ଜିଏନ୍‌ଏମ୍‌ ପ୍ରଶ୍ନପତ୍ର ଲିକ୍‌: ବନ୍ଦ ହେଲା ପରୀକ୍ଷା

ହାଟଡିହୀ,୧୭।୧୨(ଶୁଭକାନ୍ତ ନାୟକ): ରାଜ୍ୟରେ ଓଡ଼ିଶା ନର୍ସେସ ଆଣ୍ଡ ମିଡ୍‌ୱାଇଭସ୍‌ ଏଗ୍‌ଜାମିନେଶନ ବୋର୍ଡ(ଓଏନ୍‌ଏମ୍‌ଇବି) ପକ୍ଷରୁ ଗତ ୧୧।୧୨।୨୦୨୩ରୁ ପରୀକ୍ଷା ଆରମ୍ଭ ହୋଇ ୧୯।୧୨।୨୦୨୩ରେ ଶେଷ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା l ଏନେଇ ବୋର୍ଡ ପକ୍ଷରୁ ୧୮।୮।୨୦୨୩ ତାରିଖରେ ଏଏନ୍‌ଏମ୍‌ ଏବଂ ଜିଏନ୍‌ଏମ୍‌ ପରୀକ୍ଷା ପାଇଁ ପ୍ରୋଗ୍ରାମ ପ୍ରକାଶ ପାଇଥିଲା।

ପ୍ରୋଗ୍ରାମ ଅନୁସାରେ ଡିସେମ୍ବର ୧୧ରୁ ୧୯ତାରିଖ ମଧ୍ୟରେ ଏଏନ୍‌ଏମ୍‌ ଏବଂ ଜିଏନ୍‌ଏମ୍‌ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାର ଥିଲା। ହେଲେ ରବିବାର ବୋର୍ଡ ପକ୍ଷରୁ ନୋଟିସ ନଂ. ୯୪୭/ଏନ୍‌ଇବି-୩/୨୦୨୩ ଅନୁସାରେ ୧୮ ଏବଂ ୧୯ ତାରିଖରେ ହେବାକୁ ଥିବା ଜିଏନ୍‌ଏମ୍‌ ପରୀକ୍ଷାକୁ ବନ୍ଦ କରାଯାଇଛି l

ଏହି ଦୁଇ ଦିନରେ ଜିଏନ୍‌ଏମ୍‌ ପ୍ରଥମ ବର୍ଷର ଗୋଟିଏ ବିଷୟ, ଦ୍ୱିତୀୟ ବର୍ଷର ଗୋଟିଏ ବିଷୟ, ତୃତୀୟ ବର୍ଷର ଦୁଇଟି ବିଷୟରେ ପରୀକ୍ଷା ହେବାକୁ ଥିଲା l ହଠାତ୍‌ ପରୀକ୍ଷା ବନ୍ଦ ହେବାକୁ ନେଇ ଛାତ୍ରୀଛାତ୍ରମାନଙ୍କ ପାଇଁ ଚିନ୍ତାର କାରଣ ସାଜିବା ସହ ବିଭିନ୍ନ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି l

ଏନେଇ ଓଏନ୍‌ଏମ୍‌ଇବି ସେକ୍ରେଟାରି ବାସନ୍ତୀ ବେହେରା କହିଛନ୍ତି, ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷା ବନ୍ଦ କରାଯାଇଛି l ଭୁବନେଶ୍ୱରର ଏକ ନର୍ସିଂ କଲେଜର ଜଣେ କର୍ମଚାରୀ ହ୍ବାଟ୍ସ ଆପ୍‌ରେ ପ୍ରଶ୍ନପତ୍ର ପାଇବା ପରେ ଜଣାଇଥିଲେ। ଏହାକୁ ଅନୁଧ୍ୟାନ କରି ପରୀକ୍ଷା ବନ୍ଦ ପାଇଁ ନୋଟିସ କରାଯାଇଛି। କେଉଁଠୁ କିପରି ପ୍ରଶ୍ନ୍‌ପତ୍ର ଲିକ୍‌ ହେଲା ଅଦ୍ୟାବଧି ଜଣାପଡି ନାହିଁ। ସୋମବାର କମିଟି ବସି ଏହି ବିଷୟରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

ରାଜ୍ୟରେ ୩୫ଟି ସବ୍‌କଲେକ୍ଟର ଅଫିସ ଦାୟିତ୍ୱରେ ପ୍ରଶ୍ନପତ୍ର ରହିଛି l ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ବନ୍ଦ ହୋଇଥିବା ପରୀକ୍ଷା କରାଇବାକୁ ଚେଷ୍ଟା କରିବୁ। ଅପରପକ୍ଷେ ଆନନ୍ଦପୁର ନିର୍ବାଚନମଣ୍ଡଳୀର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ କହିଛନ୍ତି, ପ୍ରଶ୍ନପତ୍ର ଲିକ୍‌ ହେବା ବିଭାଗୀୟ ଅଧିକାରୀଙ୍କ ଦକ୍ଷତାକୁ ପଦାରେ ପକାଇଛି l ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଉଛି l ପ୍ରଶ୍ନପତ୍ର ଲିକ୍‌ ପଛରେ ଏକ ର଼୍ୟାକେଟ୍‌ ସମ୍ପୃକ୍ତ ରହିଥିବା ବେଳେ କୋଟି କୋଟି ଟଙ୍କା ଆଦାୟ ହୋଇଛି l କେବଳ ଦୁଇଟି ତାରିଖରେ ହେବାକୁ ଥିବା ପ୍ରଶ୍ନପତ୍ର ଲିକ୍‌ କଥା ବୋର୍ଡ ଅଧିକାରୀ କହୁଥିବା ବେଳେ ତାହାର ସତ୍ୟତା ଉପରେ ସନ୍ଦେହ ହେଉଛି।

ଏଏନ୍‌ଏମ୍‌, ଜିଏନ୍‌ଏମ୍‌ ସମସ୍ତ ବିଷୟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପ୍ରସଙ୍ଗକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଏହାର ଭିଜିଲାନ୍ସ ତଦନ୍ତ ହୋଇ ପ୍ରଶ୍ନପତ୍ର କେଉଁଠୁ, କେଉଁ ପରିସ୍ଥିତିରେ ଲିକ୍‌ ହେଲା ଏବଂ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri