ଓଡ଼ିଶା ବଜାରରେ ଜିଓ ୧ ନମ୍ବର

ଭୁବନେଶ୍ୱର,୩।୮: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୩ ମେ’ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ୧ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୩ ମେ’ ରେ ରିଲାଏନ୍ସ ଜିଓ ୭୬,୦୦୦ରୁ ଅଧିକ ନୂତନ ମୋବାଇଲ ଗ୍ରାହକ ଯୋଡ଼ିଛି। ଫଳରେ ଓଡ଼ିଶାରେ ଏହାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ମେ’ ମାସ ଶେଷ ସୁଦ୍ଧା ୧.୪୨ କୋଟିରେ ପହଞ୍ଚିଛି। ଏହି ସମୟରେ ଓଡ଼ିଶାର ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩.୩୩ କୋଟିକୁ ବୃଦ୍ଧି ପାଇଛି। ଓୟାରଲାଇନ୍‌ କ୍ଷେତ୍ରରେ ଜିଓ ପାଖାପାଖି ୯୦୦୦ ନୂଆ ଗ୍ରାହକ ଯୋଡ଼ି ଏହାର ୧ ନମ୍ବର ସ୍ଥିତିକୁ ଆହୁରି ମଜଭୁତ କରିପାରିଛି ।

ରାଜ୍ୟରେ କମ୍ପାନୀର ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୨୦୨୩ ମେ ମାସ ଶେଷ ସୁଦ୍ଧା ୨.୨୯ ଲକ୍ଷରୁ ଅଧିକ ହୋଇଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ୩ ନିୟୁତରୁ ଅଧିକ ନୂତନ ମୋବାଇଲ ଗ୍ରାହକ ଯୋଡ଼ିଛି। ଫଳରେ ଦେଶରେ କମ୍ପାନୀର ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୪୩.୬ କୋଟିକୁ ବୃଦ୍ଧି ପାଇଛି। ଏହି ଅବଧିରେ ଜିଓ ସର୍ବାଧିକ ୩.୨୫ ଲକ୍ଷ ନୂତନ ଓୟାରଲାଇନ୍‌ ଗ୍ରାହକ ଯୋଡ଼ିଛି। ଫଳରେ ଦେଶରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୯୭.୪୪ ଲକ୍ଷରୁ ଅଧିକ ହୋଇଛି। ଉଭୟ ସର୍ବାଧିକ ଗ୍ରାହକ ବଜାର ଅଂଶ ଓ ସର୍ବାଧିକ ୫୧% ରାଜସ୍ବ ବଜାର ଅଂଶ ସହ ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ହୋଇ ରହିଛି। ସର୍ବବୃହତ୍‌ ୪ଜି ନେଟ୍‌ୱର୍କ ଜିଓ ଟ୍ରୁ୫ଜିର ଦ୍ରୁତ ସମ୍ପ୍ରସାରଣ ସାରା ରାଜ୍ୟର ଅଧିକ ସ୍ଥାନକୁ ହାଇସ୍ପିଡ୍‌ ବ୍ରାଣ୍ଡ୍‌ବ୍ୟାଣ୍ଡ୍‌ ସେବା ଜିଓଫାଇବର ପହଞ୍ଚିବା ଏବଂ ସୁଲଭ ମୂଲ୍ୟ ସହ ନିରବଚ୍ଛିନ୍ନ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ଉପଲବ୍ଧତା ଏହାକୁ ତ୍ୱରାନ୍ବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri