୟ ଗୋଆ ଫିଲ୍ମ ଫେଷ୍ଟିଭାଲ ଫିଲ୍ମ ବଜାରରେ ସଫଳତା ସାଉଣ୍ଟିଛି। ପ୍ରାୟ ୫୦ ଦେଶରୁ ଆସିଥିବା ଜୁରି ମେମ୍ବର, ଡିଷ୍ଟ୍ରିବ୍ୟୁଟର, ପ୍ରଡ୍ୟୁସର ଏବଂ ନିର୍ଦ୍ଦେଶକମାନଙ୍କ ଗହଣରେ ଓଡ଼ିଶାର ଏକମାତ୍ର ଫିଚର୍‌ ଫିଲ୍ମ ଭାବେ ଏହି ଫିଲ୍ମର ପ୍ରିମିୟର ଶୋ’ କରାଯାଇଥିଲା। ସେମାନେ ଫିଲ୍ମଟିକୁ ଦେଖି ଉଚ୍ଚ ପ୍ରଶଂସା କରିଥିଲେ।
ଜଣେ ୧୦୪ ବର୍ଷୀୟ ବୃଦ୍ଧ ନନ୍ଦକିଶୋର ପୃଷ୍ଟି ନିଜର ଚାଟଶାଳୀ ମାଧ୍ୟମରେ କିପରି ୭୦ ବର୍ଷରୁ ଅଧିକ ସମୟ ଧରି ଛାତ୍ରୀଛାତ୍ରଙ୍କୁ ମାଗଣାରେ ଶିକ୍ଷାଦାନ କରିଛନ୍ତି, ତାଙ୍କରି ଜୀବନୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଏହି ଶିକ୍ଷାଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିଛି। ଫିଲ୍ମକୁ ସାମ୍ବାଦିକ ଅଭୟ ପତି ପ୍ରଯୋଜନା କରିଥିବାବେଳେ ଅନ୍ତର୍ଜାତୀୟସ୍ତରର ନିର୍ଦ୍ଦେଶକ ପ୍ରଣବ ଆଇଚ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି। ଅଭିନେତ୍ରୀ ନୈନା ଦାଶ ଏହାର ସହ ପ୍ରଯୋଜକ ଥିବାବେଳେ ଅସ୍ମିତା ପତି କାହାଣୀ ସଂଯୋଜନା କରିଛନ୍ତି। ଓଡ଼ିଶାର ଏକମାତ୍ର ଫିଲ୍ମ ଭାବେ ନ୍ୟାଶନାଲ ଫିଲ୍ମ ଲାଇବ୍ରେରି ଭିୟୁ ରୁମରେ ଏହା ସ୍ଥାନ ପାଇଛି। ଫିଲ୍ମ ପ୍ରିମିୟର ଶୋ’କୁ ଜମ ାର୍ନୀର ଲୀନା ଭୁର୍ମା, ଫିନଲାଣ୍ଡର ଲିକ୍କା ଭେକଲତ୍ତି, ବିନୟ ଉମାପତି, ଓଡ଼ିଶାର ହିମାଂଶୁ ଖଟୁଆ ଓ ଜିତେନ୍ଦ୍ର ମିଶ୍ର ପ୍ରମୁଖ ଦେଖିବା ସହ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଡିସେମ୍ବରରେ କଲିକତାରେ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ସେରିମନିରେ ଏହାକୁ ଅଫିସିଆଲ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି। ପ୍ରଥମଥର ପାଇଁ ଓଡ଼ିଶାରେ ଶିକ୍ଷା ଉପରେ ହୋଇଥିବା ଫିଲ୍ମ ଅନ୍ତର୍ଜାତୀୟସ୍ତରର ଏପରି ସଫଳତା ପାଇଥିବାରୁ ସବୁ ମହଲରେ ଏହାକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri