ରେଲୱେରେ ଚାକିରି କରାଇବା ନାଁ ରେ ଯୁବତୀଙ୍କୁ …

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର) ରେଲୱେରେ ଚାକିରି କରାଇବା ନାଁରେ ଜଣେ ଯୁବତୀଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ସଙ୍ଗୀତା ପାତ୍ର ଥାନାରେ ଏତଲା ଦେଇଛନ୍ତି । ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୫୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ୨୦୨୩ ମେ ୨୫ ତାରିଖରେ ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଗ୍ରାମର ଏ . ବିଘ୍ନେଶ୍ୱର ରାଓ ଦୋରା ଏବଂ ଭୁବନେଶ୍ବରରେ ରହୁଥିବା ସମରଜିତ ରାଉତ ଓ ତାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ରାଉତ ଫାସିଗୁଡ଼ା ଗ୍ରାମକୁ ଆସି ସଙ୍ଗୀତାଙ୍କୁ ସ୍କାଉଟ ଓ ଗାଇଡ କୋଟାରେ ରେଲୱେରେ ଚାକିରି କରାଇବାର ଆଶା ଦେଖାଇ ତାଙ୍କ ଠାରୁ ୧୩ ଲକ୍ଷ ଟଙ୍କା ନେଇଥିଲେ । ପରେ ତାଙ୍କୁ ପଶ୍ଚିମବଙ୍ଗ କୋଲକତା ନିକଟ ସିଆଲଦା ବି.ଆର ହସ୍ପିଟାଲ ରେ ତାଙ୍କର ମେଡିକାଲ ଟେଷ୍ଟ କରାଇ ସାର୍ଟିଫିକେଟ ଦେଇଥିଲେ। ଦୁଇଦିନ ପରେ ତାଙ୍କୁ କୋଲକତା ସ୍ଥିତ ଇଷ୍ଟଣ୍ଣ ରେଲୱେ ମୁଖ୍ୟାଳୟକୁ ବୁଲାଇ ନେଇ ସେଠାରେ ତାଙ୍କୁ ନିଯୁକ୍ତି ପତ୍ର ସହ ଜଏନିଂ ଲେଟର ଦେଇଥିଲେ। ସଙ୍ଗୀତା ଉକ୍ତ ଜଏନିଂ ଲେଟର ଧରି ସିଆଲଦା ସ୍ଥିତ ରେଲୱେ ର ଡିଆରଏମ ଅଫିସକୁ ଯିବା ପରେ ସେଠାକାର ଅଧିକାରୀ ବୃନ୍ଦ ତାଙ୍କ ନିକଟରେ ଥିବା ନିଯୁକ୍ତିପତ୍ର ନକଲି ବୋଲି ଜଣାଇଥିଲେ। ସଙ୍ଗୀତା ଏବଂ ତାଙ୍କ ପରିବାର ଲୋକେ ଚାକିରି ପାଇଁ ଟଙ୍କା ନେଇଥିବା ବିଘ୍ନେଶ୍ୱରଙ୍କ ସମେତ ସମରଜିତ ଓ ଶୁଭଲକ୍ଷ୍ମୀଙ୍କୁ ଫୋନ କରି ପଚାରିବାରୁ ସେମାନେ ସାକ୍ଷାତ କରିବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ଫୋନ ଉଠାଇନଥିଲେ। ସଙ୍ଗୀତା ଓ ତାଙ୍କ ପରିବାର ଲୋକେ କୁକୁଡ଼ାଖଣ୍ଡି ଗ୍ରାମ ଶାନ୍ତି ନଗରସ୍ଥିତ ବିଘ୍ନେଶ୍ୱରଙ୍କ ଘରକୁ ଯାଇ ତାଙ୍କୁ ଖୋଜିବାରୁ ଘରେ ଥିବା ତାଙ୍କ ସାନଭାଇ ଏ.ପ୍ରକାଶ ରାଓ ଦୋରା ତାଙ୍କୁ ଆପତ୍ତି ଜନକ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।
ସୂଚନା ଯୋଗ୍ୟ ଏହିକି ଯେ, ରେଲୱେରେ ଚାକିରି କରାଇବା ନାଁରେ ୭ ଜଣ ଯୁବକ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ ପଦ୍ମନାଭପୁର ଗ୍ରାମର ଅଭିଷେକ ପଣ୍ଡା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଥାନା ମାମଲା ନଂ.୨୪୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଦିଗପହଣ୍ଡି ପୋଲିସ ତଦନ୍ତ ଚଳାଇଥିବା ବେଳେ ଅନ୍ୟ ଏକ ଠକେଇ ମାମଲାରେ ସମ୍ପୃକ୍ତ ବିଘ୍ନେଶ୍ୱର ଏବଂ ଶୁଭଲକ୍ଷ୍ମୀଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ପୂର୍ବର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri