‘ଗୋ ଗୋଟା ଗୋ’, ଆର୍ଥିକ ସଙ୍କଟ ଯୋଡୁଛି ୨୬ ବର୍ଷର ସାମ୍ପ୍ରଦାୟିକ ଫାଟ…

କଲମ୍ବୋ, ୧୭।୪ : ଶ୍ରୀଲଙ୍କାର ରକ୍ତାକ୍ତ ସାମ୍ପ୍ରଦାୟିକ ବିବାଦ ୨୬ ବର୍ଷ ତଳେ ୨୦ ମଇ ୨୦୦୯ ରେ ସମାପ୍ତ ହୋଇଥିଲା। କିନ୍ତୁ ଦେଶର ଦୁଇ ଗୋଷ୍ଠୀ, ସିଂହଳୀ ବୁଦ୍ଧ ଏବଂ ତାମିଲଙ୍କ ମଧ୍ୟରେ ମତଭେଦର ଫାଟ କେବେ ବି କମି ନ ଥିଲା। ଜୁନ ୧୯୮୬ର ତିକ୍ତ ସ୍ମୃତି ଲୋକଙ୍କ ମନରେ ଏବେ ବି ରହିଛି।

ଶ୍ରୀଲଙ୍କା ନୌସେନା ମାଣ୍ଡିଥାଇଭୁ ଦ୍ୱୀପର ତାମିଲଙ୍କ ଉପରେ ଏକ ବର୍ବର ଆକ୍ରମଣ କରିଥିଲା। ଏଥିରେ ୩୩ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପ୍ରତି ଶ୍ରୀଲଙ୍କା ସୈନିକଙ୍କ ମାଣ୍ଡିଥାଇଭୁ ଦ୍ୱୀପ ଚେକ ପୋଷ୍ଟରେ ଏକ ବୋର୍ଡ ଲଗାଯାଇଛି। ଏଥିରେ ଲେଖା ଅଛି ‘ ଆମେ ସଭିଏଁ ଏକ, ଆମେ ବିବିଧତା ମଧ୍ୟରେ ଏକତାରେ ପହଞ୍ଚିବା’। ଅନେକେ ଏହି ବୋର୍ଡକୁ ସମୟ ବଦଳାଇବାର ସଙ୍କେତ ବୋଲି ବିବେଚନା କରୁଛନ୍ତି ଏବଂ ଆଶା କରୁଛନ୍ତି ଯେ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସରକାରଙ୍କ ବିରୁଦ୍ଧରେ ଲୋକଙ୍କ ଆନ୍ଦୋଳନ ୨୬ ବର୍ଷର ସାମ୍ପ୍ରଦାୟିକ ଫାଟକୁ ଯୋଡ଼ିବାରେ ପ୍ରୟାସ କରୁଛି। ଭାଇଚାରାର ଏକ ନୂତନ କାହାଣୀ ଲେଖୁଛି।

କଲମ୍ବୋ ଇଣ୍ଡିପେଣ୍ଡେନ୍ସ୍‌ ସ୍କୋୟାର ସରକାର ବିରୋଧୀ ଆନ୍ଦୋଳନର କେନ୍ଦ୍ର ପାଲଟିଛି। ଲୋକେ ପ୍ଲା କାର୍ଡରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ବିରୋଧରେ ସ୍ଲୋଗାନ୍‌ ଲେଖିଛନ୍ତି। ଏଥିରେ ଲେଖା ଅଛି ‘ଗୋ ଗୋଟା ଗୋ’।

ଶ୍ରୀଲଙ୍କାରେ ୧୨ ବର୍ଷ ପିଲାଙ୍କ ଠାରୁ ଆରମ୍ଭ କରି ୭୦ ବର୍ଷ ବୟସର ଲୋକମାନେ ସରକାର ବିରୋଧରେ ଏକଜୁଟ ହୋଇଛନ୍ତି। ସିହ୍ନା, ତାମିଲ ଏବଂ ମୁସଲମାନଙ୍କ ମଧ୍ୟରେ ଆଉ ସାମ୍ପ୍ରଦାୟିକତାର ପ୍ରାଚୀର ନାହିଁ। ଲୋକମାନେ ଇଂଲିଶ୍‌, ତାମିଲ ଏବଂ ସିଂହଳୀ ଭାଷାରେ ’ଗୋ ଗୋଟା ଗୋ … ଘରକୁ ଯାଅ’ ଶବ୍ଦ ସହିତ ପୋଷ୍ଟର ଧରିଛନ୍ତି। ବିକ୍ଷୋଭକାରୀଙ୍କ ପ୍ଲାକାର୍ଡରେ ଲେଖାଯାଇଛି, ’ତୁମେ ଭୁଲ ପିଢ଼ି ସହିତ ମୁକାବିଲା କରୁଛ … ଆମ ଦେଶକୁ ନଷ୍ଟ କରିବା ବନ୍ଦ କର। ଆମର ଚୋରି ହୋଇଥିବା ଟଙ୍କା ଫେରସ୍ତ କର। ’

ଶ୍ରୀଲଙ୍କାର ପୂର୍ବତନ ସେନାଧ୍ୟକ୍ଷ ଆରଏମ ଦୟା ରତ୍ନାଏକ କହିଛନ୍ତି ଯେ ୧୯୫୮ ସିଂହଳୀ-ତାମିଲ ଦଙ୍ଗା ହେଉ କିମ୍ବା ୧୯୮୩ ଦଙ୍ଗା ହେଉ, ଦକ୍ଷିଣରେ ସିଂହଳୀ ତାମିଲମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ସେହିପରି ତାମିଲମାନେ ଉତ୍ତରରେ ସିଂହଳୀମାନଙ୍କୁ ସୁରକ୍ଷା ଦେଇଥିଲେ। ସେ କହିଛନ୍ତି ଯେ ଶ୍ରୀଲଙ୍କାରେ ସମୁଦାୟ ୨.୨ କୋଟି ଜନସଂଖ୍ୟା ମଧ୍ୟରୁ ୭୬ ପ୍ରତିଶତ ସିଂହଳୀ, ୧୦ ପ୍ରତିଶତ ତାମିଲ ଏବଂ ୮ ପ୍ରତିଶତ ମୁସଲମାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri