ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜୟପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବୁଧବାର ବାଇପାସ ରୋଡ ନିକଟରେ ଜୟପୁର ଅଭିମୁଖେ ଦୁଇଜଣ ଏକ ବାଇକରେ ଆସୁଥିବା ସମୟରେ ଏକ ଅଜଣାଗାଡି ଧକ୍କା ଦେଇଥିଲା । ଫଳରେ ପାତ୍ରପୁଟ୍‌ ଅଞ୍ଚଳର ବାଇକ ଆରୋହୀ ଘାଷିରାମ ଗୋଲୋରିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଅନ୍ୟ ଜଣେ ବାଇକ ଆରୋହୀଙ୍କ ପତ୍ତା ମିଳିପାରି ନାହିଁ । ଜୟପୁର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Dharitri – Odisha’s No.1 Odia Daily

Share