ଜିଡିପି ୯% ଖସିବ:ଏଡିବି

ନୂଆଦିଲ୍ଲୀ, ୧୬।୯ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୯% ଖସିଯିବ। କରୋନା ମହାମାରୀ ଯୋଗୁ ଘରୋଇ ବଜାରର କାର୍ଯ୍ୟକଳାପ ଏବଂ ଚାହିଦା ପ୍ରଭାବିତ ହୋଇ ରହିଥିବାରୁ ଏହା ଜିଡିପି ଉପରେ ଗଭୀର ଭାବେ ପ୍ରଭାବ ପକାଉଥିବା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ପକ୍ଷରୁ ମଙ୍ଗଳବାର ଏକ ରିପୋର୍ଟରେ କୁହାଯାଇଛି। ବ୍ୟାଙ୍କ ଏହାର ଏସିଆନ ଡେଭଲପମେଣ୍ଟ ଆଉଟଲୁକ୍‌ରେ କହିଛି ଯେ, ୨୦୨୧-୨୨ଆର୍ଥତ୍କ ବର୍ଷରେ ଭାରତ ପୁଣିଥରେ ଅଭିବୃଦ୍ଧି ପଥକୁ ଫେରିବ। ମୋବିଲିଟି ଏବଂ ବିଜ୍‌ନେସ କାର୍ଯ୍ୟକଳାପ ଫେରିବା ଯୋଗୁ ଘରୋଇ ବଜାରକୁ ଏହାର ଲାଭ ମିଳିବ। ଏହି ସମୟରେ ଭାରତର ବିକାଶ ହାର ୮% ରହିବା ନେଇ ଏହି ବ୍ୟାଙ୍କ ଆଶା ପ୍ରକଟ କରିଛି। ଭାରତ ସରକାର ସାରା ଦେଶରେ ଲାଗୁ କରିଥିବା ଲକ୍‌ଡାଉନ ଯୋଗୁ ବଜାରକୁ ଶକ୍ତ ଧକ୍କା ଲାଗିଥିବା ଏଡିବି ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସାଓ୍ବାଡା ସୂଚନା ଦେଇଛନ୍ତି। ସଂକ୍ରମଣକୁ ରୋକିବା ଲାଗି ଟେଷ୍ଟିଂ, ସ୍ବାସ୍ଥ୍ୟ ସୁବିଧା ଉନ୍ନତ କରିବା ଉପରେ ଧ୍ୟାନ ଦେବାକୁ ବ୍ୟାଙ୍କ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri