ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି। ଜବାହାରଲାଲ ନେହେରୁ ଦେଶର ପ୍ରଧାନମନ୍ତ୍ରୀ ଥିବାବେଳେ ବିଜୁ ବାବୁଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ। ସେହି ସମୟରେ ବିଜୁ ବାବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ସେହି ସମୟରେ ବହୁତ ଯୁବକ ଥିଲି। ମତେ ସେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା। ଯାହା ଜାଣିଛି, ନେହେରୁ ଏବଂ ବିଜୁ ବାବୁ ଚାଇନା ସହିତ ଲଢେଇ କରିବାକୁ ରଣନୀତି କରିଥିଲେ। ଏହାପରେ ବିଜୁ ବାବୁ କ’ଣ କରିଥିଲେ ଦେଖିଛି। ନିଶିକାନ୍ତ ଦୁବେ ମାନସିକ ରୋଗ ଚିକିତ୍ସା କରାଉଥିବା ଡାକ୍ତରଙ୍କ ପାଖକୁ ଯିବା ଦରକାର ବୋଲି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି।
ସୂଚନାଯୋଗ୍ୟ, ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ସିଆଇଏ ଏଜେଣ୍ଟ ଥିଲେ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 

Share