ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ ଗିରଫ କରିଛି । ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଲକ୍ଷ୍ମୀସାଗର ପୋଲିସ ଏନେଇ ତଦନ୍ତ ଚଳାଇଥିଲା।
ତେବେ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଏବଂ ପୀଡିତା ଦୁହେଁ ବୁଦ୍ଧନଗର ଅଞ୍ଚଳରେ ଭଡ଼ାଘରେ ଲିଭ-ଇନରେ ରହୁଥିଲେ । ତାଙ୍କ ବିନା ଇଚ୍ଛାରେ ତାଙ୍କ ସହ ଜୋର ଜବରଦସ୍ତ କରିଥିବା ନେଇ ପୀଡିତା ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।