’ଥାଲାସେମିଆ ରୋଗୀଙ୍କୁ ଅଗ୍ରାଧିକାର ଦେବା’

ଥାଲାସେମିଆ ଏକ ବଂଶଗତ ରକ୍ତଜନିତ ରୋଗ। ଆମ ସମସ୍ତଙ୍କ ରକ୍ତରେ ରହିଛି ଆର୍‌ବିସି ବା ଲୋହିତ ରକ୍ତ କୋଷିକା। ଲୋହିତ ରକ୍ତ କୋଷିକା ଭିତରେ ଥାଏ ହେମୋଗ୍ଲୋବିନ୍‌ ନାମକ ଏକ ଉପାଦାନ। ‘ହିମ୍‌’ ଓ ‘ଗ୍ଲୋବିନ୍‌’-ଏହି ଦୁଇଟି ଉପାଦାନ ଥାଏ ହେମୋଗ୍ଲୋବିନ୍‌ରେ। ‘ଆଲଫା’ ଓ ‘ବିଟା’ ଗ୍ଲୋବିନ୍‌ଜେନକୁ ନେଇ ଗ୍ଲୋବିନ୍‌ ଅଣୁଟି ଗଠିତ। କିନ୍ତୁ ନିର୍ଦ୍ଦିଷ୍ଟ ଏକ କ୍ରୋମୋଜୋମ୍‌ ବା ଗୁଣସୂତ୍ରରେ ତ୍ରୁଟି ରହିଗଲେ ତ୍ରୁଟିର ପ୍ରକାରକୁ ଚାହିଁ ଆଲଫା ଗ୍ଲୋବିନ୍‌ ଚେନ୍‌ କି ବିଟା ଗ୍ଲୋବିନ୍‌ ଚେନ୍‌ର ତିଆରି ତ୍ରୁଟିଯୁକ୍ତ ହୋଇଯାଏ। ଆଲଫା ଚେନ୍‌ର ତ୍ରୁଟି ହେଲେ ତାକୁ ‘ଆଲଫା ଥାଲାସିମିଆ’ ଏବଂ ବିଟା ଚେନ୍‌ରେ ତ୍ରୁଟି ହେଲେ ତାହାକୁ କହନ୍ତି ‘ବିଟା ଥାଲାସେମିଆ’। ଥାଲାସେମିଆ ରୋଗଟି ବଂଶଗତ ଜିନ୍‌ ରୋଗ ହୋଇଥିବାରୁ ପରିବାର ଏକାଧିକ ବ୍ୟକ୍ତ ଏହି ରୋଗଟିରେ ଆକ୍ରାନ୍ତ ହେବା ଆଦୌ ଅସ୍ବାଭାବିକ ନୁହେଁ। ଥାଲାସେମିଆକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି। ତାହା ହେଉଛି- ଥାଲାସେମିଆ ମେଜର, ଥାଲାସେମିଆ ମାଇନର ଏବଂ ଥାଲାସେମିଆ ଇଣ୍ଟରମେଡିଆ। ଥାଲାସେମିଆ ମେଜରକୁ ମଧ୍ୟ ‘ବିଟା ଥାଲାସେମିଆ’ ବୋଲି କହନ୍ତି। ଏହି ପ୍ରକାରଟି ସବୁଠାରୁ ବେଶି ସାଧାରଣ। ଏହି ପ୍ରକାରଟିରେ ଗ୍ଲୋବିନ୍‌ର ବିଟାଚେନ୍‌ ତିଆରି ବାଧାପ୍ରାପ୍ତ ହୋଇପଡିଥିବାରୁ ଜାତ ହୁଏ ଗୁରୁତର ଧରଣର ରକ୍ତହୀନତା ବା ଆନିମିଆ। ଥାଲାସେମିଆ ମେଜର ବା ବିଟା ଥାଲାସେମିଆ ରୋଗୀଙ୍କୁ ବାରମ୍ବାର ରକ୍ତ ଦେବାକୁ ପଡେ। ଥାଲାସେମିଆ ଏକ ବଂଶଗତ ରୋଗ ହୋଇଥିଲେ ମଧ୍ୟ ଏହାର ନିବାରଣ ସମ୍ଭବ। ପତି ଓ ପତ୍ନୀ ଉଭୟ ଥାଲାସେମିଆ ଟ୍ରିଟ୍‌ ହୋଇଥିଲେ ଏବଂ ପତ୍ନୀ ଗର୍ଭବତୀ ହେଲେ ଗର୍ଭ ହେବାର ଅଢ଼େଇରୁ ତିନି ମାସ ଭିତରେ ଗର୍ଭସ୍ଥ ଭ୍ରୂଣଠାରୁ ରକ୍ତ ସଂଗ୍ରହ କରି କିମ୍ବା ଗର୍ଭାଶୟରୁ ସଂଗୃହୀତ ଜଳରୁ ଜୀବକୋଷ ସଂଗ୍ରହ କରି ତାହାର ଜିନ୍‌ ପରୀକ୍ଷା କରାଯାଇଥାଏ। ବଡ଼ ସୌଭାଗ୍ୟର କଥା ଯେ ଥାଲାସେମିଆ ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ରକ୍ତଭଣ୍ଡାରରେ ସ୍ବତନ୍ତ୍ର ବ୍ୟବସ୍ଥାମାନ ଉବଲବ୍ଧ। ତେବେ ଥାଲାସେମିଆ ରୋଗଟି ସମ୍ବନ୍ଧରେ ଜନସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତ ତଥ୍ୟର ସଂଚାରଣ ମଧ୍ୟ ବାଞ୍ଛନୀୟ। ଏହି ରୋଗ ସଂକ୍ରାନ୍ତ ସ୍ବାସ୍ଥ୍ୟ ଶିକ୍ଷା ରୋଗର ନିବାରଣ ଏବଂ ଚିକିତ୍ସାରେ ଯେ ଯଥେଷ୍ଟ ସହାୟକ ହୋଇପାରିବ ଏହା ନିଃସନ୍ଦେହ।

ପ୍ରତିବର୍ଷ ମେ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସେମିଆ ଦିବସ’। ଏହି ଦିବସରେ ଉକ୍ତ ରୋଗ ସମ୍ପର୍କରେ ସୂଚନା ଦେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି-‘ ଥାଲାସେମିଆ ପାଇଁ ଏକତ୍ର ହେବା: ଥାଲାସେମିଆ ରୋଗୀଙ୍କୁ ଅଗ୍ରାଧିକାର ଦେବା’। ଥାଲାସେମିଆ ଏକ ରକ୍ତଜନିତ ରୋଗ। ତେଣୁ ଥାଲାସେମିଆ ରୋଗୀଙ୍କୁ କିପରି ଠିକ୍‌ ଭାବରେ ଚିକିତ୍ସା କରାଯାଇ ପାରିବ ସେ ନେଇ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏ ନେଇ ଜନସାଧାରଣ ସଚେତନ ହେଲେ ଏହି ରୋଗଜନିତ ମୃତ୍ୟୁ ହାରକୁ କେତେକାଂଶରେ ରୋକାଯାଇପାରିବ।

-ଡା. ନିତ୍ୟାନନ୍ଦ ସ୍ବାଇଁ, ବରିଷ୍ଠ ଭେଷଜ ବିଶେଷଜ୍ଞ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?