Posted inଖେଳ

ମ୍ୟାଚ୍‌ ପରେ ପିଟିବି ବୋଲି ଧମକ ଦେଇଥିଲେ ଗୌତମ ଗମ୍ଭୀର, ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୨୩।୧: ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ମନୋଜ ତିୱାରୀ ଏକ ସାକ୍ଷାତକାରରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗମ୍ଭୀର ଏକ ମ୍ୟାଚ ସମୟରେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବାକୁ ଧମକ ମଧ୍ୟ ଦେଇଥିଲେ। କଥା ହାତାହାତି ଯାଏ ପହଞ୍ଚିଥାନ୍ତା। କିନ୍ତୁ ପୂର୍ବତନ ପାକିସ୍ତାନ ଅଧିନାୟକ ୱାସିମ ଆକ୍ରମ ପରିସ୍ଥିତିକୁ ଥଣ୍ଡା କରିଥିଲେ ବୋଲି ସେ ସାକ୍ଷାତକାରରେ ଦାବି କରିଛନ୍ତି।

ଲଲନ୍‌ଟପ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ମନୋଜ କହିଛନ୍ତି, ୨୪ ଅକ୍ଟୋବର ୨୦୧୫ରେ ମୁଁ ଏବଂ ଗମ୍ଭୀର ଏକ ରଣଜୀ ମ୍ୟାଚ୍‌ ଖେଳୁଥିଲୁ। ମୁଁ ମୋର ଗାର୍ଡ ନେଇଗଲି। ଗମ୍ଭୀର ସ୍ଲିପରେ ଠିଆ ହୋଇଥିଲେ। ସେଠାରୁ ସେ ମୋତେ ଏତେ ଖରାପ ଗାଳି କରିଥିଲେ ମୁଁ ସେସବୁ କହିପାରିବି ନାହିଁ। ସନ୍ଧ୍ୟାରେ ଖାଲି ଭେଟ ହୁଅ ମୁଁ ତୁମକୁ ପିଟିବି ବୋଲି ଗମ୍ଭୀର କହଥିଲେ । ଜବାବରେ ମୁଁ କହିଲି ଭାଇ, ସାରେ କାହିଁକି, ମୋତେ ଏବେ ମାର।

ସେହିଭଳି ମନୋଜ ଅଭିଯୋଗ କରିଛନ୍ତି ଯେ ଗମ୍ଭୀର କୌଣସି କାରଣ ବିନା ତାଙ୍କ ପ୍ରତି ଈର୍ଷା କରୁଥିଲେ। ସେ କହିଥିଲେ, ’ମୁଁ ଅଷ୍ଟ୍ରେଲିଆ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୧୨୯ ରନ କରିଥିଲି। ଗମ୍ଭୀର ସେହି ମ୍ୟାଚ୍‌ରେ ୧୦୫ କିମ୍ବା ୧୧୦ ରନ କରିଥିଲେ। ସେ ମୋ ଉପରେ ରାଗିଗଲେ। ସେ ମୋତେ ରାଗି କହିଲେ – ତୁମେ କଣ କରୁଛ, ତଳକୁ ଆସ। ମୁଁ ଯେତେବେଳେ ୱାସରୁମରେ ଥିଲି, ସେ ଆସି ମୋ ପଛରେ ଠିଆ ହୋଇ ରାଗିବାକୁ ଲାଗିଲେ। ସେ ମୋତେ କହିଲେ ଯେ ତୁମର ଏହି ଆଟିଚ୍ୟୁଡ୍‌ କାମ କରିବ ନାହିଁ। ମୁଁ ତୁମ ସହିତ ଏପରି କାମ କରିବି ଯେ ମୁଁ ତୁମକୁ କେବେ ଖାଇବାକୁ ଦେବି ନାହିଁ। ତା’ପରେ ୱାସିମ ଆକ୍ରମ ସେଠାକୁ ଆସିଲେ ଏବଂ ସେ ପରିସ୍ଥିତିକୁ ଶାନ୍ତ କଲେ। ସେହି ଦିନ ଝଗଡ଼ା ବଢ଼ିଯାଇଥାନ୍ତା।

ଏପରିକି ଯେତେବେଳେ ସୌରଭ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ବୋର୍ଡକୁ ଆସିଥିଲେ, ସେତେବେଳେ ମଧ୍ୟ ଗମ୍ଭୀରଙ୍କ ସମସ୍ୟା ଥିଲା। ସେ ଗାଙ୍ଗୁଲିଙ୍କ ବିଷୟରେ ମଧ୍ୟ ଅନେକ କଥା କହିଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ସୁପାରିଶ ବ୍ୟବହାର କରି ବୋର୍ଡକୁ ଆସିଛନ୍ତି ବୋଲି ଗମ୍ଭୀର କହିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri