‘ଯକୃତରୋଗ ଦୂରକରେ ଗିଲୋୟ’

ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ଗିଲୋୟ (ଟିନୋସପୋରା କର୍ଡିଫୋଲିଆ)ର ହେପାଟୋପ୍ରୋଟେକ୍ଟିଭ ବା ଯକୃତକୁ ସୁସ୍ଥ ରଖିବାର କ୍ଷମତା ଏବଂ ଅନ୍ୟାନ୍ୟ ଉପକାରିତାକୁ ୟୁକେ ପକ୍ଷରୁ ଗ୍ରହଣ କରାଯାଇଛିି। ୟୁକେର ପ୍ରସିଦ୍ଧ ଗବେଷଣା ପତ୍ରିକା ‘ଜର୍ନାଲ ଅଫ୍‌ ଦି ରୟାଲ ଫାର୍ମାସ୍ୟୁଟିକାଲ ସୋସାଇଟି ଅଫ୍‌ ଗ୍ରେଟ୍‌ ବ୍ରିଟେନ’ରେ ପ୍ରକାଶିତ ହୋଇଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ‘ଜର୍ନାଲ ଅଫ୍‌ ଫାର୍ମାସି ଏବଂ ଫାର୍ମାକୋଲୋଜି’ରେ ପ୍ରକାଶିତ ହୋଇଛି। ଗିଲୋୟ ଉପରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଏହା ଯକୃତକୁ ସୁସ୍ଥ ରଖିବା ସହିତ ଶରୀରର କୋଷଗୁଡ଼ିକର ଅବକ୍ଷୟକୁ ରୋକିବାରେ ଏବଂ ଯକୃତକୁ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ଗିଲୋୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଦୈନିକ ଗିଲୋୟ ଆହାର କରି ଅନେକ ରୋଗରୁ ମୁକ୍ତି ମିଳିପାରେ। ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା ଜୀ ମହାରାଜ କହିଛନ୍ତି, ପ୍ରାଚୀନ କାଳରୁ ରକ୍ତ ଶୁଦ୍ଧତା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଗିଲୋୟ ପାରମ୍ପରିକ ଭାବରେ ବ୍ୟବହୃତ ହେଉଥିଲା। ଆଚାର୍ଯ୍ୟ କହିଛନ୍ତି, ପତଞ୍ଜଳି ଆୟୁର୍ବେଦକୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ। କରୋନା ଅବଧିରେ, ଗିଲୋୟ ବିଷୟରେ ଭୁଲ୍‌ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା ଯେ ଗିଲୋୟର ଅତ୍ୟଧିକ ବ୍ୟବହାର ଯକୃତ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଗିଲୋୟ ଉପରେ ଅନୁସନ୍ଧାନ କରିଥିଲେ ଏବଂ ଏହାକୁ ପ୍ରମାଣ ସହିତ ଉପସ୍ଥାପନ କରିଥିଲେ। ଗିଲୋୟ କରୋନିଲର ଏକ ପ୍ରମୁଖ ଉପାଦାନ ହୋଇଥିବାବେଳେ କରୋନା ମୁକାବିଲାରେ ଏହା ସହାୟକ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ପାଇଁ ବିପଦ ସୃଷ୍ଟି କରିବେ ଏହି ପାକିସ୍ତାନୀ ଖେଳାଳି! IND vs PAK ମ୍ୟାଚ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୧୩।୨: ୨୦୨୬ ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛି। ନାମ୍ବିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ୯୬ ରନର ବିଶାଳ ବ୍ୟବଧାନରେ…

କଲେଜ ପାଇଁ ଗୌରବ ଆଣିଲେ ଏନ୍‌ସିସି ନାଭାଲ ଓ୍ବିଙ୍ଗର କ୍ୟାଡେଟ୍‌ ହିମେଶ

ଭଞ୍ଜନଗର,୧୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ନାଭାଲ ଓ୍ବିଙ୍ଗ୍‌ର କ୍ୟାଡେଟ ହିମେଶ କୁମାର ଜେନା ଗତ ସାଧାରଣତନ୍ତ୍ର ଦିବସରେ…

ଗାଁରେ ଦନ୍ତା ଆତଙ୍କ, ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ଜଣଙ୍କୁ ଦଳିଦେଲା

ରାଞ୍ଚି,୧୩।୨: ଝାଡ଼ଖଣ୍ଡ ହଜାରିବାଗ ଜିଲା ଗଣ୍ଡୱାର ଗାଁରେ ଦନ୍ତା ଆତଙ୍କ । ଗୁରୁବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।…

ତାରିକ ରହମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କଲାଣି ପାକିସ୍ତାନ ସହ ଆମେରିକା

ଢାକା,୧୩।୨: ବାଂଲାଦେଶ ନିର୍ବାଚନରେ ବିଏନପିର ବିପୁଳ ବିଜୟ ପରେ, ବିଶ୍ୱର ଧ୍ୟାନ ଢାକା ଉପରେ କେନ୍ଦ୍ରିତ। ତାରିକ ରହମାନ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏହି ସମୟରେ,…

ବାଡ଼ିରେ କାମ କରୁଥିଲେ ଚାଷୀ, ହଠାତ୍‌ ପଛପଟୁ ଆସି ଦଳିଦେଲା ହାତୀ

ଭବାନୀପାଟଣା,୧୩ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପିରୁଙ୍ଗଗୁଡ଼ା ଗ୍ରାମରୁ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।…

୧୦ ବର୍ଷରେ ପରେ ଏହି କାମ କରିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଶେଷରେ…

ନୂଆଦିଲ୍ଲୀ,୧୩।୨: ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି। ଗତଥର ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ, ଦୁର୍ଲଭ ସଂଯୋଗରୁ ଲାଭବାନ୍ ହେବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି । ଏହି ସମୟ ମଧ୍ୟରେ, ଗ୍ରହମାନେ ଅନ୍ୟ ଗ୍ରହମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri