୧୪% ପର୍ଯ୍ୟନ୍ତ ହ୍ରାସ ହୋଇପାରେ ଜିଡିପି

ନୂଆଦିଲ୍ଲୀ,୧୯।୯: କୋଭିଡ୍‌-୧୯ ସଂକ୍ରମଣ ବର୍ତ୍ତମାନ ଦ୍ରୁତ ହୋଇଛି। ଗତ ୬ ମାସ ଧରି କ୍ଷତିଗ୍ରସ୍ତ ହୋଇ ରହିଥିବା ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବାରେ ଏହା ଆହୁରି ସମସ୍ୟା ସୃଷ୍ଟି କରୁଛି। ଭାରତ କୋଭିଡ୍‌-୧୯ର ଏକ ନୂଆ ହଟ୍‌ସ୍ପଟ୍‌ ଭାବେ ଉଭା ହୋଇଛି। ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ଖରାପ ସମୟ ଦେଇ ଗତି କରୁଥିବା ଜଣାପଡିଛି। ପ୍ରଥମ ତ୍ରୈମାସରେ ଜିଡିପି -୨୩.୯% ଖସିଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପିକୁ ଶକ୍ତ ଝଟକା ଲାଗିବ ବୋଲି ବିଶ୍ୱର ପ୍ରମୁଖ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି। ନିକଟରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଭାରତର ହ୍ରାସ ହେଉଥିବା ଜିଡିପିକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଏଭଳି ସ୍ଥିତିରେ ଘରୋଇ ବଜାରର ଜିଡିପି ୧୪.୮% ହ୍ରାସ ହେବ ବୋଲି ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ଗ୍ରୁପ୍‌ ଇଙ୍କ୍‌ କହିଛି। ସେହିଭଳି ଭାରତର ଜିଡିପି -୯% ଖସିଯିବ ବୋଲି ଏଡିବି ଆକଳନ କରିଛି। ସେହିଭଳି ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ହୋଇଥିବା ଆକଳନରେ ଜିଡିପି ୧୦.୨% ଖସିଯିବ ବୋଲି କୁହାଯାଇଛି।
ଭାରତ ସଂକ୍ରମଣ ରୋକିବା ଦିଗରେ ସକ୍ଷମ ହୋଇନାହିଁ। ଏହାର ପ୍ରଭାବ ବାଣିଜ୍ୟ ଏବଂ କାରବାର ଉପରେ ପଡିଛି। ଚାହିଦା ଖସିଯିବାରୁ ଏହା ଅର୍ଥ ବ୍ୟବସ୍ଥା ଲାଗି ଅସୁବିଧା ସୃଷ୍ଟି କରିଛି। ଘରୋଇ ବଜାରରେ କଟକଣା କୋହଳ କରାଯାଇଛି। ହେଲେ ସଂକ୍ରମଣ ବଢୁଥିବାରୁ ଏହା ଖାଉଟିଙ୍କୁ ଭୟଭୀତ କରି ରଖିଛି। ଏପଟେ ଭାରତ ୟୁଏସ୍‌ ଏବଂ ବ୍ରାଜିଲ ପରେ ତୃତୀୟ ବୃହତ୍‌ ସଂକ୍ରମିତ ସ୍ଥାନ ପାଲଟିଛି। ସାରା ବିଶ୍ୱରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଏପଟେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣକୁ ରୋକିବାରେ ଭାରତ ସକ୍ଷମ ହୋଇପାରିନାହିଁ ବୋଲି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ସୁନୀଲ କୁମାର ସିହ୍ନା ସୂଚନା ଦେଇଛନ୍ତି। ଅଭିବୃଦ୍ଧି ୧୧.୮% ଖସିବା ନେଇ ଏହି ଏଜେନ୍ସି ପୂର୍ବାନୁମାନ କରିଛି। ଜିଡିପି -୫.୮% ଖସିବ ବୋଲି ପୂର୍ବରୁ ଏହି ଏଜେନ୍ସି ପୂର୍ବାନୁମାନ କରିଥିଲା।
ଘରୋଇ ବଜାରର ପ୍ରଥମ ତ୍ରୈମାସ ଜିଡିପି ହ୍ରାସ (-୨୩.୯% ) ୧୯୯୬ ପରଠାରୁ ସବୁଠାରୁ ଖରାପ ପର୍‌ଫରମାନ୍ସ। ସେହିଭଳି ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଖୋଲାଯାଉଥିବାରୁ ଅଭିବୃଦ୍ଧି ସ୍ଥିତାବସ୍ଥାକୁ ଧୀରେ ଧୀରେ ଫେରିବ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ। ଅଗଷ୍ଟ ୧ରେ ରିଜର୍ଭ ବ୍ୟାଙ୍କ ଏହାର ଅଭିବୃଦ୍ଧି ଆକଳନ ପ୍ରକାଶ କରିପାରେ। ଏହିଦିନ ସୁଧହାର ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ। ଦେଶର ବିଭିନ୍ନ କ୍ଷେତ୍ରର କାର୍ଯ୍ୟକଳାପ ବର୍ତ୍ତମାନ ସୁଦ୍ଧା ମଧ୍ୟ ଟ୍ରାକ୍‌କୁ ଫେରିନାହିଁ। ଏହାକୁ ଦେଖିଲେ ଜିଡିପି ୭.୧% ଖସିପାରେ ବୋଲି ୟୁବିଏସ୍‌ ଗ୍ରୁପ୍‌ ଅର୍ଥନୀତିଜ୍ଞ ତନ୍‌ଭୀ ଗୁପ୍ତା ମତ ରଖିଛନ୍ତି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଅଭିବୃଦ୍ଧି ୧୦.୬% ରହିବା ନେଇ ବ୍ଲମ୍‌ବର୍ଗ ପକ୍ଷରୁ କୁହାଯାଇଛି। କର୍ପୋରେଟ କ୍ଷେତ୍ରର ସ୍ଥିତାବସ୍ଥା ଫେରିବା ନେଇ ଅସୁବିଧା ହେବ ବୋଲି ଡଚ୍‌ ବ୍ୟାଙ୍କର ଅର୍ଥନୀତିଜ୍ଞ ପୂର୍ବାନୁମାନ କରିଛନ୍ତି। ଏହି ଏଜେନ୍ସି କହିଛି ଯେ, ଜିଡିପି (-) ୬.୨%ରୁ (-)୮ ଖସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?