ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ ‘ଆନିମଲ’ର ଝଲକ

ମୁମ୍ବାଇ: ରଣବୀର କପୁର ତାଙ୍କର ଆଗାମୀ ମୁଭି ‘ଆନିମଲ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତା ତାଙ୍କ ଫିଲ୍ମରୁ ବହୁତ ଆଶା ରଖିଛନ୍ତି। ରଣବୀର କପୁରଙ୍କ ପୂର୍ବ ଚଳଚ୍ଚିତ୍ର ବକ୍ସ ଅଫିସରେ ଅଧିକ କିଛି କରିପାରି ନଥିଲା ସେଥିପାଇଁ ଏଥର ସେ ଆନିମଲକୁ ନେଇ ଆଶାବାଦୀ ଅଛନ୍ତି।

ଏଭଳି ପରିସ୍ଥିତିରେ ରଣବୀର ‘ଆନିମଲୁ’କୁ ହିଟ କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ବର୍ତ୍ତମାନ ଅଭିନେତା ବଲିଉଡର ବାହାଦଶା ଶାହାରୁଖ ଖାଁଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ହଁ, ସର୍ବଶେଷ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ବହୁ ପ୍ରତୀକ୍ଷିତମୁଭିଆନିମଲର କିଛି ଝଲକ ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେବ ବୋଲି ଜଣାପଡିଛି।
‘ପଠାନ’ ପରେ ବୁର୍ଜ ଖଲିଫାରେ ଆନିମଲର ଝଲକ ଦେଖିବାକୁ ମିଳିବ।
ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ଫିଲ୍ମର ୬୦ସେକେଣ୍ଡର ଭିଡିଓ ବୁର୍ଜ ଖଲିଫାରେ ପ୍ରଦର୍ଶନ କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ ଶାହାରୁଖ ଖାଁଙ୍କ ଫିଲ୍ମ ପଠାନର ଟ୍ରେଲର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଥିଲା। ଏହି ଗ୍ରାଣ୍ଡ ଇଭେଣ୍ଟରେ ରଣବୀର କପୁରଙ୍କ ସହ ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ବବି ଦେଓଲ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।
ଖବର ଅନୁଯାୟୀ, ଶୁକ୍ରବାର ରଣବୀର ମୁମ୍ବାଇ ବିମାନବନ୍ଦରରେ ସ୍ପଟ ହୋଇଥିଲେ। ଅନୁମାନ କରାଯାଉଛି ଯେ ଦୁବାଇରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଅଭିନେତା ଯାଉଛନ୍ତି।
ଆନିମଲରେ ଅନିଲ କପୁର, ବବି ଦେଓଲ ଏବଂ ତୃପ୍ତିି ଡିମରି, ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ଦମଦାର ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏଥିରେ ଅନିଲ କପୁର ରଣବୀରଙ୍କ ପିତା ଭୂମିକାରେ ନଜର ଆସିଥିବାବେଳେ ରଶ୍ମିକା ମନ୍ଦାନା ରଣବୀରଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିବେ। ଫିଲ୍ମ ଡିସେମ୍ବର ୧ରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri