ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଘାଟିଶୁଳା, ଚକରା ଘାଟି

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୁମୁସର ଇତିହାସର ମୂକସାକ୍ଷୀ ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଆଗକୁ ରଣଘଣ୍ଟାର ମଧ୍ୟ ବିକାଶ ହେବ।
ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ରବିବାର ବିଭିନ୍ନ ଅଞ୍ଚଳର ଶତାଧିକ ଗବେଷକ, ଲେଖିକା, ଲେଖକ ରବିବାର ଚକରା ଘାଟି ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ଗବେଷକ, ଲେଖିକା, ଲେଖକ ସମେତ ଇତିହାସ , ରାଜନୀତି ଏବଂ ଓଡ଼ିଆ ବିଭାଗର ଅଧ୍ୟାପିକା, ଅଧ୍ୟାପକମାନେ ଚକରା ଘାଟି ଓ ଚକରା ବିଶୋଇଙ୍କ ଉପରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ଆଗାମୀ ଦିନରେ ଉକ୍ତ ଲେଖିକା, ଲେଖକ ମାନେ ମଧ୍ୟ ଘାଟିଶୁଳା ପରିଦର୍ଶନରେ ଯାଇ ଗବେଷଣା କରିବେ। ବର୍ତ୍ତମାନ ଚକରା ଘାଟି ଏବଂ ଘାଟିଶୁଳାକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିବା ପାଇଁ ପଦକ୍ଷେପ ନିଆଯାଇଛି । ଉକ୍ତ ଘାଟିରେ ରହି ଘୁମୁସର ବୀର ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରିଥିଲେ। ଇତିହାସ ପ୍ରସିଦ୍ଧ ଉକ୍ତ ସ୍ଥାନଗୁଡ଼ିକ ଲୋକଲୋଚନକୁ ଆସିପାରି ନ ଥିଲା। ଆଗାମୀ ପିଢ଼ି ଘୁମୁସର ଇତିହାସର ପ୍ରସିଦ୍ଧ ସ୍ଥଳଗୁଡ଼ିକ ଭୁଲିବାକୁ ବସିଥିଲେ। ତେଣୁ ତାହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନାୟକ କହିଥିଲେ।

ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇ ଘାଟିର ବିକାଶ ସରିବା ପରେ ଘୁମୁସର ଇତିହାସ ସହ ଜଡ଼ିତ ରଣଘଣ୍ଟାର ବିକାଶ କରାଯିବ। ପର୍ଯ୍ୟଟକମାନେ ଆସିଲେ ଏଠାରେ ରହିବା ପାଇଁ ଅତ୍ୟାଧୁନିକ ଗେଷ୍ଟ୍‌ ହାଉସ୍‌ ବ୍ୟବସ୍ଥା ହେଉଛି। ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ଚକରା ଘାଟି। ଘଞ୍ଚ ଜଙ୍ଗଲ ମଧ୍ୟରେ ଘାଟିଟି ଥିବାରୁ ଘାଟିର ବିକାଶ ସମୟରେ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା କଥା ମଧ୍ୟ ବିଚାରକୁ ନିଆଯାଇଛି। ତେଣୁ ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ସଫାରି ଭଳି ତାରବାଡ଼ ହେବ। ବନ୍ୟପ୍ରାଣୀଙ୍କ ପାଣିର ଅଭାବ ମେଣ୍ଟାଇବା ପାଇଁ ଏକାଧିକ ଜଳାଶୟ ନିର୍ମାଣ କରାଯାଇଛି ବୋଲି ବିଧାୟକ ନାୟକ କହିଥିଲେ। ଏହି ସମୟରେ ଗବେଷକମାନେ ଆଉ କିଛି ନୂଆ ପ୍ରସ୍ତାବ ବିଧାୟକଙ୍କୁ ଦେଇଥିଲେ। ଗବେଷକଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଆଉ କିଛି ନୂଆ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ବିଧାୟକ କହିଥିଲେ।

ବିଧାୟକଙ୍କ ଗସ୍ତ ସମୟରେ ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଡି ଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଗବେଷକ ଡ. ସନ୍ତୋଷ ଆପଟ, ଦଶପଲ୍ଲା ଫିରିଙ୍ଗିଆ କଲେଜ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ମିଶ୍ର , ଦାମୋଦର ଷଡ଼ଙ୍ଗୀ, ତପନ ମିଶ୍ର,
ବରିଷ୍ଠ ଲେଖକ ତଥା ଭଞ୍ଜ ସଙ୍ଗୀତଜ୍ଞ ଲୋକନାଥ ମହାନ୍ତି, ଜୟଦେବ ଗୌଡ଼, ଆଶୋକ ସ୍ବାଇଁ, ମାଧବ ଦଳେଇ, ନେତାଜୀ ବିଷୋୟୀ, ଶୂଳପାଣି ଶତପଥୀ, ଡ. ରବୀନ୍ଦ୍ର ପାଳ, ସୁରେଶ ସ୍ବାଇଁ,ଦାମୋଦର ରଥ, ଡ.ରବୀନ୍ଦ୍ର ମିଶ୍ର, ଚିନ୍ମୟ ବେବର୍ତ୍ତା, ତ୍ରିନାଥ ବେହେରା, ମୋତିଲାଲ ପତି, ପ୍ରଶାନ୍ତ ସାହୁ, ବିଜୟାନନ୍ଦ ପତି,
ଲେଖିକା ନଳିନୀ ପ୍ରଭା ଦାସ, ସୁଜାତା ସିଂ, କଳ୍ପନା କୁମାରୀ ପ୍ରଧାନ, ପ୍ରଭାତୀ ମଞ୍ଜରୀ ବେହେରା, ଡ ଗାୟତ୍ରୀ ସାହୁ,ରଞ୍ଜୁଲତା ବେହେରା, ମୋନାଲିସା ମିଶ୍ର, ଦୀପ୍ତଂ।ଶୁ ପ୍ରଭା ଦେବୀ, ସ୍ନେହଲତା ବିଷୋୟୀ, ଝରଣା ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଥିଲା ଭଞ୍ଜନଗରର ଭୂମିକା

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ରବିବାର ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ଉପରେ ଏକ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri