ଝିଅଙ୍କ ପାଠ

କୋଭିଡ୍‌-୧୯କୁ ଦୁଇବର୍ଷ ପୂରିବାକୁ ଯାଉଥିବା ବେଳେ ବିଶ୍ୱସାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ପ୍ରଭାବିତ ହୋଇଛି। ଅନ୍‌ଲାଇନ୍‌ ଶିକ୍ଷା ଯଦିଓ ମହାମାରୀ ସମୟରେ ଭାରସାଯୋଗ୍ୟ ମାଧ୍ୟମ ହୋଇପାରିଛି, ତଥାପି ଏହା କୌଣସି ଭାବେ ଶ୍ରେଣୀକକ୍ଷ ପଢ଼ା ସହ ସମକକ୍ଷ ନୁହେଁ ବୋଲି ସମସ୍ତେ ହୃଦ୍‌ବୋଧ କରୁଛନ୍ତି। ସ୍କୁଲରେ ପଢ଼ା ସହିତ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରକାର ବିକାଶ ଘଟିବାର ସୁଯୋଗ ଥିବାବେଳେ କରୋନା ଯୋଗୁ ସେସବୁ ସଙ୍କୁଚିତ ହୋଇଯାଇଛି। ତେବେ ନିକଟରେ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ଦୀର୍ଘଦିନ ସ୍କୁଲ ବନ୍ଦ ରହିବା ଯୋଗୁ କେବଳ ଯେ ପିଲାମାନଙ୍କ ପାଠପଢ଼ାରେ କ୍ଷତି ପହଞ୍ଚତ୍ଛି ତାହା ନୁହେଁ, ଲିଙ୍ଗଗତ ସମାନତା ପ୍ରତି ବିପଦ ସୃଷ୍ଟି କରିଛି। ପୁଅମାନଙ୍କୁ ଅନ୍‌ଲାଇନ୍‌ ପଢ଼ା ଲାଗି ସମସ୍ତ ସାଧନ ଯୋଗାଇ ଦିଆଯାଇଥିବା ବେଳେ ଝିଅମାନଙ୍କୁ ସେଭଳି ଗୁରୁତ୍ୱ ଦିଆଯାଇ ନାହିଁ। ଏପରି କି ସେମାନଙ୍କୁ ଘରକାମରେ ବେଶି ନିୟୋଜିତ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
କରୋନା ମହାମାରୀ ଶୀର୍ଷରେ ପହଞ୍ଚତ୍ଥିବା ବେଳେ ୧୯୦ ଦେଶର ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା। ଅନେକ ସ୍ଥାନରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ନ ହେବାରୁ ପିଲାମାନେ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ସ୍କୁଲ ଡ୍ରପ୍‌ଆଉଟ୍‌ ସଂଖ୍ୟା ବଢ଼ିଛି। ପିଲାମାନେ ମହାମାରୀ ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଝିଅପିଲାଙ୍କ ସୁରକ୍ଷା ବଡ଼ ଆହ୍ବାନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପୁଅ ପିଲାମାନେ ଆୟ ଅର୍ଜନକାରୀ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ଅନେକ ଝିଅଙ୍କର ଡିଜିଟାଲ ଦକ୍ଷତା କମ୍‌ ରହିଥିବା ବେଳେ କେତେକ ସ୍ଥାନରେ ସାଂସ୍କୃତିକ ନିୟମ ଯୋଗୁ ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ଯନ୍ତ୍ର ବ୍ୟବହାର ଉପରେ କଟକଣା ରହିଥିବା ଆଲୋଚନା ହୋଇଥାଏ। ପୂର୍ବରୁ କୁହାଯାଉଥିଲା ଶାରୀରିକ ଗଠନ ଦୃଷ୍ଟିରୁ ଝିଅମାନେ ସବୁ କାର୍ଯ୍ୟ କରିପାରି ନ ଥାଆନ୍ତି। ସେଥିଲାଗି ସେମାନଙ୍କୁ ସଫ୍ଟ ବା ହାଲୁକା କାର୍ଯ୍ୟ ଦିଆଯାଇଥାଏ। କିନ୍ତୁ ଏକବିଂଶ ଶତାବ୍ଦୀରେ ଝିଅମାନେ ପୁଅଙ୍କ ପରି ସମାନ କାର୍ଯ୍ୟ କରିପାରୁଛନ୍ତି। ଲିଙ୍ଗଗତ ସମାନତା ଶତାବ୍ଦୀର ଆହ୍ବାନ ହୋଇଥିବା ବେଳେ କୋଭିଡ୍‌-୧୯ ସମୟରେ ମାତାପିତା ଓ ଅଭିଭାବକମାନେ ଝିଅମାନଙ୍କ ପ୍ରତି ପକ୍ଷପାତିତା ପ୍ରଦର୍ଶନ କରିବା ଗ୍ରହଣୀୟ ହେଉନାହିଁ। ଯଦିଓ ୟୁନେସ୍କୋ ଅଧ୍ୟୟନରେ ନିର୍ଦ୍ଦିଷ୍ଟ ଭାବେ କେଉଁ ଅର୍ଥନୈତିକ ପରିବାରର ଝିଅମାନଙ୍କୁ ଘର କାମରେ ନିୟୋଜିତ କରାଯାଉଛି ବୋଲି ଦର୍ଶାଯାଇ ନାହିଁ, ତଥାପି ଗରିବ ଓ ନିମ୍ନମଧ୍ୟବିତ୍ତ ବର୍ଗର ଲୋକମାନେ ଏଭଳି ନିଷ୍ପତ୍ତି ନେବାରେ ଆଗରେ ରହିଥାଇପାରନ୍ତି। ବାସ୍ତବତା ହେଲା ଯଦି କରୋନା ମହାମାରୀ ନ ଆସି ସବୁକିଛି ସ୍ବାଭାବିକ ଭାବେ ଜୀବନ ଚାଲିଥାଆନ୍ତା ଓ ଝିଅମାନେ ନିୟମିତ ସ୍କୁଲ ଯାଇପାରୁ ଥାଆନ୍ତେ, ତାହାହେଲେ ଏଭଳି ଲିଙ୍ଗଗତ ଅସମାନତାକୁ ପ୍ରଶ୍ରୟ ମିଳିପାରି ନ ଥାଆନ୍ତା। ମାତାପିତା ଓ ଅଭିଭାବକମାନେ ଏହି ବିଷୟକୁ ହୃଦୟଙ୍ଗମ କରିବା ଦରକାର।
ପୃଥିବୀବ୍ୟାପୀ ମାନସିକତା ରହିଛି ଯେ, କୌଣସି ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେଲେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି। ତେବେ ମହାମାରୀ ଅନେକ ସକାରାତ୍ମକ ବିଷୟରେ ମଣିଷକୁ ସଚେତନ କରାଇଛି। ଯଦି ପିଲାଙ୍କ ପାଠପଢ଼ାକୁ ଦେଖାଯାଏ, ତେବେ ଶିକ୍ଷକମାନଙ୍କୁ ଅଧିକ ପ୍ରଶିକ୍ଷଣ ଦିଆଯାଇ ଶିକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ହେବ। ଭାରତରେ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପିଲାଙ୍କୁ ବିକଶିତ କରାଯିବା ଦରକାର। ଲିଙ୍ଗଗତ ସମାନତା ବିଷୟ ପୁସ୍ତକ ଭିତରେ ସୀମିତ ରହିଲେ ହେବ ନାହିଁ, ସେଥିପାଇଁ ଶିକ୍ଷକଙ୍କଠାରୁ ଆରମ୍ଭକରି ମାତାପିତା ଓ ଅଭିଭାବକଙ୍କୁ ସଚେତନ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri