ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଘାଟିଶୁଳା, ଚକରା ଘାଟି

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୁମୁସର ଇତିହାସର ମୂକସାକ୍ଷୀ ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଆଗକୁ ରଣଘଣ୍ଟାର ମଧ୍ୟ ବିକାଶ ହେବ।
ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ରବିବାର ବିଭିନ୍ନ ଅଞ୍ଚଳର ଶତାଧିକ ଗବେଷକ, ଲେଖିକା, ଲେଖକ ରବିବାର ଚକରା ଘାଟି ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ଗବେଷକ, ଲେଖିକା, ଲେଖକ ସମେତ ଇତିହାସ , ରାଜନୀତି ଏବଂ ଓଡ଼ିଆ ବିଭାଗର ଅଧ୍ୟାପିକା, ଅଧ୍ୟାପକମାନେ ଚକରା ଘାଟି ଓ ଚକରା ବିଶୋଇଙ୍କ ଉପରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ଆଗାମୀ ଦିନରେ ଉକ୍ତ ଲେଖିକା, ଲେଖକ ମାନେ ମଧ୍ୟ ଘାଟିଶୁଳା ପରିଦର୍ଶନରେ ଯାଇ ଗବେଷଣା କରିବେ। ବର୍ତ୍ତମାନ ଚକରା ଘାଟି ଏବଂ ଘାଟିଶୁଳାକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିବା ପାଇଁ ପଦକ୍ଷେପ ନିଆଯାଇଛି । ଉକ୍ତ ଘାଟିରେ ରହି ଘୁମୁସର ବୀର ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରିଥିଲେ। ଇତିହାସ ପ୍ରସିଦ୍ଧ ଉକ୍ତ ସ୍ଥାନଗୁଡ଼ିକ ଲୋକଲୋଚନକୁ ଆସିପାରି ନ ଥିଲା। ଆଗାମୀ ପିଢ଼ି ଘୁମୁସର ଇତିହାସର ପ୍ରସିଦ୍ଧ ସ୍ଥଳଗୁଡ଼ିକ ଭୁଲିବାକୁ ବସିଥିଲେ। ତେଣୁ ତାହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନାୟକ କହିଥିଲେ।

ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇ ଘାଟିର ବିକାଶ ସରିବା ପରେ ଘୁମୁସର ଇତିହାସ ସହ ଜଡ଼ିତ ରଣଘଣ୍ଟାର ବିକାଶ କରାଯିବ। ପର୍ଯ୍ୟଟକମାନେ ଆସିଲେ ଏଠାରେ ରହିବା ପାଇଁ ଅତ୍ୟାଧୁନିକ ଗେଷ୍ଟ୍‌ ହାଉସ୍‌ ବ୍ୟବସ୍ଥା ହେଉଛି। ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ଚକରା ଘାଟି। ଘଞ୍ଚ ଜଙ୍ଗଲ ମଧ୍ୟରେ ଘାଟିଟି ଥିବାରୁ ଘାଟିର ବିକାଶ ସମୟରେ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା କଥା ମଧ୍ୟ ବିଚାରକୁ ନିଆଯାଇଛି। ତେଣୁ ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ସଫାରି ଭଳି ତାରବାଡ଼ ହେବ। ବନ୍ୟପ୍ରାଣୀଙ୍କ ପାଣିର ଅଭାବ ମେଣ୍ଟାଇବା ପାଇଁ ଏକାଧିକ ଜଳାଶୟ ନିର୍ମାଣ କରାଯାଇଛି ବୋଲି ବିଧାୟକ ନାୟକ କହିଥିଲେ। ଏହି ସମୟରେ ଗବେଷକମାନେ ଆଉ କିଛି ନୂଆ ପ୍ରସ୍ତାବ ବିଧାୟକଙ୍କୁ ଦେଇଥିଲେ। ଗବେଷକଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଆଉ କିଛି ନୂଆ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ବିଧାୟକ କହିଥିଲେ।

ବିଧାୟକଙ୍କ ଗସ୍ତ ସମୟରେ ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଡି ଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଗବେଷକ ଡ. ସନ୍ତୋଷ ଆପଟ, ଦଶପଲ୍ଲା ଫିରିଙ୍ଗିଆ କଲେଜ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ମିଶ୍ର , ଦାମୋଦର ଷଡ଼ଙ୍ଗୀ, ତପନ ମିଶ୍ର,
ବରିଷ୍ଠ ଲେଖକ ତଥା ଭଞ୍ଜ ସଙ୍ଗୀତଜ୍ଞ ଲୋକନାଥ ମହାନ୍ତି, ଜୟଦେବ ଗୌଡ଼, ଆଶୋକ ସ୍ବାଇଁ, ମାଧବ ଦଳେଇ, ନେତାଜୀ ବିଷୋୟୀ, ଶୂଳପାଣି ଶତପଥୀ, ଡ. ରବୀନ୍ଦ୍ର ପାଳ, ସୁରେଶ ସ୍ବାଇଁ,ଦାମୋଦର ରଥ, ଡ.ରବୀନ୍ଦ୍ର ମିଶ୍ର, ଚିନ୍ମୟ ବେବର୍ତ୍ତା, ତ୍ରିନାଥ ବେହେରା, ମୋତିଲାଲ ପତି, ପ୍ରଶାନ୍ତ ସାହୁ, ବିଜୟାନନ୍ଦ ପତି,
ଲେଖିକା ନଳିନୀ ପ୍ରଭା ଦାସ, ସୁଜାତା ସିଂ, କଳ୍ପନା କୁମାରୀ ପ୍ରଧାନ, ପ୍ରଭାତୀ ମଞ୍ଜରୀ ବେହେରା, ଡ ଗାୟତ୍ରୀ ସାହୁ,ରଞ୍ଜୁଲତା ବେହେରା, ମୋନାଲିସା ମିଶ୍ର, ଦୀପ୍ତଂ।ଶୁ ପ୍ରଭା ଦେବୀ, ସ୍ନେହଲତା ବିଷୋୟୀ, ଝରଣା ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri