ଝିଅଙ୍କ ପାଠ

କୋଭିଡ୍‌-୧୯କୁ ଦୁଇବର୍ଷ ପୂରିବାକୁ ଯାଉଥିବା ବେଳେ ବିଶ୍ୱସାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ପ୍ରଭାବିତ ହୋଇଛି। ଅନ୍‌ଲାଇନ୍‌ ଶିକ୍ଷା ଯଦିଓ ମହାମାରୀ ସମୟରେ ଭାରସାଯୋଗ୍ୟ ମାଧ୍ୟମ ହୋଇପାରିଛି, ତଥାପି ଏହା କୌଣସି ଭାବେ ଶ୍ରେଣୀକକ୍ଷ ପଢ଼ା ସହ ସମକକ୍ଷ ନୁହେଁ ବୋଲି ସମସ୍ତେ ହୃଦ୍‌ବୋଧ କରୁଛନ୍ତି। ସ୍କୁଲରେ ପଢ଼ା ସହିତ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରକାର ବିକାଶ ଘଟିବାର ସୁଯୋଗ ଥିବାବେଳେ କରୋନା ଯୋଗୁ ସେସବୁ ସଙ୍କୁଚିତ ହୋଇଯାଇଛି। ତେବେ ନିକଟରେ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ଦୀର୍ଘଦିନ ସ୍କୁଲ ବନ୍ଦ ରହିବା ଯୋଗୁ କେବଳ ଯେ ପିଲାମାନଙ୍କ ପାଠପଢ଼ାରେ କ୍ଷତି ପହଞ୍ଚତ୍ଛି ତାହା ନୁହେଁ, ଲିଙ୍ଗଗତ ସମାନତା ପ୍ରତି ବିପଦ ସୃଷ୍ଟି କରିଛି। ପୁଅମାନଙ୍କୁ ଅନ୍‌ଲାଇନ୍‌ ପଢ଼ା ଲାଗି ସମସ୍ତ ସାଧନ ଯୋଗାଇ ଦିଆଯାଇଥିବା ବେଳେ ଝିଅମାନଙ୍କୁ ସେଭଳି ଗୁରୁତ୍ୱ ଦିଆଯାଇ ନାହିଁ। ଏପରି କି ସେମାନଙ୍କୁ ଘରକାମରେ ବେଶି ନିୟୋଜିତ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
କରୋନା ମହାମାରୀ ଶୀର୍ଷରେ ପହଞ୍ଚତ୍ଥିବା ବେଳେ ୧୯୦ ଦେଶର ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା। ଅନେକ ସ୍ଥାନରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ନ ହେବାରୁ ପିଲାମାନେ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ସ୍କୁଲ ଡ୍ରପ୍‌ଆଉଟ୍‌ ସଂଖ୍ୟା ବଢ଼ିଛି। ପିଲାମାନେ ମହାମାରୀ ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଝିଅପିଲାଙ୍କ ସୁରକ୍ଷା ବଡ଼ ଆହ୍ବାନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପୁଅ ପିଲାମାନେ ଆୟ ଅର୍ଜନକାରୀ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ଅନେକ ଝିଅଙ୍କର ଡିଜିଟାଲ ଦକ୍ଷତା କମ୍‌ ରହିଥିବା ବେଳେ କେତେକ ସ୍ଥାନରେ ସାଂସ୍କୃତିକ ନିୟମ ଯୋଗୁ ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ଯନ୍ତ୍ର ବ୍ୟବହାର ଉପରେ କଟକଣା ରହିଥିବା ଆଲୋଚନା ହୋଇଥାଏ। ପୂର୍ବରୁ କୁହାଯାଉଥିଲା ଶାରୀରିକ ଗଠନ ଦୃଷ୍ଟିରୁ ଝିଅମାନେ ସବୁ କାର୍ଯ୍ୟ କରିପାରି ନ ଥାଆନ୍ତି। ସେଥିଲାଗି ସେମାନଙ୍କୁ ସଫ୍ଟ ବା ହାଲୁକା କାର୍ଯ୍ୟ ଦିଆଯାଇଥାଏ। କିନ୍ତୁ ଏକବିଂଶ ଶତାବ୍ଦୀରେ ଝିଅମାନେ ପୁଅଙ୍କ ପରି ସମାନ କାର୍ଯ୍ୟ କରିପାରୁଛନ୍ତି। ଲିଙ୍ଗଗତ ସମାନତା ଶତାବ୍ଦୀର ଆହ୍ବାନ ହୋଇଥିବା ବେଳେ କୋଭିଡ୍‌-୧୯ ସମୟରେ ମାତାପିତା ଓ ଅଭିଭାବକମାନେ ଝିଅମାନଙ୍କ ପ୍ରତି ପକ୍ଷପାତିତା ପ୍ରଦର୍ଶନ କରିବା ଗ୍ରହଣୀୟ ହେଉନାହିଁ। ଯଦିଓ ୟୁନେସ୍କୋ ଅଧ୍ୟୟନରେ ନିର୍ଦ୍ଦିଷ୍ଟ ଭାବେ କେଉଁ ଅର୍ଥନୈତିକ ପରିବାରର ଝିଅମାନଙ୍କୁ ଘର କାମରେ ନିୟୋଜିତ କରାଯାଉଛି ବୋଲି ଦର୍ଶାଯାଇ ନାହିଁ, ତଥାପି ଗରିବ ଓ ନିମ୍ନମଧ୍ୟବିତ୍ତ ବର୍ଗର ଲୋକମାନେ ଏଭଳି ନିଷ୍ପତ୍ତି ନେବାରେ ଆଗରେ ରହିଥାଇପାରନ୍ତି। ବାସ୍ତବତା ହେଲା ଯଦି କରୋନା ମହାମାରୀ ନ ଆସି ସବୁକିଛି ସ୍ବାଭାବିକ ଭାବେ ଜୀବନ ଚାଲିଥାଆନ୍ତା ଓ ଝିଅମାନେ ନିୟମିତ ସ୍କୁଲ ଯାଇପାରୁ ଥାଆନ୍ତେ, ତାହାହେଲେ ଏଭଳି ଲିଙ୍ଗଗତ ଅସମାନତାକୁ ପ୍ରଶ୍ରୟ ମିଳିପାରି ନ ଥାଆନ୍ତା। ମାତାପିତା ଓ ଅଭିଭାବକମାନେ ଏହି ବିଷୟକୁ ହୃଦୟଙ୍ଗମ କରିବା ଦରକାର।
ପୃଥିବୀବ୍ୟାପୀ ମାନସିକତା ରହିଛି ଯେ, କୌଣସି ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେଲେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି। ତେବେ ମହାମାରୀ ଅନେକ ସକାରାତ୍ମକ ବିଷୟରେ ମଣିଷକୁ ସଚେତନ କରାଇଛି। ଯଦି ପିଲାଙ୍କ ପାଠପଢ଼ାକୁ ଦେଖାଯାଏ, ତେବେ ଶିକ୍ଷକମାନଙ୍କୁ ଅଧିକ ପ୍ରଶିକ୍ଷଣ ଦିଆଯାଇ ଶିକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ହେବ। ଭାରତରେ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପିଲାଙ୍କୁ ବିକଶିତ କରାଯିବା ଦରକାର। ଲିଙ୍ଗଗତ ସମାନତା ବିଷୟ ପୁସ୍ତକ ଭିତରେ ସୀମିତ ରହିଲେ ହେବ ନାହିଁ, ସେଥିପାଇଁ ଶିକ୍ଷକଙ୍କଠାରୁ ଆରମ୍ଭକରି ମାତାପିତା ଓ ଅଭିଭାବକଙ୍କୁ ସଚେତନ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri