Posted inଜାତୀୟ

ଲିଙ୍ଗଗତ ଅସମାନତା: ୧୪୦ ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ, ୨ା୪:ବିଶ୍ୱ ଅର୍ଥନୈତିକ ଫୋରମ୍‌(ଡବ୍ଲ୍ୟୁଇଏଫ୍‌)ର ବୈଶ୍ୱିକ ଲିଙ୍ଗଗତ ଅସମାନତା ରିପୋର୍ଟରେ ଭାରତ ଖରାପ ପ୍ରଦର୍ଶନ କରିଛି। ଏହି ସୂଚକାଙ୍କରେ ଭାରତ ୨୮ଟି ସ୍ଥାନ ତଳକୁ ଖସି ୧୪୦ ନମ୍ବରରେ ପହଞ୍ଚିଛି। ୧୫୬ଟି ଦେଶକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବାବେଳେ ଦକ୍ଷିଣ ଏସିଆ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନରେ ଭାରତର ସ୍ଥାନ ତୃତୀୟ ରହିଛି। ୨୦୨୦ରେ ୧୫୩ଟି ଦେଶକୁ ନେଇ ପ୍ରକାଶିତ ରିପୋର୍ଟରେ ଭାରତ ୧୧୨ତମ ସ୍ଥାନରେ ରହିଥିଲା। ଆର୍ଥିକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଓ ସୁଯୋଗ ହାର କମିଛି। ଲିଙ୍ଗଗତ ଭେଦଭାବ ଅନୁପାତ ୩ ପ୍ରତିଶତ ବୃଦ୍ଧି ପାଇ ୩୨.୬ ପ୍ରତିଶତରେ ପହଞ୍ଚିଥିବା ରିପୋର୍ଟରୁ ଜଣାପଡ଼ିଛି।
ଭାରତରେ ବିଶେଷ କରି ରାଜନୀତି କ୍ଷେତ୍ରରେ ମହିଳାଙ୍କ ଭାଗୀଦାରି ହ୍ରାସ ପାଇଛି। ୨୦୧୯ରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୨୩.୧ ପ୍ରତିଶତ ଥିବାବେଳେ ୨୦୨୧ରେ ତାହା ୯.୧ ପ୍ରତିଶତରେ ପହଞ୍ଚିଛି। ମହିଳା ଶ୍ରମବଳ ଭାଗୀଦାରି ୨୪.୮ ପ୍ରତିଶତରୁ ୨୨.୩ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ବଡ଼ ପଦବୀରେ ମହିଳା ଅଧିକାରୀଙ୍କ ସଂଖ୍ୟା କମିଛି। ପୂର୍ବରୁ ଏହା ୧୪.୬ ପ୍ରତିଶତ ଥିବାବେଳେ ଏବେ ୮.୯ ପ୍ରତିଶତରେ ପହଞ୍ଚିଛି। ଏହାବାଦ୍‌ ଭାରତୀୟ ମହିଳାଙ୍କ ହାରାହାରି ରୋଜଗାର ପୁରୁଷଙ୍କ ଆୟର ମାତ୍ର ଏକ ପଞ୍ଚମାଂଶ। ଚଳିତ ବର୍ଷ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ୬୨.୫ ପ୍ରତିଶତରୁ ବୃଦ୍ଧି ପାଇ ୬୬.୮ ପ୍ରତିଶତରେ ପହଞ୍ଚିଛି।
ସ୍ବାସ୍ଥ୍ୟ ଏବଂ ଜୀବନଧାରଣ ମାନ ଉପସୂଚକାଙ୍କ ପରିସଂଖ୍ୟାନରେ ମଧ୍ୟ ମହିଳା ଭେଦଭାବର ଶିକାର ହୋଇଥିବା ପ୍ରତିଫଳିତ ହୋଇଛି। ପ୍ରତି ୪ ଜଣରେ ଜଣେ ମହିଳା ଲିଙ୍ଗଭିତ୍ତିକ ହିଂସାର ସମ୍ମୁଖୀନ ହେଉଛନ୍ତି। ଭାରତରେ ପ୍ରତି ୩ ଜଣରେ ଜଣେ ମହିଳା ଅଶିକ୍ଷିତ ବୋଲି ରିପୋର୍ଟ କହୁଛି। ପଡ଼ୋଶୀ ବାଂଲାଦେଶ(୫୬), ନେପାଳ(୧୦୬), ଭୁଟାନ (୧୩୦), ଶ୍ରୀଲଙ୍କା (୧୧୬) ଭାରତଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ତାଲିକାର ୧୫୩ ତମ ଓ ଆଫଗାନିସ୍ତାନ ୧୫୬ ସ୍ଥାନରେ ରହିଛି। ଆଇସ୍‌ଲାଣ୍ଡରେ ସର୍ବାଧିକ ଲିଙ୍ଗଗତ ସମାନତା ରହିଛି। ଫିନ୍‌ଲାଣ୍ଡ, ନରଓ୍ବେ, ର୍ବାଣ୍ଡା, ସ୍ବିଡେନ, ଆୟର୍ଲାଣ୍ଡ, ସ୍ବିଜରଲାଣ୍ଡ ସୂଚକାଙ୍କର ଟପ୍‌ ୧୦ଟି ଦେଶ ମଧ୍ୟରେ ସ୍ଥାନିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri