ଜିଡିପି ହ୍ରାସ ଅତ୍ୟନ୍ତ ଚିନ୍ତାଜନକ:ରଘୁରାମ ରାଜନ

ନୂଆଦିଲ୍ଲୀ,୮।୯ : ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) -୨୩.୯% ଖସିଛି। ଅର୍ଥ ବ୍ୟବସ୍ଥାରେ ଏଭଳି ହ୍ରାସ ଅତ୍ୟନ୍ତ ଚିନ୍ତାଜନକ। ଏଭଳି ସ୍ଥିତିରେ ଅମଲାତନ୍ତ୍ର ଜରୁରୀ କାର୍ଯ୍ୟପନ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସୋମବାର କହିଛନ୍ତି।
ଦେଶର ବିଗିଡିଥିବା ଆର୍ଥତ୍କ ସ୍ଥିତିକୁ ନେଇ ରାଜନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାର ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି ଅଧିକ ସକ୍ରିୟ ହୋଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଅମଲାତନ୍ତ୍ର ଆତ୍ମସନ୍ତୋଷରୁ ବାହାରକୁ ଆସି ଅର୍ଥପୂର୍ଣ୍ଣ ଭାବେ ପଦକ୍ଷେପ ନେବା ଉଚିତ। ବର୍ତ୍ତମାନ ଯେଉଁ ଆଧାରରେ ଜିଡିପି ଆକଳନ କରାଯାଇଛି ପ୍ରକୃତ କ୍ଷତି ଦେଖିଲେ ଏହାଠାରୁ ଅଧିକ ରହିବ। କାରଣ ବର୍ତ୍ତମାନ ଡାଟାରେ ଅଣସଙ୍ଗଠିତ କ୍ଷେତ୍ରକୁ ବିଶେଷ ଭାବେ ବିଚାରକୁ ନିଆଯାଇନାହିଁ। କୋଭିଡ୍‌-୧୯ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ଦେଶ ମଧ୍ୟରେ ଇଟାଲୀ ଜିଡିପି ୧୨.୪% ଖସିଛି। ସେହିଭଳି ଆମେରିକା ଜିଡିପି ୯.୫% ହ୍ରାସ ହୋଇଛି। ମାତ୍ର ଭାରତର ସ୍ଥିତି ଅତ୍ୟନ୍ତ ଶୋଚନୀୟ ରହିଥିବାରୁ ରାଜନ ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।
ୟୁନିଭର୍ସିଟି ଅଫ୍‌ ଶିକାଗୋରେ ବର୍ତ୍ତମାନ ପ୍ରଫେସର ଭାବେ କାର୍ଯ୍ୟରତ ରାଜନ କହିଛନ୍ତି, ଭାରତରେ କୋଭିଡ୍‌ ସଂକ୍ରମଣ ବର୍ତ୍ତମାନ ବଢିଚାଲିଛି। ସରକାର ଖର୍ଚ୍ଚ ବଢାଇ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଦିଗରେ କାମ କରିବାର ଆବଶ୍ୟକତା ଉପଲବ୍ଧି କରନ୍ତୁ। ସଂକ୍ରମଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରେଷ୍ଟୁରାଣ୍ଟ ଏବଂ ସେବା କ୍ଷେତ୍ରର ଅନ୍ୟ କାର୍ଯ୍ୟକଳାପ ଶୀଘ୍ର ଟ୍ରାକ୍‌କୁ ଏବେ ଫେରି ପାରିବ ନାହିଁ। ଆଗାମୀ ଦିନରେ ସହାୟତା ଦେବା ଲାଗି ଅର୍ଥ ସଞ୍ଚୟ କରି ରଖିବା ପ୍ରସଙ୍ଗ ଉପରେ ମଧ୍ୟ ରାଜନ ମତ ଦେଇ ସେ ପୁଣି କହିଛନ୍ତି ଯେ, ସରକାର ଏଭଳି ଚିନ୍ତାଧାରାରୁ ବାହାରକୁ ଆସି ଅଧିକ କାମ କରିବା ଉଚିତ। ସରକାର ଯଦି ଅର୍ଥ ସଞ୍ଚୟ କରି ରଖିବା କଥା ଚିନ୍ତା କରୁଥାନ୍ତି ତେବେ ଏହା ଲାଭଦାୟକ ହେବନାହିଁ। ଏହାବାଦ ସରକାର ଅଧା ଛାଡିଯାଇଥିବା ସଂସ୍କାର ପ୍ରକ୍ରିୟା ଉପରେ କାମ କରିବା ସହ ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ଭାରତ ବଜାର ତୁଳନାରେ ବିଶ୍ୱ ବଜାର ବର୍ତ୍ତମାନ ଅଧିକ ତ୍ୱରିତ ହାରରେ ଟ୍ରାକ୍‌କୁ ଫେରୁଛି। ଭାରତ ରପ୍ତାନି କ୍ଷେତ୍ରରେ ସୁଯୋଗକୁ ପରଖି ପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri