ଚଳିତ ଆର୍ଥିକ ଜିଡିପି ୧୦.୩% ଖସିବ: ଗୋଲ୍ଡମ୍ୟାନ ସ୍ୟାଚ୍‌

ମୁମ୍ବାଇ: ବିଦେଶୀ ବ୍ରୋକ୍‌ରେଜ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାଚ୍‌ ଭାରତ ଲାଗି ପୂର୍ବରୁ କରିଥିବା ଅଭିବୃଦ୍ଧ ଆକଳନକୁ ବଦଳାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୧୦.୩% ହ୍ରାସ ହେବ ବୋଲି ଏହି ଏଜେନ୍ସି କହିଛି। ଏହି ଅବଧିରେ ଭାରତର ଜିଡିପି ୧୪.୮% ଖସିବ ବୋଲି ଏହା ପୂର୍ବରୁ କହିଥିଲା। ବର୍ତ୍ତମାନ ୨ କମ୍ପାନୀର କରୋନା ଭାକ୍‌ସିନ ସଫଳ ହେବା ନେଇ ଆଶା ବଢିଛି। ଏହି କମ୍ପାନୀଗୁଡିକ ମଧ୍ୟରେ ଫାଇଜର ଏବଂ ମଡର୍ନା ରହିଛନ୍ତି। ଭାକ୍‌ସିନ ଆସିବା ଆଶା ବଢିଥିବାରୁ ଏହା ଆର୍ଥତ୍କ ଅଭିବୃଦ୍ଧିକୁ ଫେରାଇ ଆଣିବା ଦିଗରେ ସହାୟକ ହେବ। ଜିଡିପି ୯.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ମଧ୍ୟ ଆକଳନ କରିଛି। କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି।
ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତ ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ବୋଲି ଆମେରିକା ଭିତ୍ତିକ ଏହି ଏଜେନ୍ସି ରିପୋର୍ଟରେ ଉଲ୍ଲେଖ କରିଛି। ୨୦୨୧ଠାରୁ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଟ୍ରାକକୁ ଫେରିବାର ବେଶ ସମ୍ଭାବନା ରହିଛି। ଏହି ସମୟରେ ସେବା କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ। ବର୍ତ୍ତମାନ ଶ୍ରମ ବଜାର ପ୍ରଭାବିତ ହୋଇ ରହିଥିବା ବେଳେ ଘରୋଇ କ୍ଷେତ୍ରର ଆୟ ମଧ୍ୟ ପ୍ରଭାବିତ ଅବସ୍ଥାରେ ରହିଛି। ଋଣ ଯୋଗାଣ ସ୍ଥିତି ଚାପରେ ରହିଛି। ସେହିଭଳି ସରକାରଙ୍କ ବିତ୍ତୀୟ ନୀତିରୁ ଅର୍ଥବ୍ୟବସ୍ଥାକୁ ବିଶେଷ ଲାଭ ମିଳିପାରିନାହିଁ। ଏହି କାରଣଗୁଡିକ ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରିବାରେ ସମସ୍ୟା ସୃଷ୍ଟି କରୁଛି ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଙ୍କୁ ୩ ମାସର ଅଗ୍ରୀମ ପେନଶନ

ନୂଆଦିଲ୍ଲୀ୨୮। ୩: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବାଙ୍କ ଲାଗି ସରକାର ୩ ମାସର ଅଗ୍ରୀମ ପେନସନ ପ୍ରଦାନ କରିବେ। ଏହା ଦ୍ୱାରା ପ୍ରାୟ ୩...

୨ଟି ବର୍ଗରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ସମ୍ମାନିତ

ଭୁବନେଶ୍ୱର,୮।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ୪୮ତମ ଇଣ୍ଡିଆ ଜେମ ଆଣ୍ଡ ଜୁଏଲେରି ଆଓ୍ବାର୍ଡ ବା ଆଇଜିଜେଏ-୨୦୨୧ରେ ୨ଟି ବର୍ଗରେ...

୨୦୧୯ରେ ନିବେଶକଙ୍କୁ ୧୧ ଲକ୍ଷ କୋଟି ଲାଭ

ନୂଆଦିଲ୍ଲୀ,୧-୧: ୨୦୧୯ରେ ପୁଞ୍ଜି ବଜାରର କାରବାର ବେଶ ଉନ୍ନତ ରହିବା ଯୋଗୁ ନିବେଶକଙ୍କୁ ୧୧ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି। ଏହି ସମୟରେ ସେନସେକ୍ସର...

ସୁନା ୩୬ ହଜାର ଛୁଇଁବ

ନୂଆଦିଲ୍ଲୀ,୧୨।୭: ଆମେରିକା ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ସୁଧ ହାର କମାଯାଇପାରେ ବୋଲି ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରମ ପାଓ୍ବେଲ ମନ୍ତବ୍ୟ ଦେବା ପରେ ସୁନା...

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ

ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍‌...

cairn

ଭାରତ ବିରୋଧରେ ମାମଲା ପ୍ରତ୍ୟାହାର କଲା କେୟର୍ନ

ନୂଆଦିଲ୍ଲୀ, ୬।୧: ବ୍ରିଟିଶ କମ୍ପାନୀ କେୟର୍ନ ଏନର୍ଜୀ ଭାରତ ସରକାର ଓ ଏହାର ବିଭିନ୍ନ ସଂସ୍ଥା ବିରୋଧରେ ଆମେରିକାରୁ ଫ୍ରାନ୍ସ ଓ ସିଙ୍ଗାପୁର ଅଦାଲତରେ ଦାଏର...

୨ ବର୍ଷରେ ଉଠିଯିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ: ସାରା ଦେଶରେ ଯାନବାହନ ଚଳାଚଳକୁ ବାଧାମୁକ୍ତ କରିବା ଲାଗି ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ୨ ବର୍ଷରେ ସରକାର ସାରା...

ଭିକୋ ଲାବ୍ସର ନୂଆ ଚେହେରା ସୌରଭ

ନୂଆଦିଲ୍ଲୀ,୧୭।୩:ଦେଶର ପ୍ରମୁଖ ଆୟୁର୍ବେଦିକ ଉତ୍ପାଦ ନିର୍ମାତା ତଥା ଭିକୋ ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଭିକୋ ଲାବରେଟୋରିଜ୍‌ (ଭିକୋ ଲାବ୍ସ)ର ନୂତନ ଚେହେରା ଭାବେ ଗ୍ଲୋବାଲ ଆଇକନ...

Advertisement
Archives

Model This Week