Posted inଖେଳ

ଆଇପିଏଲ୍‌ରୁ ମାନସିକ ବିରତି ନେଲେ ମ୍ୟାକ୍ସଓ୍ବେଲ

ବେଙ୍ଗାଲୁରୁ,୧୭ା୪(ପି.ଟି.): ଆଇପିଏଲରୁ ମାନସିକ ଓ ଶାରୀରିକ ବିରତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ। ଖରାପ ବ୍ୟାଟିଂ ଫର୍ମ କାରଣରୁ ମ୍ୟାକ୍ସଓ୍ବେଲ ବିରତି ନେଇଥିବା ସ୍ପଷ୍ଟ କରିଛନ୍ତି। ସୋମବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମ୍ୟାକ୍ସଓ୍ବେଲ ଖେଳି ନ ଥିଲେ। ଆଙ୍ଗୁଠିରେ ଆଘାତ କାରଣରୁ ସେ ବାଦ ପଡିଥିବା ପ୍ରଥମରୁ କୁହା ଯାଇଥିଲା। ତେବେ ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ମ୍ୟାକ୍ସଓ୍ବେଲ। ମ୍ୟାଚ୍‌ ପୂର୍ବରୁ ସେ ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ସହ ଆଲୋଚନା କରିଥିଲେ। ଫାଫ୍‌ ଓ କୋଚ୍‌ ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଥିବା ମ୍ୟାକ୍ସଓ୍ବେଲ କହିଥିଲେ। ବର୍ତ୍ତମାନ କିଛି ମ୍ୟାଚ୍‌ ପାଇଁ ମୁଁ ନିଜକୁ ଶାରୀରିକ ଓ ମାନସିକ ବିରତି ପ୍ରଦାନ କରିବାକୁ ଚାହୁଁଛି। ଯାହାଦ୍ୱାରା ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭବ ହେବ ବୋଲି କହିଛନ୍ତି ମ୍ୟାକ୍ସଓ୍ବେଲ। ଉଲ୍ଲେଖଯୋଗ୍ୟ ଯେ, ମ୍ୟାକ୍ସଓ୍ବେଲ ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଏଭଳି ବିରତି ନେବାକୁ ଯାଉଛନ୍ତି। ପୂର୍ବରୁ ଅକ୍ଟୋବର ୨୦୧୯ରେ ମଧ୍ୟ ସେ କିଛି ମାସ ପାଇଁ ବିରତି ନେଇଥିଲେ। ଚଳିତ ଆଇପିଏଲରେ ମ୍ୟାକ୍ସଓ୍ବେଲ ୬ ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୩୨ ରନ୍‌ କରିଛନ୍ତି। ଆଭରେଜ୍‌ ମାତ୍ର ୫.୩୩ ଓ ଷ୍ଟ୍ରାଇକ୍‌ରେଟ୍‌ ୯୪ ରହିଛି। ବ୍ୟାଟ ଜରିଆରେ କୌଣସି ଅବଦାନ ଦେଇ ପାରୁନାହିଁ। ଅନ୍ୟ କୌଣସି ଖେଳାଳିଙ୍କୁ ସୁଯୋଗ ଦେବାର ଏହା ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ମ୍ୟାକ୍ସଓ୍ବେଲ। ତେବେ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସେ ବଦ୍ଧ ପରିକର ଥିବା କହିଛନ୍ତି । ଆଇପିଏଲ୍‌କୁ ଆସିବା ପୂର୍ବରୁ ମ୍ୟାକ୍ସଓ୍ବେଲ ୧୭ ଟି୨୦ ମ୍ୟାଚରୁ ୪୨ ଆଭରେଜ ଓ ୧୮୫ ଷ୍ଟ୍ରାଇକ ରେଟ୍‌ ସହ ୫୫୨ ରନ୍‌ କରିଥିଲେ। ତେବେ ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହିଁ ଗୋଲ୍ଡେନ୍‌ ଡକ୍‌ରେ ଆଉଟ ହୋଇଥିଲେ। ପୂର୍ବରୁ ୨୦୨୦ ସିଜନରେ ମଧ୍ୟ ମ୍ୟାକ୍ସଓ୍ବେଲ ସମାନ ଫର୍ମ ଦେଇ ଗତି କରିଥିଲେ। ପଞ୍ଜାବ ପାଇଁ ଉକ୍ତ ସିଜନରେ ସେ ୧୧ ମ୍ୟାଚ୍‌ ଖେଳି ମାତ୍ର ୧୦୮ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri