Posted inଖେଳ

ଗୌତମ ଗମ୍ଭୀରଙ୍କ ପାଦ ଚାଟିବା ଉଚିତ୍‌ ନୁହେଁ…କାହିଁକି ଏମିତି କହିଲେ ଗାଭାସ୍କର

ନୂଆଦିଲ୍ଲୀ,୭।୧୦: ଗୌତମ ଗମ୍ଭୀରଙ୍କ କୋଚିଂରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଛି। ବିଶେଷକରି ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଟିମ ଇଣ୍ଡିଆ ଜବରଦସ୍ତ ଢଙ୍ଗରେ ଜିତିଥିଲା। ଏହି ମ୍ୟାଚରେ ପ୍ରଥମ ତିନି ଦିନ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ଏହା ପରେ ଶେଷ ଦୁଇ ଦିନରେ ସମ୍ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା ଏବଂ ଏହା ସତ୍ତ୍ୱେ ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ଅନେକ ଲୋକ ଗୌତମ ଗମ୍ଭୀରଙ୍କ କୋଚିଂ ଏବଂ ତାଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ। କିନ୍ତୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର ସେହି ଲୋକଙ୍କୁ ଭର୍ତ୍ସନା କରିଛନ୍ତି। ସୁନୀଲ ଗାଭାସ୍କର ସେହି ଲୋକଙ୍କୁ ପରାମର୍ଶ ଦେଇଛନ୍ତି, ସେମାନେ ଗୌତମ ଗମ୍ଭୀରଙ୍କ ପାଦକୁ ଚାଟିବା ଉଚିତ୍‌ ନୁହେଁ।

ନିକଟରେ ସୁନୀଲ ଗାଭାସ୍କର ଏକ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ଟିମ ଇଣ୍ଡିଆର ଆକ୍ରମଣାତ୍ମକ ଚିନ୍ତାଧାରା ପାଇଁ ରୋହିତ ଶର୍ମାଙ୍କୁ ଶ୍ରେୟ ଦିଆଯିବା ଉଚିତ୍‌। ଏଥିପାଇଁ ଗମ୍ଭୀରଙ୍କୁ ଶ୍ରେୟ ଦେବା ଠିକ୍‌ ନୁହେଁ। ଅଯଥା ତାଙ୍କ ପାଦ ଚାଟିବା ଅନାବଶ୍ୟକ। ଗମ୍ଭୀର କୋଚ ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦୁଇ ମାସ ବିତିଗଲାଣି। ସେ ନିଜେ ମ୍ୟାକକୁଲମଙ୍କ ଷ୍ଟାଇଲ୍‌ରେ ଦ୍ରୁତ ଗତିରେ ବ୍ୟାଟିଂ କରି ନ ଥିଲେ। ରୋହିତ ଶର୍ମା ନିଶ୍ଚିତ ଭାବରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ସେ ନିଜ ପାଇଁ ନୁହେଁ ବରଂ ଦଳ ପାଇଁ ବ୍ୟାଟିଂ କରନ୍ତି। କାନପୁର ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ହିଁ ବାଂଲାଦେଶ ଉପରେ ଆକ୍ରମଣ କରିଥିଲେ ଏବଂ ଏହା ପରେ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ ସମାନ ଢଙ୍ଗରେ ବ୍ୟାଟିଂ କରିଥିଲେ।

ସୁନୀଲ ଗାଭାସ୍କର ମଧ୍ୟ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି, କାନପୁର ଟେଷ୍ଟରେ ବିଜୟ ସହ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବା ପାଇଁ ଆବଶ୍ୟକ ପଏଣ୍ଟ ପାଇଛି। ଏହି ମ୍ୟାଚ ଜିତିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦଳ ଜାଣିଥିଲା। ସେହି ଅନୁସାରେ ଖେଳିଲା। ଗାଭାସ୍କରଙ୍କ ଅନୁଯାୟୀ, ଯଦି ଏହା ହୋଇନଥାନ୍ତା ତେବେ ସେ ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳିଥାନ୍ତେ। ତେଣୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଭଳି ଟୁର୍ନାମେଣ୍ଟ ଆୟୋଜନ କରିବା ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ। ଏହା ଟେଷ୍ଟ କ୍ରିକେଟ୍‌କୁ ନୂଆ ଜୀବନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri