୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା

କେନ୍ଦୁଝର, ୨୬ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ନିଖୋଜ କନ୍ୟା ସୋମବାର ଶିଶୁ ମଙ୍ଗଳ ସମିତିଙ୍କ ହସ୍ତକ୍ଷେପ ପରେ ପରିବାରକୁ ଫେରିଛନ୍ତି। ନାବାଳିକାଙ୍କୁ ତାଙ୍କ ପିଉସା ଜଣଙ୍କ ଘରେ କାମ କରିବାକୁ ପରିବାର ଲୋକଙ୍କ ନ ଜଣାଇ ଛାଡ଼ିଦେଇଥିଲେ। ନିର୍ଯାତନା ସହି ନ ପାରି ନାବାଳିକା ଲୁଚି ଘରୁ ପଳାଇ ଆସିଥିବା ବେଳେ ଶିଶୁ ମଙ୍ଗଳ କମିଟି ଦ୍ୱାରା ଉଦ୍ଧାର କରାଯାଇଥିଲା। ଝିଅ ଫେରିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି।
ସୂଚନା ଅନୁଯାୟୀ, ଗୁରୁବା ଜଣେ ଗରିବ ଆଦିବାସୀ ପରିବାରର। ତାଙ୍କର ପାଞ୍ଚ ଝିଅ ଓ ଜଣେ ପୁଅ ଅଛନ୍ତି। ୨୦୧୯ରେ ତାଙ୍କର ଦ୍ୱିତୀୟ ସନ୍ତାନ (ଏବେ ବୟସ ୧୨)ଙ୍କୁ ଝିଅର ପିଉସା ରାଜୁ ମୁଣ୍ଡା ଭଦ୍ରକକୁ ବୁଲାଇ ନେବାକୁ କହି ତାଙ୍କ ଭାଇ ଘର ବାଲେଶ୍ୱରରେ ଛୁଆ ଦେଖାରଖା କରିବାକୁ ଛାଡ଼ିଥିଲେ। ଛୁଆ କାନ୍ଦିଲେ ସେଠାରେ ମାଡ଼ ମରାଯାଉଥିବା ନାବାଳିକା କହିଛନ୍ତି। ତେଣୁ ସେଠାରୁ ସେ ଲୁଚି ପଳାଇଥିଲେ। ପରେ ପୋଲିସ ଉଦ୍ଧାର କରି ଏକ ସଂସ୍ଥାରେ ରଖିଥିଲା। ଝିଅ ଘରକୁ ନ ଫେରିବାରୁ ପିଉସାଙ୍କୁ ପଚାରିବାରୁ ବାଲେଶ୍ୱର ତାଙ୍କ ସହ ଯାଇଥିବା ବେଳେ କୁଆଡ଼େ ପଳାଇଗଲା ବୋଲି କହିଥିଲେ। ଏ ନେଇ ପାଟଣା ଥାନାରେ ଗୁରୁବାଙ୍କ ସ୍ତ୍ରୀ ବୈଶାଖୀ ମୁଣ୍ଡା ଅଭିଯୋଗ କରିଥିଲେ। ତେବେ ପାଟଣା ପୋଲିସ ବାଲେଶ୍ୱରରେ ଅଭିଯୋଗ କରିବାକୁ କହିବା ସହ ଝିଅର ଆଧାରକାର୍ଡ ମାଗିଥିଲା। ଝିଅର ଆଧାରକାର୍ଡ ନ ଥିବାରୁ ଫେରିଯାଇଥିଲେ। ଗ୍ରାମବାସୀ, ବନ୍ଧୁ ବାନ୍ଧବ ଝିଅକୁ ବିକ୍ରି କରିଦେଇଥିବା ନେଇ କଟୁ ମନ୍ତବ୍ୟ ଦେବା ସହ ଶୁଦ୍ଧି ହେବା ପାଇଁ ବାଧ୍ୟ କରୁଥିଲେ ବୋଲି ବୈଶାଖୀ କହିଛନ୍ତି।
ନାବାଳିକାଙ୍କୁ ଛାଡ଼ିବାକୁ ଆସିଥିବା ବାଲେଶ୍ୱର ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶତୃଘ୍ନ ମଲ୍ଲିକ କହିଛନ୍ତି, ପିଲାଟି ଏକୁଟିଆ ବୁଲୁଥିବା ଅବସ୍ଥାରେ ୨୦୧୯ରେ ଉଦ୍ଧାର ହୋଇଥିଲା। କେନ୍ଦୁଝର ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବିଭୂତି ଦାଶ କହିଛନ୍ତି, ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପଢ଼ିବା ପାଇଁ ପାଖ ବିଦ୍ୟାଳୟର ବ୍ୟବସ୍ଥା କରାଯିବା ସହ ସୁବିଧା ଯୋଗାଇ ଦିଆଯିବ। ହସ୍ତାନ୍ତର ବେଳେ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର ସଦସ୍ୟା ସୋନାଲୀ ଦାଶ, ରାଜଶ୍ରୀ ଉପାଧ୍ୟାୟ ଓ ସଦସ୍ୟ କୃଷ୍ଣଚନ୍ଦ୍ର ବାରିକ ଏବଂ ବାଲେଶ୍ୱରର ଚାଇଲ୍ଡ ଲାଇନ୍‌ର ଜଣେ ସଦସ୍ୟା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri