ଶିଶୁଙ୍କୁ ୧୨ ପରିବର୍ତ୍ତେ ୯ ଅଣ୍ଡା ମିଳୁଛି

ରଘୁନାଥପୁର,୧୯।୮(ରାଜେନ୍ଦ୍ର ନାରାୟଣ ସିଂହ): ଦୀର୍ଘ ୬ ମାସର ବ୍ୟବଧାନ ପରେ ରଘୁନାଥପୁର ବ୍ଲକରେ ଶୁକ୍ରବାର ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୬ ମାସ ପରେ କାହିଁକି ବୈଠକ ଡକାଗଲା ବୋଲି ଚିକିଣିଆ ସରପଞ୍ଚ ବିଷ୍ଣୁ ଚରଣ ସେଠୀ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରାଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ। ଅଧ୍ୟକ୍ଷା ବେହେରା ଅସୁବିଧା ଯୋଗୁ ବୈଠକ ହୋଇପାରି ନ ଥିବା କହି ଦୁଃଖ ପ୍ରକାଶ କରିଥିଲେ। ଦୀର୍ଘ ଦେଢ଼ ବର୍ଷ ଧରି ଚିକିଣିଆ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ ବୋଲି ସମିତି ସଭ୍ୟ ବିଚିତ୍ର କୁମାର ସ୍ବାଇଁ ଅଭିଯୋଗ କରିଥିଲେ। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁ ନ ଥିବାରୁ ଏହି ପଞ୍ଚାୟତକୁ ନିକଟସ୍ଥ ବିରିଡି କିମ୍ବା ତିର୍ତ୍ତୋଲ ବ୍ଲକରେ ସାମିଲ କରାଯାଉ ବୋଲି ସ୍ବାଇଁ ଦାବି କରିଥିଲେ। ବୈଠକରେ ବ୍ଲକ ଅଧ୍ୟକ୍ଷା ବେହେରା ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଏମ୍‌ପି ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ୧ନଂ.ଜୋନ୍‌ ଜିଲାପରିଷଦ ରିନାରାଣୀ ମଲ୍ଲିକ ଓ ୨ନଂ. ଜୋନର ଇତିଶ୍ରୀ ମଲ୍ଲିକ, ବିଡିଓ ତପନ କୁମାର ସେନାପତି ଓ ସହକାରୀ ଯନ୍ତ୍ରୀ ସପିଲ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଜିପିଓ ସ୍ମାରକ ମହାନ୍ତି ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଆଇସିଡିଏସ୍‌ ସମ୍ପର୍କରେ ସିଡିପିଓ ତୃପ୍ତିଲତା ମହାନ୍ତି ତଥ୍ୟ ରଖିଥିଲେ। ଏହି ଅବସରରେ ଜିଲାପରିଷଦ ମଲ୍ଲିକ ରେଢୁଆ ପଞ୍ଚାୟତରେ ଅଙ୍ଗନଓ୍ବାଡିରେ ମିଳୁଥିବା ସୁଜିରେ ପୋକ ଓ ଶିଶୁଙ୍କୁ ୧୨ ପରିବର୍ତ୍ତେ ୯ଟି ଅଣ୍ଡା ଦିଆଯାଉଥିବା ଅଭିଯୋଗ କରିଥିଲେ। ସିଡିପିଓ ତୃପ୍ତିରେଖା ମହାନ୍ତି ଏହାର ତଦନ୍ତ କରିବେ ବୋଲି କହିଥିଲେ। ସେହିପରି ତାରପୁର ସରପଞ୍ଚ ସୁଷମା ମଲ୍ଲିକ, ତଅଁରା ସରପଞ୍ଚ ବଟକୃଷ୍ଣ ନାୟକ ଓ ଗୁଆଳିପୁର ସରପଞ୍ଚ ମନଜିନୀ ସାହୁ ତାଙ୍କ ପଞ୍ଚାୟତରେ ଥିବା ଅଙ୍ଗନଓ୍ବାଡିକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ଏବଂ ହାଇସ୍କୁଲ ଓ ମାଇନର ସ୍କୁଲରେ ଶିକ୍ଷକ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ।
ବରାଗୋଳକୁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସିଥିବା ୫୦ ଲକ୍ଷ ଟଙ୍କା ଅନୁଦାନର ପ୍ରକଳ୍ପ ତାଲିକା ପ୍ରଦାନ କରାଯାଇଥିବାବେଳେ ତାକୁ କଟାଯାଇ ଅନ୍ୟ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସରପଞ୍ଚ ଜୟନ୍ତୀ ଦାସ ଅଭିଯୋଗ କରିଥିଲେ। ସେହିପରି ବିଦ୍ୟାଧରପୁର ସରପଞ୍ଚ ସାହେଦା ତବସୁମ ଏଏନ୍‌ଏମ ସେଣ୍ଟରରେ ଏଏନଏମ ନ ଥିବା, ସାଦେଇପୁର ସରପଞ୍ଚ ପ୍ରଭାସିନୀ ପ୍ରଧାନ ତାଙ୍କ ପଞ୍ଚାୟତରେ ଅଙ୍ଗନଓ୍ବାଡି ଗୃହ ନିର୍ମାଣ ହୋଇପାରୁନଥିବା, ରେଢୁଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଆସୁ ନ ଥିବା ସମ୍ପର୍କରେ ସଭ୍ୟ ବିଶ୍ୱଜିତ ଦାଶ ଅଭିଯୋଗ କରିଥିଲେ। ସେହିପରି ସରପଞ୍ଚଙ୍କୁ ନ ଜଣାଇ ପାନୀୟଜଳ ପ୍ରକଳ୍ପରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ନେଇ ତାରପୁର ସରପଞ୍ଚ ମଲ୍ଲିକ କହିଥିଲେ। ସମସ୍ତ ସରପଞ୍ଚ ଓ ସଭ୍ୟମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ କୈଫିୟତ ଚାହିଁଥିଲେ। ଏଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ କୁହାଯିବା ସହ ସରପଞ୍ଚଙ୍କ ବିନା ପରାମର୍ଶରେ କୌଣସି ପଞ୍ଚାୟତର ପାନୀୟଜଳ ପ୍ରକଳ୍ପରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ନ କରିବା ପାଇଁ ଏମ୍‌ପି ମଲ୍ଲିକ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତୁରନ୍ତ ତାଙ୍କ ନାମକୁ ରାସନକାର୍ଡରୁ ବାଦ ଦିଆଯାଉଥିବାବେଳେ ଜଣେ ବିଭାହୋଇ କିମ୍ବା ଜନ୍ମ ହେବାପରେ କାହିଁକି ତାଙ୍କ ନାମ କାର୍ଡରେ ଯୋଡା ଯାଉନାହିଁ ବୋଲି ସରପଞ୍ଚ କିଶୋର ଚନ୍ଦ୍ର ବେହେରା ଓ ଅନ୍ୟ ସରପଞ୍ଚମାନେ ପ୍ରଶ୍ନ କରିଥିଲେ। ଏଥିସହ ସ୍ବାସ୍ଥ୍ୟ, ଶିକ୍ଷା, ଭତ୍ତା, ବାସଗୃହ, କୃଷି ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଶେଷରେ ଜିପିଓ ସ୍ମାରକ ମହାନ୍ତି ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ। ବୈଠକରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ସୁକାନ୍ତ କୁମାର ଦଳେଇ, ମଣ୍ଡଳ ଶିକ୍ଷାଧିକାରୀ ବିଜୟ କୁମାର ସ୍ବାଇଁ, ଜନମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ପଣ୍ଡା, ବିଏସ୍‌ଏସ୍‌ଓ ଜ୍ୟୋତିର୍ମୟୀ ଧୀର,ଏମ୍‌ଆଇ ବାବୁଲାଲ ବାରିକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri