ଜିଏନ୍‌ଏମ୍‌ ପ୍ରଶ୍ନପତ୍ର ଲିକ୍‌: ବନ୍ଦ ହେଲା ପରୀକ୍ଷା

ହାଟଡିହୀ,୧୭।୧୨(ଶୁଭକାନ୍ତ ନାୟକ): ରାଜ୍ୟରେ ଓଡ଼ିଶା ନର୍ସେସ ଆଣ୍ଡ ମିଡ୍‌ୱାଇଭସ୍‌ ଏଗ୍‌ଜାମିନେଶନ ବୋର୍ଡ(ଓଏନ୍‌ଏମ୍‌ଇବି) ପକ୍ଷରୁ ଗତ ୧୧।୧୨।୨୦୨୩ରୁ ପରୀକ୍ଷା ଆରମ୍ଭ ହୋଇ ୧୯।୧୨।୨୦୨୩ରେ ଶେଷ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା l ଏନେଇ ବୋର୍ଡ ପକ୍ଷରୁ ୧୮।୮।୨୦୨୩ ତାରିଖରେ ଏଏନ୍‌ଏମ୍‌ ଏବଂ ଜିଏନ୍‌ଏମ୍‌ ପରୀକ୍ଷା ପାଇଁ ପ୍ରୋଗ୍ରାମ ପ୍ରକାଶ ପାଇଥିଲା।

ପ୍ରୋଗ୍ରାମ ଅନୁସାରେ ଡିସେମ୍ବର ୧୧ରୁ ୧୯ତାରିଖ ମଧ୍ୟରେ ଏଏନ୍‌ଏମ୍‌ ଏବଂ ଜିଏନ୍‌ଏମ୍‌ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାର ଥିଲା। ହେଲେ ରବିବାର ବୋର୍ଡ ପକ୍ଷରୁ ନୋଟିସ ନଂ. ୯୪୭/ଏନ୍‌ଇବି-୩/୨୦୨୩ ଅନୁସାରେ ୧୮ ଏବଂ ୧୯ ତାରିଖରେ ହେବାକୁ ଥିବା ଜିଏନ୍‌ଏମ୍‌ ପରୀକ୍ଷାକୁ ବନ୍ଦ କରାଯାଇଛି l

ଏହି ଦୁଇ ଦିନରେ ଜିଏନ୍‌ଏମ୍‌ ପ୍ରଥମ ବର୍ଷର ଗୋଟିଏ ବିଷୟ, ଦ୍ୱିତୀୟ ବର୍ଷର ଗୋଟିଏ ବିଷୟ, ତୃତୀୟ ବର୍ଷର ଦୁଇଟି ବିଷୟରେ ପରୀକ୍ଷା ହେବାକୁ ଥିଲା l ହଠାତ୍‌ ପରୀକ୍ଷା ବନ୍ଦ ହେବାକୁ ନେଇ ଛାତ୍ରୀଛାତ୍ରମାନଙ୍କ ପାଇଁ ଚିନ୍ତାର କାରଣ ସାଜିବା ସହ ବିଭିନ୍ନ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି l

ଏନେଇ ଓଏନ୍‌ଏମ୍‌ଇବି ସେକ୍ରେଟାରି ବାସନ୍ତୀ ବେହେରା କହିଛନ୍ତି, ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷା ବନ୍ଦ କରାଯାଇଛି l ଭୁବନେଶ୍ୱରର ଏକ ନର୍ସିଂ କଲେଜର ଜଣେ କର୍ମଚାରୀ ହ୍ବାଟ୍ସ ଆପ୍‌ରେ ପ୍ରଶ୍ନପତ୍ର ପାଇବା ପରେ ଜଣାଇଥିଲେ। ଏହାକୁ ଅନୁଧ୍ୟାନ କରି ପରୀକ୍ଷା ବନ୍ଦ ପାଇଁ ନୋଟିସ କରାଯାଇଛି। କେଉଁଠୁ କିପରି ପ୍ରଶ୍ନ୍‌ପତ୍ର ଲିକ୍‌ ହେଲା ଅଦ୍ୟାବଧି ଜଣାପଡି ନାହିଁ। ସୋମବାର କମିଟି ବସି ଏହି ବିଷୟରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

ରାଜ୍ୟରେ ୩୫ଟି ସବ୍‌କଲେକ୍ଟର ଅଫିସ ଦାୟିତ୍ୱରେ ପ୍ରଶ୍ନପତ୍ର ରହିଛି l ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ବନ୍ଦ ହୋଇଥିବା ପରୀକ୍ଷା କରାଇବାକୁ ଚେଷ୍ଟା କରିବୁ। ଅପରପକ୍ଷେ ଆନନ୍ଦପୁର ନିର୍ବାଚନମଣ୍ଡଳୀର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ କହିଛନ୍ତି, ପ୍ରଶ୍ନପତ୍ର ଲିକ୍‌ ହେବା ବିଭାଗୀୟ ଅଧିକାରୀଙ୍କ ଦକ୍ଷତାକୁ ପଦାରେ ପକାଇଛି l ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଉଛି l ପ୍ରଶ୍ନପତ୍ର ଲିକ୍‌ ପଛରେ ଏକ ର଼୍ୟାକେଟ୍‌ ସମ୍ପୃକ୍ତ ରହିଥିବା ବେଳେ କୋଟି କୋଟି ଟଙ୍କା ଆଦାୟ ହୋଇଛି l କେବଳ ଦୁଇଟି ତାରିଖରେ ହେବାକୁ ଥିବା ପ୍ରଶ୍ନପତ୍ର ଲିକ୍‌ କଥା ବୋର୍ଡ ଅଧିକାରୀ କହୁଥିବା ବେଳେ ତାହାର ସତ୍ୟତା ଉପରେ ସନ୍ଦେହ ହେଉଛି।

ଏଏନ୍‌ଏମ୍‌, ଜିଏନ୍‌ଏମ୍‌ ସମସ୍ତ ବିଷୟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପ୍ରସଙ୍ଗକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଏହାର ଭିଜିଲାନ୍ସ ତଦନ୍ତ ହୋଇ ପ୍ରଶ୍ନପତ୍ର କେଉଁଠୁ, କେଉଁ ପରିସ୍ଥିତିରେ ଲିକ୍‌ ହେଲା ଏବଂ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri