ଷ୍ଟେଶନରେ ଭୂତ ଆତଙ୍କ, ୪୨ବର୍ଷ ହେଲା ଅଟକୁନି ଟ୍ରେନ

କୋଲକତା, ୧।୧୧: ହଣ୍ଟେଡ ପ୍ଲେସ ବିଷୟରେ ଯେତିକି ଶୁଣିବାକୁ କୌତୁହଳ ଲାଗେ ସେହି ସ୍ଥାନକୁ ଯିବାକୁ ସେତେ ଡର ବି ଲାଗେ। ଭାରତରେ ଥିବା ବିଭିନ୍ନ ଭୂତିଆ ସ୍ଥଳ ବିଷୟରେ ଆପଣ ନିଶ୍ଚେ ଜାଣିଥିବେ। ସେଥିମଧ୍ୟରୁ ଆପଣଙ୍କୁ ଆମେ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ହଣ୍ଟେଡ ରେଲଓ୍ବେ ଷ୍ଟେଶନ ଭାବରେ ପରିଚିତ।

ଆପଣ ଜାଣିଥିବା ସବୁ ସ୍ଥାନରେ ଥିବା ରେଲଓ୍ବେ ଷ୍ଟେଶନରେ ଟ୍ରେନ ଅଟକି ଥାଏ। ଏଠାରେ ଯାତ୍ରୀମାନେ ତାଙ୍କ ଗନ୍ତବ୍ୟ ଷ୍ଟେଶନରୁ ଓହ୍ଲାଇବା ସହ ଗନ୍ତବ୍ୟ ସ୍ଥଳ ପାଇଁ ଟ୍ରେନରେ ବସିଥାନ୍ତି। କିଛିଜଣ ଅଲଗା ଟ୍ରେନ ପାଇଁ ଷ୍ଟେଶନରେ ଅପେକ୍ଷା ମଧ୍ୟ କରିଥାନ୍ତି। କିନ୍ତୁ ଏହି ଭୂତିଆ ଷ୍ଟେଶନରେ ୪୨ବର୍ଷ ହେବ କୌଣସି ଟ୍ରେନ ଅଟକି ନାହିଁ। ଏଠାରେ କୌଣସି ଯାତ୍ରୀ ଟ୍ରେନ ପାଇଁ ଅପେକ୍ଷା କରନ୍ତି ନାହିଁ କି କୌଣସି ଯାତ୍ରୀ ଏହି ଷ୍ଟେଶନରେ ଓହ୍ଲାନ୍ତି ନାହିଁ। ସର୍ବୋପରି କହିବାକୁ ଗଲେ ଏଠାରେ କୌଣସି ଟ୍ରେନ ଅଟକେ ନାହିଁ। ବହୁଜଣ ଏଠାରେ ଭୂତ ଦେଖିବାର ଦାବି କରିଛନ୍ତି। ଚଳିତବର୍ଷ ଏଠାରେ ନିଯୁକ୍ତ ଷ୍ଟେଶନ ମାଷ୍ଟର ଷ୍ଟେଶନରେ ଜଣେ ଧଳା ଶାଢୀ ପିନ୍ଧିଥିବା ମହିଳା ଭୂତଙ୍କୁ ଦେଖିଦେଇଥିଲେ। ଏହାପରେ ଷ୍ଟେଶନ ମାଷ୍ଟରଙ୍କ ମୃତ୍ୟୁ ହୋଇ ଯାଇଥିଲା। କୁହାଯାଉଥିଲା କି, ଏହି ମହିଳା ଜଣଙ୍କର ଟ୍ରେନ ଦୁର୍ଘଟଣା ଯୋଗୁ ଏହି ଷ୍ଟେଶନରେ ମୃତ୍ୟୁ ହୋଇଯାଇଥିଲା। ଷ୍ଟେଶନ ମାଷ୍ଟରଙ୍କ ମୃତ୍ୟୁ ପରେ ତାଙ୍କ ପୁରା ପରିବାରଙ୍କ ମୃତଦେହ ରେଲଓ୍ବେ କାର୍ଟରରେ ମିଳିଥିଲା। କୁହାଯାଉଛି କି, ଏହି ପୁରା ପରିବାରର ମୃତ୍ୟୁ ପଛରେ ସେହି ମହିଳା ଭୂତଙ୍କର ହାତ ରହିଛି।

ଏହି ଷ୍ଟେଶନକୁ ଯିବାକୁ ଲୋକେ ଏତେ ଭୟ କରନ୍ତି କି ପ୍ରଶାସନ ମଧ୍ୟ ଏହି ସ୍ଥାନକୁ ଆସନ୍ତି ନାହିଁ। ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ଏହି ଭୂତିଆ ଷ୍ଟେଶନ ରହିଛି। ଏହି ଷ୍ଟେଶନର ନାଁ ହେଲା ବେଗୁନକୋଦର ରେଲଓ୍ବେ ଷ୍ଟେଶନ। ଭାରତର ଟପ୍‌ ୧୦ ଭୂତିଆ ଷ୍ଟେଶନ ତାଲିକାରେ ଏହି ଷ୍ଟେଶନର ନାଁ ରହିଛି। ଭାରତୀୟ ରେଳବାଇ ଏହି ଷ୍ଟଶନକୁ ୧୯୬୦ରେ ନିର୍ମାଣ କରିଥିଲା।

ନିର୍ବାଣ କରିବାର ବହୁଦିନ ପର୍ଯ୍ୟନ୍ତ ଅନ୍ୟ ଷ୍ଟେଶନ ପରି ଏଠାରରେ ଲୋକ ଚଳପ୍ରଚଳ କରୁଥିଲେ। କିନ୍ତୁ ଧିରେ ଧିରେ ଏଠାରେ ଅଜବ ଘଟଣା ଦେଖିବାକୁ ମିଳିଥିଲା। ୧୯୬୭ରେ ଜଣେ ରେଲଓ୍ବେ କର୍ମଚାରୀ ଏଠାରେ ଜଣେ ମହିଳାଙ୍କୁ ଦେଖିଥିବାର କହିିଥିଲେ। କୁହାଯାଉଛି କି ସା ବୁଡିବା ସମୟରେ ଯେକୌଣସି ଟ୍ରେନ ଏହି ଷ୍ଟେଶନ ଦେଇ ଯାଉଥିଲେ ସେହି ମହିଳା ଜଣକ ଟ୍ରେନ ସହ ଦୌଡିଥାନ୍ତି। ଏପରିକି ଟ୍ରେନ ସାମ୍ନାରେ ମହିଳା ଜଣକ ଠିଆ ହୋଇଥିବା ଦେଖିଥିବାର ବହୁ ଲୋକ ଦେଖିଛନ୍ତି। ତେଣୁ ଏହି ଷ୍ଟେଶନ ଦେଇ ଟ୍ରେନ ଯିବାବେଳେ ଟ୍ରେନ ଡ୍ରାଇଭର ଟ୍ରେନର ଗତି ବଢାଇ ଦେଇଥାଏ।

ତେଣୁ ଏହି ଡର ଯୋଗୁ ଏଠାରେ କୌଣସି ରେଲଓ୍ବେ କର୍ମଚାରୀ ଏଠାରେ ପୋଷ୍ଟି ହେବାକୁ ଭୟଭୀତ ହୋଇଯାଆନ୍ତି। ଯାତ୍ରୀଙ୍କ ଚଳପ୍ରଚଳ ନ ହେବା ଯୋଗୁ ଏହି ଷ୍ଟେଶନ ବନ୍ଦ ହୋଇଯାଇଥିଲା। କିନ୍ତୁ ୨୦୦୯ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଷ୍ଟେଶନକୁ ପୁଣି ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri