୨୦୨୩-୨୪ ରେ ଜିଡିପି ୬.୩%କୁ ବୃଦ୍ଧି ପାଇବ

ଭୁବନେଶ୍ୱର,୪।୧୦(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ହାର ୬.୩%କୁ ବୃଦ୍ଧି ପାଇବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ୨୦୨୩ ଅକ୍ଟୋବର ପାଇଁ ଏହାର ‘ଇଣ୍ଡିଆ ଡେଭଲପମେଣ୍ଟ ଅପ୍‌ଡେଟ୍‌’ରେ ଏହି ଅନୁଷ୍ଠାନ ଦେଶ ପାଇଁ ଅଭିବୃଦ୍ଧି ପୂର୍ବାନୁମାନ ବଜାୟ ରଖିଛି, ଯାହା ପୂର୍ବରୁ ୨୦୨୩ ଏପ୍ରିଲରେ ଏହାକୁ ୬.୬%ରୁ ହ୍ରାସ କରିଥିଲା। ଅପରପକ୍ଷରେ ବିଶ୍ୱବ୍ୟାଙ୍କର କହିବା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ୬.୪% ଏବଂ ୨୦୨୫-୨୬ରେ ଦେଶର ଜିଡିପି ୬.୫%କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଏହା ଭାରତର ମୁଦ୍ରାସ୍ଫୀତି ଆକଳନକୁ ଏପ୍ରିଲରେ ୫.୨ରୁ ୫.୯%କୁ ବୃଦ୍ଧି କରିଛି। ୨୦୨୪-୨୫ ବର୍ଷ ପାଇଁ ମୁଦ୍ରାସ୍ଫୀତି ୪.୭%କୁ ଧାର୍ଯ୍ୟ କରାଯାଇଥିବାବେଳେ ୨୦୨୫-୨୬ ରେ ଏହା ୪.୧% ହେବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଦେଶରେ ବଢ଼ୁଥିବା ନିବେଶ ଯୋଗୁ ବିକାଶ ହାର ଏଭଳି ରହିପାରେ। କିନ୍ତୁ ବିଶ୍ବବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଦର ବୃଦ୍ଧି ହାର ଆକଳନରେ ବୃଦ୍ଧି କରିଛନ୍ତି। ବିଶ୍ବ ବ୍ୟାଙ୍କର କହିବା ଅନୁଯାୟୀ ୨୦୨୩-୨୪ରେ ମୁଦ୍ରାସ୍ଫୀତିର ଦରବୃଦ୍ଧି ୫.୯% ରହିପାରେ ବୋଲି ଆଶା କରାଯାଇଛି। ଯେତେବେଳେ କି ପୂର୍ବରୁ ବିଶ୍ବ ବ୍ୟାଙ୍କ୍‌ ଚଳିତ ଆର୍ଥିକ ବର୍ଷ ପାଇଁ ଦରବୃଦ୍ଧିି ହାର ୫.୨% ମଧ୍ୟରେ ରହିବା ନେଇ ଅନୁମାନ କରିଥିଲା, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆକଳନ ୬% ନିକଟବର୍ତ୍ତୀ ବୋଲି କୁହାଯାଉଛି। ଅପରପକ୍ଷରେ ବିଶ୍ବ ବ୍ୟାଙ୍କ୍‌ କହିଛି, ଚଳିତ ବର୍ଷ ମୌସୁମୀ (୨୦୨୩ ଜୁଲାଇ) ସମୟରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିଥିଲା। ଅବଶ୍ୟ ୨୦୨୩ ଅଗଷ୍ଟରେ ଖାଦ୍ୟଦ୍ରବ୍ୟର ମୂଲ୍ୟ କମିଥିଲା, କିନ୍ତୁ ଏହାର ପ୍ରଭାବ ଆର୍ଥିକ ବର୍ଷର ଅନ୍ୟ ସମୟରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି।
ସେହିପରି ୨୦୨୩ ଅଗଷ୍ଟରେ ଖୁଚୁରା ଦରବୃଦ୍ଧି ୬.୮% ମଧ୍ୟରେ ରହିଛି, ଯାହା ୨୦୨୩ ଜୁଲାଇ ୭.୪%ରୁ କମ୍‌ ରହିଛି ଏବଂ ସେପ୍ଟେମ୍ବରରେ ଏହା ଆହୁରି କମ୍‌ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri