ହ୍ବାଟ୍ସଆପ୍‌ ସହ ଯୋଡ଼ିହେବ ଜିଓମାର୍ଟ

ନୂଆଦିଲ୍ଲୀ: ଆଗାମୀ ୬ ମାସରେ ମୁକେଶ ଅମ୍ବାନୀ ତାଙ୍କ ଜିଓମାର୍ଟକୁ ହ୍ବାଟ୍ସଆପ୍‌ ସହ ଯୋଡ଼ିପାରନ୍ତି। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଯୋଜନା କରାଯାଉଛି। ଫାଇନାନ୍ସିଆଲ ଖବରକାଗଜ ଡେଲି ମିଣ୍ଟରେ ଏ ନେଇ ସୋମବାର ଏକ ଖବର ପ୍ରକାଶ ପାଇଛି। ଘରୋଇ ବଜାରରେ ରିଟେଲ ଏବଂ ଗ୍ରସେରି ବାଣିଜ୍ୟକୁ ସମ୍ପ୍ରସାରଣ କରିବା ଲାଗି କମ୍ପାନୀ ଏଭଳି ଯୋଜନା ହାତକୁ ନେଇପାରେ ବୋଲି ଏହି ଖବରକାଗଜ ରିପୋର୍ଟରେ କୁହାଯାଇଛି। ଆମାଜନ ଏବଂ ଓ୍ବାଲ୍‌ମାର୍ଟକୁ ଟକ୍କରଦେବା ଲାଗି ରିଲାଏନ୍ସ ଗୁଗଲ ଏବଂ ଫେସ୍‌ବୁକ ଭଳି ବିଶ୍ୱସ୍ତରୀୟ ନିବେଶକଙ୍କଠାରୁ ୨୬ ବିଲିୟନ ଡଲାରର ନିବେଶ ଗତ ବର୍ଷ ହାସଲ କରିଛି। କମ୍ପାନୀ ଏଭଳି ଭାବେ ଆଗାମୀ ଦିନରେ ଜିଓମାର୍ଟକୁ ହ୍ବାଟ୍ସଆପ୍‌ ସହ ଯୋଡ଼ିବ। ଫଳରେ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ମଧ୍ୟ ସିଧାସଳଖ ଜିଓମାର୍ଟରୁ ସାମଗ୍ରୀ ଅର୍ଡର କରିପାରିବେ। ଭାରତରେ ହ୍ବାଟ୍ସଆପ୍‌ର ୪୦ କୋଟି ୟୁଜର ଅଛନ୍ତି। ଜିଓ ଫ୍ଲାଟ୍‌ଫର୍ମରେ ଫେସ୍‌ବୁକ ୫.୭ ବିଲିୟନ ଡଲାର ନିବେଶ କରିବା ସହ ୯.୯୯% ଅଂଶଧନ ହାସଲ କରିଛି। ଗତ ବର୍ଷ ମେ ମାସରେ ଜିଓମାର୍ଟ ଶୁଭାରମ୍ଭ ହୋଇଛି। ଏହା ବର୍ତ୍ତମାନ ଦେଶର ୨୦୦ ସହରରେ ସେବା ଯୋଗାଉଛି। ରିଲାଏନ୍ସ ରିଟେଲର ଏହା ଇ-କମର୍ସ ଭେଞ୍ଚର, ଯାହା ଗ୍ରସେରି ଡେଲିଭରି ପ୍ରଦାନ କରୁଛି। ନୂଆ ଯୋଜନା ସମ୍ପର୍କରେ ରିଲାଏନ୍ସ ଏବଂ ହ୍ବାଟ୍ସଆପ୍‌ର ଉତ୍ତର ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି କରିବା ପାଇଁ ସରକାର ଦେବେ ଦେଢ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଯୋଜନାରେ କେମିତି ଉଠାଇବେ ଫାଇଦା

ନୂଆଦିଲ୍‌ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ…

ଆସିଲା Flipkart Big Billion Days Saleର ତାରିଖ! iPhone 17 ଉପରେ ମିଳିବ ଭାରି ଡିସ୍କାଉଣ୍ଟ, କମିଯିବ ଏତେ…

ନୂଆଦିଲ୍ଲୀ,୧୧।୯: ଅନଲାଇନ ସପିଂ ପ୍ରେମୀଙ୍କ ପାଇଁ ବଡ଼ ଖବର। ଫ୍ଲିପକାର୍ଟର ବର୍ଷର ସବୁଠୁ ବଡ଼ ଫେଷ୍ଟିଭ ସେଲ Big Billion Days 2026 ଖୁବଶୀଘ୍ର ଆରମ୍ଭ ହେବାକୁ…

ଆବୁଧାବି ନିବେଶକ ସମ୍ମିଳନୀରେ ରୁଚି

କଟକ,୧୧ା୯(କାର୍ତ୍ତିକ ସାହୁ): ୟୁନାଇଟେଡ୍‌ ଆରବ ଏମିରେଟ୍ସର ଆବୁଧାବି ଓ ଦୁବାଇ ଠାରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ…

ଗ୍ରାହକଙ୍କୁ ଆପଲର ବଡ଼ ଝଟକା! ୧୭ ହଜାର ମହଙ୍ଗା ହେଲା iPhone 17, 17e ସହ…

ନୂଆଦିଲ୍ଲୀ, ନିକଟରେ ଆପଲ (Apple) ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ (iPhone 18 Pro Series) ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ…

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri