୧୪% ପର୍ଯ୍ୟନ୍ତ ହ୍ରାସ ହୋଇପାରେ ଜିଡିପି

ନୂଆଦିଲ୍ଲୀ,୧୯।୯: କୋଭିଡ୍‌-୧୯ ସଂକ୍ରମଣ ବର୍ତ୍ତମାନ ଦ୍ରୁତ ହୋଇଛି। ଗତ ୬ ମାସ ଧରି କ୍ଷତିଗ୍ରସ୍ତ ହୋଇ ରହିଥିବା ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବାରେ ଏହା ଆହୁରି ସମସ୍ୟା ସୃଷ୍ଟି କରୁଛି। ଭାରତ କୋଭିଡ୍‌-୧୯ର ଏକ ନୂଆ ହଟ୍‌ସ୍ପଟ୍‌ ଭାବେ ଉଭା ହୋଇଛି। ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ଖରାପ ସମୟ ଦେଇ ଗତି କରୁଥିବା ଜଣାପଡିଛି। ପ୍ରଥମ ତ୍ରୈମାସରେ ଜିଡିପି -୨୩.୯% ଖସିଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପିକୁ ଶକ୍ତ ଝଟକା ଲାଗିବ ବୋଲି ବିଶ୍ୱର ପ୍ରମୁଖ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି। ନିକଟରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଭାରତର ହ୍ରାସ ହେଉଥିବା ଜିଡିପିକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଏଭଳି ସ୍ଥିତିରେ ଘରୋଇ ବଜାରର ଜିଡିପି ୧୪.୮% ହ୍ରାସ ହେବ ବୋଲି ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ଗ୍ରୁପ୍‌ ଇଙ୍କ୍‌ କହିଛି। ସେହିଭଳି ଭାରତର ଜିଡିପି -୯% ଖସିଯିବ ବୋଲି ଏଡିବି ଆକଳନ କରିଛି। ସେହିଭଳି ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ହୋଇଥିବା ଆକଳନରେ ଜିଡିପି ୧୦.୨% ଖସିଯିବ ବୋଲି କୁହାଯାଇଛି।
ଭାରତ ସଂକ୍ରମଣ ରୋକିବା ଦିଗରେ ସକ୍ଷମ ହୋଇନାହିଁ। ଏହାର ପ୍ରଭାବ ବାଣିଜ୍ୟ ଏବଂ କାରବାର ଉପରେ ପଡିଛି। ଚାହିଦା ଖସିଯିବାରୁ ଏହା ଅର୍ଥ ବ୍ୟବସ୍ଥା ଲାଗି ଅସୁବିଧା ସୃଷ୍ଟି କରିଛି। ଘରୋଇ ବଜାରରେ କଟକଣା କୋହଳ କରାଯାଇଛି। ହେଲେ ସଂକ୍ରମଣ ବଢୁଥିବାରୁ ଏହା ଖାଉଟିଙ୍କୁ ଭୟଭୀତ କରି ରଖିଛି। ଏପଟେ ଭାରତ ୟୁଏସ୍‌ ଏବଂ ବ୍ରାଜିଲ ପରେ ତୃତୀୟ ବୃହତ୍‌ ସଂକ୍ରମିତ ସ୍ଥାନ ପାଲଟିଛି। ସାରା ବିଶ୍ୱରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଏପଟେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣକୁ ରୋକିବାରେ ଭାରତ ସକ୍ଷମ ହୋଇପାରିନାହିଁ ବୋଲି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ସୁନୀଲ କୁମାର ସିହ୍ନା ସୂଚନା ଦେଇଛନ୍ତି। ଅଭିବୃଦ୍ଧି ୧୧.୮% ଖସିବା ନେଇ ଏହି ଏଜେନ୍ସି ପୂର୍ବାନୁମାନ କରିଛି। ଜିଡିପି -୫.୮% ଖସିବ ବୋଲି ପୂର୍ବରୁ ଏହି ଏଜେନ୍ସି ପୂର୍ବାନୁମାନ କରିଥିଲା।
ଘରୋଇ ବଜାରର ପ୍ରଥମ ତ୍ରୈମାସ ଜିଡିପି ହ୍ରାସ (-୨୩.୯% ) ୧୯୯୬ ପରଠାରୁ ସବୁଠାରୁ ଖରାପ ପର୍‌ଫରମାନ୍ସ। ସେହିଭଳି ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଖୋଲାଯାଉଥିବାରୁ ଅଭିବୃଦ୍ଧି ସ୍ଥିତାବସ୍ଥାକୁ ଧୀରେ ଧୀରେ ଫେରିବ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ। ଅଗଷ୍ଟ ୧ରେ ରିଜର୍ଭ ବ୍ୟାଙ୍କ ଏହାର ଅଭିବୃଦ୍ଧି ଆକଳନ ପ୍ରକାଶ କରିପାରେ। ଏହିଦିନ ସୁଧହାର ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ। ଦେଶର ବିଭିନ୍ନ କ୍ଷେତ୍ରର କାର୍ଯ୍ୟକଳାପ ବର୍ତ୍ତମାନ ସୁଦ୍ଧା ମଧ୍ୟ ଟ୍ରାକ୍‌କୁ ଫେରିନାହିଁ। ଏହାକୁ ଦେଖିଲେ ଜିଡିପି ୭.୧% ଖସିପାରେ ବୋଲି ୟୁବିଏସ୍‌ ଗ୍ରୁପ୍‌ ଅର୍ଥନୀତିଜ୍ଞ ତନ୍‌ଭୀ ଗୁପ୍ତା ମତ ରଖିଛନ୍ତି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଅଭିବୃଦ୍ଧି ୧୦.୬% ରହିବା ନେଇ ବ୍ଲମ୍‌ବର୍ଗ ପକ୍ଷରୁ କୁହାଯାଇଛି। କର୍ପୋରେଟ କ୍ଷେତ୍ରର ସ୍ଥିତାବସ୍ଥା ଫେରିବା ନେଇ ଅସୁବିଧା ହେବ ବୋଲି ଡଚ୍‌ ବ୍ୟାଙ୍କର ଅର୍ଥନୀତିଜ୍ଞ ପୂର୍ବାନୁମାନ କରିଛନ୍ତି। ଏହି ଏଜେନ୍ସି କହିଛି ଯେ, ଜିଡିପି (-) ୬.୨%ରୁ (-)୮ ଖସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri