ରେଲୱେରେ ଚାକିରି କରାଇବା ନାଁ ରେ ଯୁବତୀଙ୍କୁ …

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର) ରେଲୱେରେ ଚାକିରି କରାଇବା ନାଁରେ ଜଣେ ଯୁବତୀଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ସଙ୍ଗୀତା ପାତ୍ର ଥାନାରେ ଏତଲା ଦେଇଛନ୍ତି । ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୫୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ୨୦୨୩ ମେ ୨୫ ତାରିଖରେ ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଗ୍ରାମର ଏ . ବିଘ୍ନେଶ୍ୱର ରାଓ ଦୋରା ଏବଂ ଭୁବନେଶ୍ବରରେ ରହୁଥିବା ସମରଜିତ ରାଉତ ଓ ତାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ରାଉତ ଫାସିଗୁଡ଼ା ଗ୍ରାମକୁ ଆସି ସଙ୍ଗୀତାଙ୍କୁ ସ୍କାଉଟ ଓ ଗାଇଡ କୋଟାରେ ରେଲୱେରେ ଚାକିରି କରାଇବାର ଆଶା ଦେଖାଇ ତାଙ୍କ ଠାରୁ ୧୩ ଲକ୍ଷ ଟଙ୍କା ନେଇଥିଲେ । ପରେ ତାଙ୍କୁ ପଶ୍ଚିମବଙ୍ଗ କୋଲକତା ନିକଟ ସିଆଲଦା ବି.ଆର ହସ୍ପିଟାଲ ରେ ତାଙ୍କର ମେଡିକାଲ ଟେଷ୍ଟ କରାଇ ସାର୍ଟିଫିକେଟ ଦେଇଥିଲେ। ଦୁଇଦିନ ପରେ ତାଙ୍କୁ କୋଲକତା ସ୍ଥିତ ଇଷ୍ଟଣ୍ଣ ରେଲୱେ ମୁଖ୍ୟାଳୟକୁ ବୁଲାଇ ନେଇ ସେଠାରେ ତାଙ୍କୁ ନିଯୁକ୍ତି ପତ୍ର ସହ ଜଏନିଂ ଲେଟର ଦେଇଥିଲେ। ସଙ୍ଗୀତା ଉକ୍ତ ଜଏନିଂ ଲେଟର ଧରି ସିଆଲଦା ସ୍ଥିତ ରେଲୱେ ର ଡିଆରଏମ ଅଫିସକୁ ଯିବା ପରେ ସେଠାକାର ଅଧିକାରୀ ବୃନ୍ଦ ତାଙ୍କ ନିକଟରେ ଥିବା ନିଯୁକ୍ତିପତ୍ର ନକଲି ବୋଲି ଜଣାଇଥିଲେ। ସଙ୍ଗୀତା ଏବଂ ତାଙ୍କ ପରିବାର ଲୋକେ ଚାକିରି ପାଇଁ ଟଙ୍କା ନେଇଥିବା ବିଘ୍ନେଶ୍ୱରଙ୍କ ସମେତ ସମରଜିତ ଓ ଶୁଭଲକ୍ଷ୍ମୀଙ୍କୁ ଫୋନ କରି ପଚାରିବାରୁ ସେମାନେ ସାକ୍ଷାତ କରିବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ଫୋନ ଉଠାଇନଥିଲେ। ସଙ୍ଗୀତା ଓ ତାଙ୍କ ପରିବାର ଲୋକେ କୁକୁଡ଼ାଖଣ୍ଡି ଗ୍ରାମ ଶାନ୍ତି ନଗରସ୍ଥିତ ବିଘ୍ନେଶ୍ୱରଙ୍କ ଘରକୁ ଯାଇ ତାଙ୍କୁ ଖୋଜିବାରୁ ଘରେ ଥିବା ତାଙ୍କ ସାନଭାଇ ଏ.ପ୍ରକାଶ ରାଓ ଦୋରା ତାଙ୍କୁ ଆପତ୍ତି ଜନକ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।
ସୂଚନା ଯୋଗ୍ୟ ଏହିକି ଯେ, ରେଲୱେରେ ଚାକିରି କରାଇବା ନାଁରେ ୭ ଜଣ ଯୁବକ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ ପଦ୍ମନାଭପୁର ଗ୍ରାମର ଅଭିଷେକ ପଣ୍ଡା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଥାନା ମାମଲା ନଂ.୨୪୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଦିଗପହଣ୍ଡି ପୋଲିସ ତଦନ୍ତ ଚଳାଇଥିବା ବେଳେ ଅନ୍ୟ ଏକ ଠକେଇ ମାମଲାରେ ସମ୍ପୃକ୍ତ ବିଘ୍ନେଶ୍ୱର ଏବଂ ଶୁଭଲକ୍ଷ୍ମୀଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ପୂର୍ବର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri