ଗ୍ରୀନ୍ କାର୍ଡ ଇଣ୍ଟରଭ୍ୟୁ ସମୟରେ ଗିରଫ: ଆମେରିକାରେ ଏସବୁ ଲୋକଙ୍କୁ ଟାର୍ଗେଟ୍ କଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୮ା୧୧: ଆମେରିକାର ସାନ୍ ଡିଏଗୋରେ ଥିବା USCIS (US Citizenship and Immigration Services) କାର୍ଯ୍ୟାଳୟରେ ନିୟମିତ ଗ୍ରୀନ୍ କାର୍ଡ ଇଣ୍ଟରଭ୍ୟୁ ସମୟରେ ଆମେରିକୀୟ ନାଗରିକଙ୍କ ଜୀବନସାଥୀଙ୍କ ସମେତ ଅନେକ ଲୋକଙ୍କୁ ୟୁଏସ୍ ଫେଡେରାଲ୍ ଏଜେନ୍ସିମାନେ ଅଟକ ରଖୁଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଇମିଗ୍ରେସନ ଆଟର୍ଣ୍ଣି ସାମନ୍ ନାସେରୀ କହିଛନ୍ତି ଯେ, ICE (Immigration and Customs Enforcement) ଏବଂ USCIS ଏକ ନୂଆ ନୀତି ଲାଗୁ କରିବା ଆରମ୍ଭ କରିଛନ୍ତି, ଯେଉଁଥିରେ ଭିସା ଅବଧି ଅତିକ୍ରମ କରିଥିବା ବ୍ୟକ୍ତିବିଶେଷଙ୍କୁ ଗ୍ରୀନ୍ କାର୍ଡ ଇଣ୍ଟରଭ୍ୟୁ ସମୟରେ ଗିରଫ କରାଯାଉଛି। ନାସେରୀଙ୍କ ଅନୁଯାୟୀ, ଗତ ସପ୍ତାହରେ ତାଙ୍କର ପାଞ୍ଚ ଜଣ କ୍ଲାଏଣ୍ଟଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଏହି କ୍ଲାଏଣ୍ଟମାନଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ; ସେମାନେ ଆଇନଗତ ଭାବେ ପ୍ରବେଶ କରିଥିଲେ ମଧ୍ୟ ଭିସା ଅବଧି ଅତିକ୍ରମ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ଆମେରିକୀୟ ନାଗରିକଙ୍କ ଜୀବନସାଥୀ ଭାବରେ ସ୍ଥାୟୀ ନିବାସ ପାଇଁ ଆବେଦନ କରୁଥିଲେ।

ଅନ୍ୟଜଣେ ଆଟର୍ଣ୍ଣି ହବିବ ହସବିନି ମଧ୍ୟ ସମାନ ଅଭିଜ୍ଞତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ଗିରଫଦାରୀ କେବଳ ସାନ୍ ଡିଏଗୋର USCIS କାର୍ଯ୍ୟାଳୟରେ ସୀମିତ ଥିବା ଜଣାପଡ଼ିଛି। ମେକ୍ସିକୋର ଜଣେ ନାଗରିକଙ୍କୁ ଗ୍ରୀନ୍ କାର୍ଡ ଇଣ୍ଟରଭ୍ୟୁ ସମୟରେ ହାତକଡ଼ି ପକାଯାଇଥିବା ଆଉ ଜଣେ ଆଟର୍ଣ୍ଣି ତେସା କାବ୍ରେରା ସୂଚନା ଦେଇଛନ୍ତି।

ଏହି ଗିରଫଦାରୀକୁ ନେଇ ICEର ଜଣେ ମୁଖପାତ୍ର କହିଛନ୍ତି ଯେ ଏଜେନ୍ସି “ଜାତୀୟ ନିରାପତ୍ତା, ଜନସୁରକ୍ଷା ଏବଂ ସୀମା ସୁରକ୍ଷା” ଉପରେ ଗୁରୁତ୍ୱ ଦେଇ ଫେଡେରାଲ୍ ଇମିଗ୍ରେସନ ଆଇନ ପ୍ରଣୟନ କରିବାରେ ଧ୍ୟାନ ଦେଉଛି। ମୁଖପାତ୍ରଙ୍କ କହିବାନୁଯାୟୀ, “ଆମେରିକାରେ ବେଆଇନ ଭାବେ ରହୁଥିବା ବ୍ୟକ୍ତିବିଶେଷ, ଯେଉଁମାନେ USCIS କାର୍ଯ୍ୟାଳୟ ଭଳି ଫେଡେରାଲ୍ ସ୍ଥାନରେ ଅବୈଧ ଅବସ୍ଥାରେ ଅଛନ୍ତି, ସେମାନେ ଆମେରିକାର ଇମିଗ୍ରେସନ ଆଇନ ଅନୁଯାୟୀ ଗିରଫ, ଅଟକ ଏବଂ ବାସନ୍ଦର ସମ୍ମୁଖୀନ ହୋଇପାରନ୍ତି।”


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୮।୧: ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ…

ବନ୍ଦ ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ଯାନବାହାନ ଅଚଳାବସ୍ଥା

କେସିଙ୍ଗା,୨୮।୧(ତୁମେଶ୍ୱର ସାହୁ): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର…

ଜାତୀୟ ରାଜପଥ ଅବରୋଧ କଲା ନବ ନିର୍ମାଣ କୃଷ ସଂଗଠନ

ପାଟଣା,୨୮ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲାପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିହ୍ନୁଆ ଛକ ନିକଟରେ ବୁଧବାର ନବ ନିର୍ମାଣ କୃଷକ…

ଓଡ଼ିଶା ବନ୍ଦର ପ୍ରଭାବ: କଳାହାଣ୍ଡିରେ ଅଧା ଖୋଲା ଅଧା ବନ୍ଦ

ଭବାନୀପାଟଣା,୨୮।୧(ଉତ୍ତମ କୁମାର ଦାଶ): ଧାନ ମଣ୍ଡିରେ ଅବ୍ୟବସ୍ଥା , ପ୍ରଦୂଷଣ ନାଁରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ, ଟାଟା ପାୱାରର ସ୍ମାର୍ଟ ମିଟର ନାଁରେ ଶୋଷଣ…

ବଂଶଧାରା ମହୋତ୍ସବରେ ଚାଲିଛି ଜୁଆଖେଳ, ଭିଡିଓ ସାମ୍ନାକୁ ଆସିବା ପରେ…

ଗୁଣପୁର,୨୮ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁରରେ ଆୟୋଜିତ ବଂଶଧାରା ବସନ୍ତ ମହୋତ୍ସବ ପରିସରରେ ଜୁଆଖେଳ ଚାଲିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ସାମ୍ନାକୁ…

ବନ୍ଦ ଡାକରା ଭିତରେ ଅଫିସରେ କାମ କରୁଥିଲେ ଅତିରିକ୍ତ ଜିଲାପାଳ, ପହଞ୍ଚିଗଲେ ଚାଷୀ ନେତା, ତା’ପରେ…

ବଲାଙ୍ଗୀର ୨୮।୧ (ସୁନିଲ କୁମାର ମହାନ୍ତି): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କହିଲେ ଅଜିତ ଜୀଙ୍କ…

ଭୁବନେଶ୍ୱର,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଶୋକ…

୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ: ଦୋକାନ ବଜାର ସବୁ ଠପ୍‌, କଂଗ୍ରେସ କଲା ସମର୍ଥନ

ବଲାଙ୍ଗୀର ୨୮।୧ (ସୁନିଲ କୁମାର ମହାନ୍ତି): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri