ଜିଡିପିକୁ ଲାଗିପାରେ ୨୦ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୪ ଦଶନ୍ଧିର ସର୍ବନିମ୍ନ ସ୍ତର -୨୩.୯% ଖସିଛି। ଲକ୍‌ଡାଉନ ଋଣନୀତି ଠିକ୍‌ ନ ହେବା ଯୋଗୁ ଏହାର ପରିଣାମ ଅର୍ଥ ବ୍ୟବସ୍ଥାକୁ ଭୋଗିବାକୁ ପଡିଥିବା ଦେଶର ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ରବିବାର କହିଛନ୍ତି। ବର୍ତ୍ତମାନ ବଜାର ଗଭୀର ଭାବେ ପ୍ରଭାବିତ ଥିବାରୁ ଚଳିତ ଆର୍ଥତ୍କ ବର୍ଷରେ ଜିଡିପିକୁ ୨୦ ଲକ୍ଷ କୋଟି ଟଙ୍କାର ଝଟକା ଲାଗିବା ନେଇ ସେ ଆଶଙ୍କା ପ୍ରକଟ କରିଛନ୍ତି। ଲକ୍‌ଡାଉନ କରୋନା ସଂକ୍ରମଣକୁ କମାଇବାରେ ଦିଗରେ ଯୋଗଦାନ ରଖିଛି। ମାତ୍ର ଏଥି ଯୋଗୁ ଅର୍ଥ ବ୍ୟବସ୍ଥା କେଇ ଗୁଣା ଅଧିକ କ୍ଷତି ସହିଛି। ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସ ଯାଏ ମଧ୍ୟ ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରି ପାରିବ ନାହିଁ। ସେହି ସମୟ ପର୍ଯ୍ୟନ୍ତ ଦେଶର ଜିଡିପିକୁ ୧୦ରୁ ୧୧% ବା ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଏହାର ଲାଭ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଯେଭଳି ଉଠାଇ ପାରିବେ ତାକୁ ଧ୍ୟାନରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ନିଯୁକ୍ତି ହରାଇଥିବା ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବା ଲାଗି ସେ ସରକାରଙ୍କୁ ନିବେଦନ କରିଛନ୍ତି। ଦେଶର ବିଭିନ୍ନ ଢାଞ୍ଚାଗତ କ୍ଷେତ୍ରଗୁଡିକରେ ନିବେଶ ବଢାଇବା ଉପରେ କାମ କରିବା ଉପରେ ସରକାର ଫୋକସ କରିବାକୁ ସେ ମତ ରଖିଛନ୍ତି। ଏସ୍‌ଏସ୍‌ଏମ୍‌ଇଗୁଡିକୁ ସିଧାସଳଖ ସହାୟତା ଦେଲେ ଏହା ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ, ଦେଶର ଜିଡିପି କରୋନା ଯୋଗୁ ବିଗିଡିଯାଇଛି। ଗତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ୪.୫% ସ୍ତରରେ ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ଜିଡିପି ଋଣାତ୍ମକ ହେବ ବୋଲି କୁହାଯାଇଛି। କାରଣ ବଜାରରେ ଚାହିଦା ନ ଥିବା ଯୋଗୁ ଏହା ନିବେଶ ଏବଂ ନିଯୁକ୍ତି ଉପରେ ପଡିଛି। ଜି-୨୦ ଦେଶଗୁଡିକ ମଧ୍ୟରେ ଭାରତର ଜିଡିପି ହ୍ରାସ ସବୁଠାରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?