ଏକୁଟିଆ ଥିବାବେଳେ ଝିଅମାନେ ଗୁଗୁଲର ଏସବୁ ସାଇଟ୍‌ ଅଧିକ ସର୍ଚ୍ଚ କରନ୍ତି, ସର୍ଭେରୁ ଜଣାପଡ଼ିଲା…

ନୂଆଦିଲ୍ଲୀ, ୧୯।୧ : ସମ୍ପ୍ରତି ଗୁଗୁଲ ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯାହା ଉପରେ ୟୁଜର ଯେ କୌଣସି କାମ ପାଇଁ ନିର୍ଭର କରୁଛନ୍ତି। କିଛିି ସମସ୍ୟାର ସମ୍ମୁଖୀନ ହେଲେ ଏବେ ୟୁଜରଙ୍କ ହାତ ତୁରନ୍ତ ଗୁଗୁଲ ଆଡକୁ ପଳାଉଛି। ଗୁଗୁଲ ମନୋରଞ୍ଜନର ମାଧ୍ୟମଠାରୁ ଆରମ୍ଭ କରି ଦୈନିଦିନ ଜୀବନରେ ବିଭିନ୍ନ ଜଣାଅଜଣା ତଥ୍ୟ ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି। ଏବେ ଗୁଗୁଲ ଏହାର ଏକ ସର୍ଭେର ଫଳାଫଳ ରିପୋର୍ଟ ପ୍ରକାଶ କରିଛି।

ଝିଅମାନେ ଏକୁଟିଆ ଥିବା ସମୟରେ ଗୁଗୁଲର କେଉଁ ସାଇଟ୍‌ ଅଧିକ ସର୍ଚ୍ଚ କରିଥାନ୍ତି ସେ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଝିଅମାନେ ଗୁଗୁଲରେ କ୍ୟାରିୟର ସମ୍ବନ୍ଧୀୟ ତଥ୍ୟ ଅଧିକ ଖୋଜନ୍ତି। ଯେଉଁଥିରେ ଅନେକ ତଥ୍ୟ ଅନ୍ତର୍ଭୁକ୍ତ ହୋଇଥାଏ। ଯେପରିକି ପାଠ୍ୟକ୍ରମ ବିଷୟରେ କିମ୍ବା ପାଠ୍ୟକ୍ରମର ଦେୟ ବିଷୟରେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଝିଅମାନେ ସେମାନଙ୍କ ନିଜ କ୍ୟାରିଅର୍‌ ବିଷୟରେ କେତେ ସଚେତନ।

ସେହିପରି ଝିଅମାନେ ପୋଷାକକୁ ବହୁତ ଭଲ ପାଆନ୍ତି। ତେଣୁ ସେମାନେ ପୋଷାକ କିମ୍ବା ଶପିଂ ସାଇଟ ସହିତ ଜଡିତ ଥିବା ସାଇଟ୍‌, ବିଭିନ୍ନ ଅଫର୍‌ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।

ଏହା ସହିତ, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ମେକଅପ ବ୍ରାଣ୍ଡ ମଧ୍ୟ ଝିଅମାନେ ଖୋଜିଥାନ୍ତି। ଏହା ବ୍ୟତୀତ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ବୃଦ୍ଧିକାରୀ କୌଶଳ, ଚିକିତ୍ସା ଏବଂ ଘରୋଇ ଉପଚାର ସମ୍ପର୍କରେ ମଧ୍ୟ ସର୍ଚ୍ଚ କରିଥାନ୍ତି।

ସେହିପରି ଝିଅମାନେ ସଙ୍ଗୀତ ପ୍ରତି ରୁଚି ରଖୁଥିବାରୁ ଏଭଳି ସାଇଟ୍‌ର ମଧ୍ୟ ଅଧିକ ସର୍ଚ୍ଚ କରିଥାନ୍ତି।

ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୧୫ କୋଟିରୁ ଅଧିକ। ସେଥିମଧ୍ୟରୁ ୬ କୋଟିରୁ ଅଧିକ ମହିଳା ଅଛନ୍ତି। ସେହିଭଳି ପୁରୁଷ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ୯ କୋଟିରୁ ଅଧିକ। ଗୁଗୁଲର ରିପୋର୍ଟ ଅନୁଯାୟୀ, ମହିଳା ୟୁଜରଙ୍କ ମଧ୍ୟରୁ ୭୫ ପ୍ରତିଶତ ୧୫ରୁ ୩୪ ବର୍ଷ ବୟସ୍କ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri