Posted inଖେଳ

୩୫ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବେ ଗାଭାସ୍କର

ମୁମ୍ବାଇ,୧୦।୭: ନିଜର ୭୧ତମ ଜନ୍ମ ଦିନରେ ସୁନୀଲ ଗାଭାସ୍କର ୩୫ ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଖାରଘର ସ୍ଥିତ ସତ୍ୟସାଇ ସଞ୍ଜୀବନୀ ହସ୍ପିଟାଲ ଫର ଚାଇଲ୍ଡ ହାର୍ଟ କେୟାରରେ ଏହି ଆସ୍ତ୍ରୋପଚାର କରାଇବେ। ଏହି ପିଲାମାନଙ୍କ ମାତାପିତା ଆସ୍ତ୍ରୋପଚାର ପାଇଁ ଅର୍ଥ ଯୋଗାଡ କରିପାରି ନଥିବାରୁ ଗାଭାସ୍କର ଏମାନଙ୍କ ଦାୟିତ୍ୱ ନେବେ। ଗତବର୍ଷ ମଧ୍ୟ ସେ ଏପରି ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରିଥିଲେ। ଭାରତ ପାଇଁ ୩୫ଟି ଶତକ ହାସଲ କରିଥିବାରୁ ସେ ୩୫ଜଣ ପିଲାଙ୍କର ଅସ୍ତ୍ରୋପଚାର କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରିହେବ ବୋଲି ଗାଭାସ୍କର କହିଛନ୍ତି। ତେବେ ଛୋଟପିଲାମାନଙ୍କର ବିଶେଷ ଭାବେ ଗୁରୁତ୍ୱ ରହିଛି। ପିଲାଙ୍କୁ ନେଇ ସବୁ ପରିବାରରେ ଖୁସିର ବାତାବରଣ ଥାଏ ଓ ଏମାନେ ପରିବାର ତଥା ଦେଶର ଭବିଷ୍ୟତ। ତେଣୁ ଏହି ପିଲାମାନଙ୍କର ଯତ୍ନ ନିଆଯିବା ଜରୁରୀ ବୋଲି ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନ ପେସର ଆଲାମ ଏକବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୧ା୭(ପିଟି)- ପେସର ଆଫତାବ ଆଲାମଙ୍କୁ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି)ର ଡିସିପ୍ଲିନାରି କମିଟି ଏକବର୍ଷ ଲାଗି ବାସନ୍ଦ କରିଛି। ସେ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି…

ବେଙ୍ଗାଲୁରୁ,୧୭।୪: ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ....

୩ ଥର ଅଲିମ୍ପିକ୍‌ ଚାମ୍ପିୟନ ମୋରୋଙ୍କ ପରଲୋକ

ସାନ ବେନିଟୋ,୩୧।୫(ଏପି): ୩ଥର ଅଲିମ୍ପିକ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ପୂର୍ବତନ ଆମେରିକୀୟ ଧାବକ ବବି ଜୋଏ ମୋରୋଙ୍କ ପରଲୋକ ହୋଇଛି। ୧୯୫୬ ମେଲବୋର୍ନ...

‘ଯେମିତି ହେଲେ ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବୁ’

ନୂଆଦିଲ୍ଲୀ, ୪।୫: ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିଙ୍କୁ ଯେମିତି ହେଲେ ଘରକୁ ପଠାଯିବ। କୋଭିଡ୍‌-୧୯ ମହାମାରୀ କାରଣରୁ ଚଳିତ ସିଜନକୁ ବାତିଲ ହେବା ପରେ...

ଦର୍ଶକଙ୍କ ଅନୁପ୍ରବେଶ ଘଟଣାର ତଦନ୍ତ ଆରମ୍ଭ

ମେଲବୋର୍ନ, ୪।୪ (ଏପି): ଅଷ୍ଟ୍ରେଲିଆନ୍‌ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ଶେଷରେ କିଛି ଦେଖଣାହାରି ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ଟ୍ରାକ୍‌ ଆଡ଼କୁ ଚାଲିଯାଇଥିଲେ। ଏହା...

ଦ୍ୱିତୀୟ ଟି୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୪।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ପୁଣେରେ ଗୁରୁବାର ଖେଳାଯିବ। ଏହାପୂର୍ବରୁ ଦଳକୁ ବଡ଼ ଝଟ୍‌କା ଲାଗିଛି। ସଞ୍ଜୁ ସାମସନ୍‌ ଆହତ ହୋଇଥିବାରୁ...

ଧାରଣା ବିଶ୍ୱବ୍ୟାପୀ କରିବାକୁ ଧମକ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୩ ଦିନରେ...

ବିଶ୍ୱରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆଡିଲେଡରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ ଏକ...

Advertisement
Archives

Model This Week