ନାସାର ଚେତାବନୀ: ୩ ଦିନ ପରେ ପୃଥିବୀ ସହ ମାଡ଼ ହେବ ବିଶାଳକାୟ ଗ୍ରହ, ୧୦ ମହଲାଠାରୁ ବି ବଡ଼

ଓ୍ବାଶିଂଟନ,୧୧ା୩: ଅନେକ ଥର ଏମିତି ଖବର ସାମ୍ନାକୁ ଆସିଥାଏ, ଯେଉଁଥିରେ ସୃଷ୍ଟି ଧ୍ୱଂସ ହେବାର  ସମ୍ଭାବନା ପ୍ରକାଶ ପାଇଥାଏ। କୁହାଯାଏ, ବିଶ୍ୱ ଏପରି ଦିନେ ନା ଦିନେ ଶେଷ ହେବ। ପୁଣି  ସେମିତି ଏକ ଖବର ସାମ୍ନାକୁ ଆସିଛି। ନାସା ଅନୁଯାୟୀ, ଶନିବାରଠାରୁ ତିନି ଦିନ ପରେ ଏକ ବିଶାଳ ଗ୍ରହ ପୃଥିବୀକୁ ଆସିପାରେ। ଏହି ଗ୍ରହର ଆକାର ୧୦ ମହଲା କୋଠାଠାରୁ ବି ବଡ଼ ଏବଂ ଏହା ପୃଥିବୀ ଆଡ଼କୁ ବହୁତ ଦ୍ରୁତଗତିରେ ମାଡ଼ି ଆସୁଛି।

ଏହି ବଡ଼ ଗ୍ରହକୁ ୨୦୨୩ ସିଏମ୍‌ ନାମରେ ନାମିତ କରାଯାଇଛି। ଏହାର ଉଚ୍ଚତା ପ୍ରାୟ ୧୮୦ ମିଟର ଅର୍ଥାତ୍‌ ୫୯୦ ଫୁଟ ବୋଲି କୁହାଯାଏ। ଏହି ଗ୍ରହଟି ଘଣ୍ଟା ପ୍ରତି ପ୍ରାୟ ୫୦, ୪୭୪ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ନାସା ପ୍ରଥମେ ୨ ଫେବୃୟାରୀରେ ଏହି ଗ୍ରହକୁ ଦେଖିଥିଲା। ସେବେଠାରୁ ଏହାକୁ ନିରନ୍ତର ତଦାରଖ କରାଯାଉଥିଲା। ବର୍ତ୍ତମାନ ଯେଉଁ ଗତି ସହିତ ଏହା ବୃଦ୍ଧି ପାଉଛି, ଅନୁମାନ କରାଯାଇଛି ଯେ, ତିନି ଦିନ ପରେ ଏହା ପୃଥିବୀର ଅତି ନିକଟବର୍ତ୍ତୀ ହେବ।

ନାସା ଏହି ଗ୍ରହକୁ ପୃଥିବୀ ପାଇଁ ବିପଜ୍ଜନକ ବୋଲି କହିଛି। ଏହା ଘଣ୍ଟା ପ୍ରତି ୨୫ ହଜାରରୁ ୪୦ ହଜାର କିଲୋମିଟର ବେଗରେ ଗତି କରୁଛି। ଯଦି ଏହା ପୃଥିବୀର ନିକଟତର ହେବା ସମୟରେ ଟିକିଏ ଗତି ପରିବର୍ତ୍ତନ କରେ କିମ୍ବା ପୃଥିବୀର ମାଧ୍ୟାକର୍ଷଣ ହେତୁ ଯଦି ଏହାର ପଥରେ ସାମାନ୍ୟ ବାଧା ଆସେ, ତେବେ ଏହା ପୃଥିବୀ ସହିତ ଧକ୍କା ହେବ ଏବଂ ଏତେ ଉଚ୍ଚ ଗତି ହେତୁ ପୃଥିବୀ ଧ୍ୱଂସ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri