Posted inଖେଳ

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲରେ ଗୌତମ ଗମ୍ଭୀର ନିଜର ମତ ରଖିଥିଲେ। ଏହି ସମୟରେ ସେ ନିଜ କ୍ୟାରିୟରର ସଂଘର୍ଷ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ଗମ୍ଭୀର କହିଛନ୍ତି, ଜୁନିୟର ସ୍ତରୀୟ ଟୁର୍ନାମେଣ୍ଟରେ ମୋତେ ଭେଦଭାବର ସାମ୍ନା କରିବାକୁ ପଡ଼ିଥିଲା। ମୁଁ ୧୨ କିମ୍ବା ୧୩ ବର୍ଷ ବୟସରେ ପ୍ରଥମ ଥର ପାଇଁ ୧୪ ବର୍ଷରୁ କମ ଟୁର୍ନାମେଣ୍ଟ ପାଇଁ ଚେଷ୍ଟା କଲି, ସେତେବେଳେ ମୋତେ ମନୋନୀତ କରାଗଲା ନାହିଁ। କାରଣ ମୁଁ ଚୟନକର୍ତ୍ତାଙ୍କ ପାଦ ଛୁଇଁ କରି ନ ଥିଲି, ସେବେଠାରୁ ମୁଁ ନିଜକୁ ପ୍ରତିଶୃତି ଦେଇଥିଲି ଯେ ମୁଁ କାହାର ପାଦ ଛୁଇଁବି ନାହିଁ ଏବଂ ମୁଁ କାହାକୁ ମୋର ପାଦ ଛୁଇଁବାକୁ ଦେବି ନାହିଁ।
ପୂର୍ବତନ ଭାରତୀୟ କ୍ରିକେଟର କହିଛନ୍ତି, ମୋର ମନେ ଅଛି, ଯେତେବେଳେ ବି ମୁଁ ମୋ କ୍ୟାରିୟରରେ ବିଫଳ ହୋଇଥିଲି, ଅଣ୍ଡର -୧୬, ଅଣ୍ଡର -୧୯, ରଣଜୀ ଟ୍ରଫି କିମ୍ବା ମୋର ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ହେଉ … ଲୋକମାନେ କହୁଥିଲେ ମୁଁ ଧନୀ ପରିବାରର, କ୍ରିକେଟ ଖେଳିବାର ଆବଶ୍ୟକତା ନାହିଁ ।
ଗୌତମ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଭୂମିକାରେ ଅଛନ୍ତି। ଏହି ସିଜିନ୍‌ରେ ଗମ୍ଭୀରଙ୍କ ପରାମର୍ଶରେ କୋଲକାତା ନାଇଟ ରାଇଡର୍ସ ଏକ ଚମତ୍କାର ପ୍ରଦର୍ଶନ କରିଛି। କୋଲକାତା ନାଇଟ ରାଇଡର୍ସ ୧୪ଟି ମ୍ୟାଚରେ ୨୦ ପଏଣ୍ଟ ସହ ଶୀର୍ଷରେ ଅଛି। ଏଥି ସହିତ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହାପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଦୁଇଥର ଆଇପିଏଲ ଟାଇଟଲ ଜିତିଛନ୍ତି। ଗୌତମ ଗମ୍ଭୀର ଉଭୟ ଥର କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri