ଗାଜାରେ ନରସଂହାରକୁ ସହ୍ୟ କରାଯାଇ ପାରିବ ନାହିଁ: ଜାତିସଂଘରେ କହିଲା ଭାରତ…

ଜେନେଭା,୧୦।୧ : ଗତ ବର୍ଷ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ନେଇ ବିଶ୍ୱର ବିଭିନ୍ନ ଦେଶ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସମୟରେ, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ମାନବିକ ସଙ୍କଟକୁ ଗ୍ରହଣ କରାଯାଇପାରିବ ନାହିଁ। କାମ୍ବୋଜ କହିଛନ୍ତି ଆତଙ୍କବାଦ ପ୍ରତି ଭାରତରେ ଶୂନ୍ୟ ସହନଶୀଳତା ରହିଛି।

ସୂଚନାଯୋଗ୍ୟ,ଏହି ଯୁଦ୍ଧରେ ଇସ୍ରାଏଲ ଏବଂ ଗାଜାର ସାଧାରଣ ନାଗରିକ ବିଶେଷକରି ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଘଟିଛି, ଯେଉଁ କାରଣରୁ ଏକ ବିପଦପୂର୍ଣ୍ଣ ମାନବିକ ସଙ୍କଟ ଦେଖାଦେଇଛି। ଅକ୍ଟୋବର ୭ ରେ, ଗାଜାର ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରିଥିଲା, ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ ହମାସ ଶିବିରଗୁଡିକ ଉପରେ ଆକ୍ରମଣ କରିଥିଲା। ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ସାଧାରଣ ନାଗରିକମାନେ ବହୁ କଷ୍ଟ ଭୋଗୁଛନ୍ତି।

ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ମିଳିତ ଜାତିସଂଘ ସାଧାରଣ ସଭାରେ ରୁଚିରା କାମ୍ବୋଜ ଗାଜାରେ ମାନବିକ ସହାୟତା ବୃଦ୍ଧି ପାଇଁ ଭାରତର ଉଦ୍ୟମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ନେତୃତ୍ୱ ଇସ୍ରାଏଲ ଏବଂ ପାଲେଷ୍ଟାଇନ ସମେତ ଏହି ଅଞ୍ଚଳର ନେତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଗି-୨୦, ବ୍ରିକ୍ସ ପରି ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଆମେ ଆମର ମତ ପ୍ରକାଶ କରିଛୁ। ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ମାନବିକ ସହାୟତା ପ୍ରଦାନ କରିବାକୁ ଆମେ ବିଶ୍ୱକୁ ଆହ୍ବନ କରିଛୁ। ଆମେ ଆଶା କରୁଛୁ ସୁରକ୍ଷା ପରିଷଦ ମାନବିକ ସହାୟତା ବୃଦ୍ଧିରେ ସାହାଯ୍ୟ କରିବ। ଦୁଇ ରାଷ୍ଟ୍ରର ସିଦ୍ଧାନ୍ତକୁ ଦୋହରାଇ ଭାରତର ସ୍ଥାୟୀ ପ୍ରତିନିଧୀ କହିଛନ୍ତି ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୀତି ହିଁ ଏକମାତ୍ର ମାର୍ଗ।

ଭାରତ ଏପର୍ଯ୍ୟନ୍ତ ଦୁଇଟି ଟ୍ରାନ୍ସରେ ପାଲେଷ୍ଟାଇନୀୟମାନଙ୍କୁ ୧୬.୫ ଟନ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ସମେତ ୭୦ଟନ ମାନବିକ ସହାୟତା ଯୋଗାଇ ଦେଇଛି। ମିଳିତ ଜାତିସଂଘ ରିଲିଫ ଏବଂ ୱାର୍କସ ଏଜେନ୍ସି ଦ୍ୱାରା ପାଲେଷ୍ଟାଇନ ଶରଣାର୍ଥୀମାନଙ୍କ ପାଇଁ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଭାରତ ସମର୍ଥନ କରିବ। ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ସେବା, ରିଲିଫ ଏବଂ ସାମାଜିକ ସେବା ପାଇଁ ଏଜେନ୍ସି କ୍ରମାଗତ ଭାବରେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri