ଗ୍ଲେନ୍‌ମାର୍କର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୯।୧୦: ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ର ନୂତନ ଉତ୍ପାଦ ‘ଡାପାଗ୍ଲିଫୋଜିନ୍‌,ଟେନେଲିଗ୍ଲିପ୍‌ଟିନ୍‌ ଓ ମେଟଫାର୍ମିନ୍‌’ ଆଦିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଉପରୋକ୍ତ ଉତ୍ପାଦ ସହ ଭାରତରେ ବହୁଳ ଭାବେ ବ୍ୟବହୃତ ପ୍ରଥମ ଫିକ୍‌ସଡ ଡୋଜ୍‌ ମିଶ୍ରଣକୁ ମଧ୍ୟ ବଜାର ପ୍ରବେଶ କରାଇଛି। ଏହି ଏଫ୍‌ଡିସି ବ୍ରାଣ୍ଡ୍‌ ହେଉଛି, ଜିଟା ଡିଏମ୍‌ ଓ ଏଥିରେ ଡିପିପି୪ ଇନ୍‌ହିବିଟର ଟେନେଲିଗ୍ଲିପ୍‌ଟିନ୍‌ (୨୦ମି.ଗ୍ରା.), ଡାପାଗ୍ଲିଫୋଜିନ୍‌ (୧୦ମି.ଗ୍ରା.) ଓ ମେଟ୍‌ଫାର୍ମିନ (୫୦୦ମି.ଗ୍ରା./୧୦୦୦ମି.ଗ୍ରା.) ଏକ ନିର୍ଦ୍ଧାରିତ ମାତ୍ରାରେ ଶୁଭାରମ୍ଭ କରାଯାଇଛି। ବିଶେଷକରି ଏହା ଡାଇବେଟିସ୍‌ ଟାଇପ୍‌-୨ ରୋଗୀମାନଙ୍କ ପାଇଁ ବେଶ୍‌ ସହାୟକ ହେବ। ଗ୍ଲେନ୍‌ମାର୍କ ଫାର୍ମାର ପ୍ରେସିଡେଣ୍ଟ ଓ ବିଜ୍‌ନେସ ହେଡ୍‌ ଇଣ୍ଡିଆ ଫର୍ମୁଲେଶନ୍ସ୍‌ ଆଲୋକ ମଲିକ କହିଛନ୍ତି, ଡାଇବେଟିସ୍‌ କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ। ଏଠାରେ ରୋଗୀମାନେ ଅନିୟମିତ ହେମୋଗ୍ଲୋବିନ ଏ୧ସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଟାସେଲ୍‌ ଡିସ୍‌ଫଙ୍କସନ ଯାହା ଓଜନ ବୃଦ୍ଧି ପରି ଅନ୍ୟ ରୋଗ ସହ ଇନ୍‌ସୁଲିନ କ୍ଷରଣକୁ ବାଧା ଦେଇଥାଏ। ମଧୁମେହ ପରିଚାଳନା କରିବା ପାଇଁ ଆଜି ଲୋକମାନେ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଆମେ ଏହି ପରିପ୍ରେକ୍ଷୀରେ କ୍ରୋନିକ ଡାଇବେଟିସ୍‌ ରୋଗୀମାନଙ୍କ ପାଇଁ ଆମର ଏହି ଉପତ୍ାଦର ଶୁଭାରମ୍ଭ କରି ବହୁ ଖୁସି । ଏହାଦ୍ୱାରା ରୋଗୀମାନେ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri