ଜିଡିପି ଆକଳନ କମାଇଲା ମୁଡିଜ୍‌

ନୂଆଦିଲ୍ଲୀ,୧୨ା୧୧: ସାରା ବିଶ୍ୱ ସମେତ ଭାରତ ମଧ୍ୟ ମାନ୍ଦାବସ୍ଥା ସାଙ୍ଗକୁ ଅନ୍ତଃରାଷ୍ଟ୍ରୀୟ ସମସ୍ୟାର ସମ୍ମୁଖୀନ ହେଉଛି। ଏପରିକି ଗତ କିଛି ମାସ ହେବ ଭାରତର ଭୌଗୋଳିକ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଏବଂ ଦରବୃଦ୍ଧି ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲିଟିଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ଅନ୍ତଃରାଷ୍ଟ୍ରୀୟ ଆର୍ଥିକ ଆକଳନକାରୀ ସଂସ୍ଥା ମୁଡିଜ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ ପକ୍ଷରୁ କୁହାଯାଇଛି ଯେ ଦେଶର ଆର୍ଥିକ ବିକାଶରେ ମନ୍ଥର ଆସିବାର ଆଶଙ୍କା ରହିଛି। ଏପରିକି ଦେଶର ଜିଡିପି ଅଭିବୃଦ୍ଧିକୁ ନେଇ ମଧ୍ୟ ସଂସ୍ଥା ନୂଆ ଆକଳନ କରିଛି। ସଂସ୍ଥାର ଆକଳନ ଅନୁଯାୟୀ ଚଳିତ ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୦.୭% ହ୍ରାସ ଘଟି ୭%ରେ ରହିବ ବୋଲି ମୁଡିଜ୍‌ ଆକଳନ କରିଛି। ଏହା ପୂର୍ବରୁ ସଂସ୍ଥାର ଆକଳନ ୭.୭% ରହିଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷରେ ୨ୟ ଥର ପାଇଁ ମୁଡିଜ୍‌ ଭାରତର ଅଭିବୃଦ୍ଧି ହାରକୁ ହ୍ରାସ କରି ନୂଆ ଆକଳନ ଜାରି କରିଛି। ୨୦୨୨ ମେ’ରେ ମଧ୍ୟ ସଂସ୍ଥା ଭାରତର ଅଭିବୃଦ୍ଧି ହାର ୮.୮% ରହିବା ନେଇ ମୁଡିଜ୍‌ ଆକଳନ କରିଥିଲା। ହେଲେ ଚଳିତ ବର୍ଷ ସେପ୍ଟେମ୍ବରରେ ସଂସ୍ଥା ତା’ର ପୂର୍ବ ଆକଳନକୁ ହ୍ରାସକରି ୭.୭% କରିଥିଲା। ଅପରପକ୍ଷରେ ମୁଡିଜ୍‌ର ସର୍ଭେ ଅନୁସାରେ ଘରୋଇ ସ୍ତରରେ ଉଚ୍ଚ ସୁଧ ହାର ଏବଂ ବିଶ୍ୱର ଅଭିବୃଦ୍ଧି ମାନ୍ଦା ଯୋଗୁ ଭାରତର ଆର୍ଥିକ ବିକାଶକୁ ପ୍ରଭାବିତ କରିବ। ବିଶେଷକରି ଦରବୃଦ୍ଧି, ଉଚ୍ଚ ସୁଧ ହାର ଏବଂ ବିଶ୍ୱର ବିକାଶରେ ମନ୍ଥର ଆସିବା ପ୍ରଭାବ ଆମ ପୂର୍ବ ଆକଳନଠାରୁ ଅଧିକ ରହିବ ବୋଲି ସଂସ୍ଥା ମତପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ, ରେଟିଂ ଏଜେନ୍ସି ମୁଡିଜ୍‌ କହିଛି, ୨୦୨୩ ବିକାଶ ହାରରେ ହ୍ରାସ ହୋଇ ୪.୮% ରହିବ ହେଲେ ୨୦୨୪ ରେ ଏହା ପରିମାଣ ବଢି ପ୍ରାୟ ୬.୪% ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଦେଶର ବଢ଼ି ଚାଲିଥିବା ଆର୍ଥିକ ସମସ୍ୟା ସାଙ୍ଗକୁ ମୁଦ୍ରାସ୍ଫୀତ ଏବଂ ଦରବୃଦ୍ଧିରେ ନିୟନ୍ତ୍ରଣ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ବିଭିନ୍ନ ସମୟରେ ଅର୍ଥ ବ୍ୟବସ୍ଥାର ସୁଧାର ସାଙ୍ଗକୁ ସାଧାରଣ ଜନତା ପାଇଁ ଦରଦାମ ବୃଦ୍ଧି ହ୍ରାସ ସମ୍ପର୍କରେ ମଧ୍ୟ କାର୍ଯ୍ୟ କରୁଥିବା ଦେଖାଦେଇଛି। ହେଲେ ସବୁ ସତ୍ତ୍ୱେ ମଧ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri