ଜିଓର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର,୩୧।୧୦ : ବନ୍ୟା, ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୩ରେ ନିଜର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରଦର୍ଶିତ କରାଯାଇଛି। ଜିଓର ଟ୍ରୁ-୫ଜିରେ ଚାଲୁଥିବା ଏହି ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା ବିଭିନ୍ନ ସ୍ତରରେ ଯୋଗାଯୋଗକୁ ସୁଦୃଢ଼ କରିବ। ସ୍ଥାନୀୟ ଟେଲିକମ ବ୍ୟବସ୍ଥା ଅଚଳ ହୋଇପଡ଼ିଲେ ଏହି ବ୍ୟବସ୍ଥାରେ ଉପଗ୍ରହ ସହ ଯୋଡ଼ିହୋଇଥିବା ଟାୱାର ଅନ ହ୍ବିଲ କାମ କରିବ; ଯାହାକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସ୍ଥିତିରେ ମୁତୟନ କରାଯାଇପାରିବ। ସହାୟତା ପ୍ରଦାନ କରୁଥିବା ଟିମ୍‌ର କମାଣ୍ଡ ସେଣ୍ଟର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ‘ଏକ୍ସଆର୍‌ କମ୍ପାନିୟନ’ ନାମକ ଏକ ଆପ୍‌ ପ୍ରସ୍ତୁତ କରାଯାଇଛିି। ଆପ୍‌ ଜରିଆରେ କମାଣ୍ଡ ସେଣ୍ଟରରେ କାର୍ଯ୍ୟ ବଣ୍ଟନ, ଉଭୟ ପାର୍ଶ୍ୱରୁ ଅଡିଓ ଭିଡିଓ କଲିଙ୍ଗ, ଜରୁରିକାଳୀନ ଆମ୍ବୁଲାନ୍ସ କଲିଙ୍ଗ, ଟିମ୍‌ର ଗତିବିଧି, କାର୍ଯ୍ୟ ପ୍ରଗତି ରିପୋର୍ଟ ଉପରେ ବାସ୍ତବ ସମୟରେ ନଜର ରଖାଯାଇପାରିବ। ଏହି ଆପ୍‌ରେ ୨୦ଟି ଟିମ୍‌କୁ ଯୋଡାଯାଇଛି। ଦୂରଦୂରାନ୍ତ ସ୍ଥାନରେ ଥିବା ଏନ୍‌ଡିଆର୍‌ଏଫ୍‌ କିମ୍ବା ସହାୟତା ଅଧିକାରୀ ୫-ଜି ସହ ଯୋଡ଼ି ହୋଇଥିବା ଡ୍ରୋନ ଜରିଆରେ ଦୁର୍ଗମ ସ୍ଥାନରେ ହୋଇଥିବା କ୍ଷତିର ଅନୁଧ୍ୟାନ କରିପାରିବେ । ଏହା ବ୍ୟତୀତ ସହାୟତା ପ୍ରଦାନ କରୁଥିବା କର୍ମୀମାନେ ପରସ୍ପର ସହିତ ଭଏସ ଆକ୍ଟିଭେଟେଡ ୫ଜି ଡିଭାଇସ୍‌ର ବ୍ୟବହାର କରି କଥାବାର୍ତ୍ତା ହୋଇପାରିବେ। ହେଲ୍ମେଟ୍ରେ ଲାଗି ପାରୁଥିବା ଏହି ୫ଜି ଡିଭାଇସରେ କ୍ୟାମେରା, ଫ୍ଲାସ ଲାଇଟ ଏବଂ ଲେଜର ବିମ୍‌ ଭଳି ସୁବିଧା ରହିଛି, ଯାହାଫଳରେ ଶୀଘ୍ର ସହାୟତା ପହଞ୍ଚାଇ ହେବ । ବିପର୍ଯ୍ୟୟ ସମୟରେ ଜିଓ ପକ୍ଷରୁ ଡିଜିଟାଲ କମ୍ୟୁନିକେଶନ ହାଇୱେରେ ନେଟୱର୍କ ସ୍ଲାଇସିଂ ଜରିଆରେ ଗୁରୁତ୍ୱପୂର୍ଣ୍ଣ ଟେଲିକମ ଆବଶ୍ୟକତା ପୂରଣ କରାଯାଇପାରିବ। ଅତ୍ୟନ୍ତ ଭୟଙ୍କର ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟ କରିପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?