ଗେ’ ଚାଟ୍‌ ଆପ୍‌ରେ ଫସାଇ ଲୁଟୁଥିଲେ

ଭୁବନେଶ୍ୱର,୧୨।୧୦ (ସୂର୍ଯ୍ୟକାନ୍ତ ବେହେରା) : ଗ୍ରୀଣ୍ଡର ଗେ’ ଚାଟ୍‌ ଆପ୍‌ରେ ଯୁବକଙ୍କ ସହ ଚାଟିଂ କରୁଥିଲେ। ସମ୍ପର୍କ ବଢ଼ାଇ ବିଶ୍ୱାସ ଜନ୍ମାଇବା ପରେ ମଉଜମସ୍ତି ପାଇଁ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକୁଥିଲେ। ଏହାପରେ ଯୁବକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଘରକୁ ଡାକି ନେଇ ନିର୍ଯାତନା ଦେଉଥିଲେ। ଉଲଗ୍ନ କରି ମାଡ ମାରିବା ସହ ପାଖରେ ଥିବା ଟଙ୍କା, ସୁନା ଚେନ୍‌ ଛଡାଇ ନେଉଥିଲେ। ଏପରିକି ମାଡ ବେଳର ଭିଡିଓ ଶୁଟ୍‌ କରି ଭାଇରାଲ ଧମକ ଦେଇ ଫୋନ୍‌ ପେ ଜରିଆରେ ଆକାଉଣ୍ଟରୁ ବି ଟଙ୍କା ଟ୍ରାନ୍ସଫର କରିନେଉଥିଲେ। ରାଜଧାନୀରେ କିଛିଦିନ ସକ୍ରିୟ ଥିବା ଏପରି ଏକ ଗ୍ୟାଙ୍ଗକୁ ଲିଙ୍ଗରାଜ ଥାନା ପୋଲିସ ଧରିଛି। ଏହି ଗ୍ୟାଙ୍ଗରେ ୪ଜଣ ନାବାଳକ ଓ ଜଣେ ସାବାଳକ ରହିଛନ୍ତି। ଦୁଇଟି ଅଭିଯୋଗ ଆଧାରରେ ପୋଲିସ ପୃଥକ ମାମଲା ରୁଜୁ କରି ସମସ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ତଥା ଗଞ୍ଜାମର ଏ. ମନୋଜ ଦୋରାଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ବୁଲେଟ, ୩୪ ହଜାର ଟଙ୍କା ଟଙ୍କା ଜବତ କରାଯାଇଛି। ଏଥିସହ ସାଇବର ସେଲ୍‌ ସହାୟତାରେ ୮୫,୧୩୭ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଛି। ତେବେ ଧରାପଡିଥିବା ଅଭିଯୁକ୍ତମାନେ ଲୁଟ୍‌ ଟଙ୍କାକୁ ମିଶାଇ କିସ୍ତିରେ ଏକ ଆଇଫୋନ କିଣିଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ତେବେ ଏଭଳି କେତେ ଜଣଙ୍କୁ ଆକ୍ରମଣ କରି ଟଙ୍କା ନେଇଛନ୍ତି ତାହାର ଅଧିକ ଖୋଳତାଡ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସ ସୂଚନାନୁସାରେ, ବଡଗଡ ଥାନା ଅଞ୍ଚଳର ଜଣେ ଯୁବକ ଗ୍ରୀଣ୍ଡର ଗେ’ ଚାଟ୍‌ ଆପ୍‌ ଜରିଆରେ ଚାଟ୍‌ କରୁଥିବାବେଳେ ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗରେ ଆସିଥିଲେ। ସମ୍ପର୍କ ବଢିବା ପରେ ଅଭିଯୁକ୍ତମାନେ ତାଙ୍କୁ ଖାଇବା ଦେବା ପାଇଁ ଗ୍ୟାରେଜ ଛକକୁ ଡାକିଥିଲେ। ଏହାପରେ ଧରାପଡିଥିବା ୫ ଅଭିଯୁକ୍ତ ଗ୍ୟାରେଜ ଛକ ଅଞ୍ଚଳରେ ଥିବା ଏକ ଟିଣଘରକୁ ନେଇ ସାଇକେଲ ଚେନ, ପ୍ଲାଷ୍ଟିକ ପାଇପ, କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରି ଟଙ୍କା, ସୁନା ଚନେ୍‌ ଆଦି ଲୁଟିନେବନା ପରେ ଧମକ ଦେଇ ଛାଡ଼ିଥିଲେ। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ବାମ କାନର ପରଦା ଫାଟିଯିବାରୁ ତାଙ୍କୁ କିଛି ଶୁଭୁନାହିଁ। ତେବେ ଚିକିତ୍ସା ପରେ ସେ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ସେହିପରି ମେଣ୍ଢାଶାଳସ୍ଥିତ ସିଏଚ୍‌ସିରେ ବ୍ଲକ ଡାଟା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ କୁମାର ବିଶ୍ୱାଳ ଘରକୁ ଫେରୁଥିବାବେଳେ ଗ୍ୟାଙ୍ଗ୍‌ର ଜଣେ ଯୁବକ ଲିଫ୍ଟ ମାଗି ତାଙ୍କ ସହ ଆସିଥିଲେ। କିଛିବାଟ ଆସିବା ପରେ ବାଟରେ ତାଙ୍କୁ ଥଣ୍ଡା ପିଇବାକୁ ଦେଇ ସମ୍ପର୍କରେ ବଢ଼ାଇଥିଲେ। ଏଥିସହ ତାଙ୍କୁ ଉକ୍ତ ଘରକୁ ଡାକିନେଇ ମିଳିମିଶି ମାଡ ମାରିବା ସହ ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା, ମୋବାଇଲ ଫୋନ୍‌ ଆଦି ନେଇଯାଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଗ୍ୟାଙ୍ଗ୍‌କୁ ଠାବ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri