୭.୫% ଖସିଲା ଜିଡିପି

ନୂଆଦିଲ୍ଲୀ,୨୮।୧୧ – କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି। ଏହା ଦ୍ୱାରା ବିଶ୍ୱର ଅର୍ଥ ବ୍ୟବସ୍ଥାଗୁଡିକ ସଙ୍କଟ ଦେଇ ଗତି କରୁଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥା ମଧ୍ୟ ଏଥିରୁ ବର୍ତ୍ତିପାରିନାହିଁ। ଏଭଳି ସ୍ଥିତିରେ ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୫% ଖସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ଶୁକ୍ରବାର ଏଭଳି ରିପୋର୍ଟ ଜାରି କରିଛି।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ କରିଥିଲେ। ଫଳରେ ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ)ରେ ଜିଡିପି -୨୩.୯% ହ୍ରାସ ପାଇଛି। ଏହା ଭାରତ ଇତିହାସରେ ରେକର୍ଡ ସ୍ତରରେ ଜିଡିପି ହ୍ରାସ। ମାତ୍ର ଦ୍ୱିତୀୟ ତ୍ରୈମାସରେ ଜିଡିପି ଅପେକ୍ଷାକୃତ କମ୍‌ ହ୍ରାସ ପାଇଛି। ଗତ ଆର୍ଥିକ ବର୍ଷ ସମାନ ସମୟରେ ଜିଡିପି ୪.୫% ବୃଦ୍ଧି ହୋଇଥିଲା। ସେହିଭଳି ଦେଶର ଗ୍ରସ୍‌ ଭାଲ୍ୟୁ ଆଡେଡ୍‌(ଜିଭିଏ) କଥା ବିଚାରକୁ ନେଲେ ଏହା ୭% ହ୍ରାସ ପାଇଛି। ଶୁକ୍ରବାର ପ୍ରକାଶିତ ଅନ୍ୟ ଡାଟା ମୁତାବକ, ଦେଶର ୮ କୋର୍‌ ସେକ୍ଟର ଶିଳ୍ପ ଅଭିବୃଦ୍ଧି ଗତ ବର୍ଷ ସମାନ ସମୟ ତୁଳନାରେ ୨.୫% ହ୍ରାସ ହୋଇଛି। କରୋନା ଭୂତାଣୁ ଅର୍ଥ ବ୍ୟବସ୍ଥାକୁ ଗଭୀର ଝଟ୍‌କା ଦେଇଛି। ଏଭଳି ସ୍ଥିତିରେ ଭାରତ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନିଶ୍ଚିତତା ଆଡ଼କୁ ବିଶ୍ୱ ଅର୍ଥ ବ୍ୟବସ୍ଥା

ମୁମ୍ବାଇ,୨୬।୪: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱରେ ଉପୁଜିଥିବା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ଏବେ ପ୍ରାଥମିକତା ହୋଇଛି। ଲକ୍‌ଡାଉନ ଲାଗି ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌...

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ...

କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

୩ ବର୍ଷରେ ସବୁ ଗାଁ କୁ ହାଇସ୍ପିଡ୍‌ ଇଣ୍ଟରନେଟ: ମୋଦି

ନୂଆଦିଲ୍ଲୀ: ମୋବାଇଲ ମାନୁଫାକଚରିଂ କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ଏକ ପ୍ରମୁଖ ସ୍ଥଳ ହୋଇପାରିଛି। ସାରା ଦେଶରେ ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି...

ଛୋଟ ସହରରେ ସ୍ମାର୍ଟ ସ୍ପିକର ଚାହିଦା ବଢୁଛି

ଭୁବନେଶ୍ୱର: ଦେଶର ଅଣମେଟ୍ରୋ ଏବଂ ଛୋଟ ସହରଗୁଡ଼ିକରେ ସ୍ମାର୍ଟ ସ୍ପିକର ଚାହିଦା ଏବେ ଦ୍ରୁତ ହାରରେ ବଢୁଛି। ଏହି ସ୍ଥାନଗୁଡିକରେ ଲୋକମାନେ ସ୍ମାର୍ଟ ହୋମ୍‌, ସ୍ମାର୍ଟ...

ମୋଦି ୨.୦ର ପ୍ରଥମ ବଜେଟ; ନିର୍ମଳାଙ୍କ ସମ୍ମୁଖରେ ବିକାଶ ବୃଦ୍ଧିର ଆହ୍ବାନ

ନୂଆଦିଲ୍ଲୀ,୪-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିବେ। ସେ ଏଭଳି ସମୟରେ ଦେଶର ଅର୍ଥମନ୍ତ୍ରୀ ପଦଭାର...

ତୃତୀୟ ତ୍ରୈମାସ ଜିଡ଼ିପି ୪.୭%କୁ ଖସିଲା

  ନୂଆଦିଲ୍ଲୀ,୨୯-୨: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ହ୍ରାସ ଘଟିଛି। ଏହା ୭ ବର୍ଷର ସର୍ବନିମ୍ନ ସ୍ତର ବୋଲି...

ବ୍ରିଜ ପ୍ୟାକ ରଣନୀତି ଆପଣାଇବେ କମ୍ପାନୀ

ନୂଆଦିଲ୍ଲୀ, ୯।୫: ହିନ୍ଦୁସ୍ଥାନ ୟୁନି ଲିଭର ଲିଃ (ଏଚୟୁଏଲ)ର ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆଗାମୀ...

Advertisement
Archives

Model This Week