ବିରଳ ମାଟିକୁ ନେଇ ସାରା ବିଶ୍ୱରେ ହଇଚଇ, କିନ୍ତୁ ପ୍ରକୃତରେ ଏହା କ’ଣ? ଓଡ଼ିଶାରେ ରହିଛି ଏହାର ଭଣ୍ଡାର

ନୂଆଦିଲ୍ଲୀ,୨୩।୧୦: ‘ରେୟାର ଅର୍ଥ’ ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ୧୭ଟି ବିଶେଷ ରାସାୟନିକ ଉପାଦାନର ଏକ ପରିବାର। ଯେପରିକି- ଲାନ୍ଥାନମ୍, ସେରିୟମ୍, ନିଓଡାଇମିୟମ୍ ଇତ୍ୟାଦି। ଏହା ମୋବାଇଲ୍, ଟେଲିଭିଜନ୍, ଲ୍ୟାପଟପ୍, ଇଲେକ୍ଟ୍ରିକ୍ ସ୍କୁଟର, ଏପରିକି ମିସାଇଲ୍ ତିଆରିରେ ଏହି ଧାତୁଗୁଡ଼ିକ ଅତ୍ୟନ୍ତ ଜରୁରୀ।

ଏହି ଧାତୁ ପୃଥିବୀରେ ବହୁଳ ପରିମାଣରେ ଥିଲେ ମଧ୍ୟ ଏହା ଅଲଗା ଅଲଗା ହୋଇ ବିକ୍ଷିପ୍ତ ଭାବେ ରହିଛି। ଏହାକୁ ଖଣିରୁ ବାହାର କରି ଶୁଦ୍ଧ କରିବାର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ, ବ୍ୟୟବହୁଳ ଏବଂ ପରିବେଶ ପାଇଁ କ୍ଷତିକାରକ, ତେଣୁ ଏହାକୁ ‘ରେୟାର ଅର୍ଥ’ କୁହାଯାଏ।

ବିଶ୍ୱର ପ୍ରାୟ ୮୦ ପ୍ରତିଶତ ‘ରେୟାର ଅର୍ଥ’ ଉତ୍ପାଦନ ଉପରେ ଚାଇନାର କବଜାରେ ରହିଛି। ଚାଇନା କେବଳ ଖନନ ନ କରି, ଏହାକୁ ଶୋଧନ କରି ଇଲେକ୍ଟ୍ରୋନିକ୍ ଅଂଶ ଏବଂ ଶକ୍ତିଶାଳୀ ଚୁମ୍ବକ ମଧ୍ୟ ତିଆରି କରୁଛି। ଯେହେତୁ ସବୁ ଦେଶ ଇଲେକ୍ଟ୍ରିକ୍ ଗାଡ଼ି ଏବଂ ସବୁଜ ଶକ୍ତି ଆଡକୁ ଯାଉଛନ୍ତି, ଏହି ଉପାଦାନର ଚାହିଦା ଆଗାମୀ ୫-୭ ବର୍ଷରେ ଦୁଇଗୁଣ ବଢ଼ିବ। ଏହି କାରଣରୁ ଯଦି ଚାଇନା ଯୋଗାଣ ବନ୍ଦ କରେ, ତେବେ ଆମେରିକାଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ପାଦନ ପ୍ରଭାବିତ ହେବ। ତେଣୁ ଏହି ଉପାଦାନ ଆଜିର ଦୁନିଆରେ ନୂଆ ‘ଜିଓପଲିଟିକାଲ୍ କରେନ୍ସି’ ବା ରାଜନୈତିକ ମୁଦ୍ରା ପାଲଟିଛି।

ଭାରତ ପାଖରେ ମଧ୍ୟ ‘ରେୟାର ଅର୍ଥ’ର ବଡ଼ ଭଣ୍ଡାର ରହିଛି, ବିଶେଷ କରି କେରଳ, ଓଡ଼ିଶା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ବାଲିରେ ଥିବା ‘ମୋନାଜାଇଟ୍’ ଖଣିଜରେ। କିନ୍ତୁ ଏହି ଧାତୁକୁ ଶୁଦ୍ଧ କରିବା ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ତିଆରି କରିବାର ଉନ୍ନତ ପ୍ରଯୁକ୍ତି ବିଦ୍ୟା ଭାରତ ପାଖରେ ନାହିଁ।

‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ପ୍ରାୟ ୧୩୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଉଛି। ଭାରତ ସରକାର ‘ଇଣ୍ଡିଆ ରେୟାର ଅର୍ଥସ୍ ଲିମିଟେଡ୍ (IREL)’କୁ ବିସ୍ତାର କରି ନିଜ ଦେଶର ଉପାଦାନରେ ନିଜସ୍ୱ ପ୍ରଯୁକ୍ତି ବିଦ୍ୟାକୁ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି।

୨୦୨୪ରେ ବିଶ୍ୱର ‘ରେୟାର ଅର୍ଥ’ ବଜାରର ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଥିଲା ଏବଂ ୨୦୩୦ ସୁଦ୍ଧା ଏହା ତିନିଗୁଣ ବଢ଼ିବାର ସମ୍ଭାବନା ରହିଛି। ଏହି ଧାତୁକୁ ଆଜିର ଦୁନିଆର ନୂଆ ‘ତୈଳ ୨.୦’ ଭାବେ ଦେଖାଯାଉଛି। ଯିଏ ଏହାକୁ ନିୟନ୍ତ୍ରଣ କରିବ, ସିଏ ହିଁ ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟା ଏବଂ ଅର୍ଥନୀତିକୁ ନିୟନ୍ତ୍ରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri