Posted inଖେଳ

ରୋହିତଙ୍କ ସହ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଗମ୍ଭୀର, କହୁ କହୁ କହିଦେଲେ… ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶେଷକରି ଅଧିନାୟକ ଓ କୋଚ୍‌ଙ୍କ ସମ୍ପର୍କ କଥା ଆସିଲେ, ଉଭୟଙ୍କ ମଧ୍ୟରେ କିଭଳି ସମନୱୟ ରହିଛି, ତା’ ଉପରେ ସମସ୍ତଙ୍କ ନଜର ରହିଥାଏ। ଏବେ ଅଧିନାୟକ ରୋହିତ ଶର୍ମାଙ୍କ ସହ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ମତ ରଖିଛନ୍ତି ଗୌତମ ଗମ୍ଭୀର।

ଜିଓଷ୍ଟାରକୁ ଦେଇଥିବା ଏକ ସାକ୍ଷାତକାରରେ ଗମ୍ଭୀର କହିଛନ୍ତି ଯେ, ରୋହିତଙ୍କ ସହ କାମ କରିବା ତାଙ୍କ ପାଇଁ କାହିଁକି ସହଜ ହୋଇଛି ଏବଂ ଉଭୟଙ୍କ ମଧ୍ୟରେ କିଭଳି ସମନୱୟ ରହିଛି। ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ, ରୋହିତଙ୍କ ସହ ତାଙ୍କ ସମ୍ପର୍କ କେବଳ ସାଧାରଣ କୋଚ୍‌-ଅଧିନାୟକ ସମ୍ପର୍କ ନୁହେଁ। ଏହା ଦୀର୍ଘ ବର୍ଷର ପୁରୁଣା ସମ୍ପର୍କ।

ରୋହିତ ଶର୍ମାଙ୍କ ସହ ନିଜର ପୁରୁଣା ସମ୍ପର୍କ ବିଷୟରେ ଗମ୍ଭୀର କହିଛନ୍ତି, ରୋହିତ ଓ ମୋର ସମ୍ପର୍କ କେବଳ ଅଧିନାୟକ ଓ କୋଚ୍‌ର ନୁହେଁ। ରୋହିତ ପ୍ରଥମେ ଭାରତୀୟ ଦଳକୁ ଆସିବା ସମୟରେ ମୁଁ ଜଣେ ବରିଷ୍ଠ ଖେଳାଳି ଥିଲି। ଆମର ସମ୍ପର୍କ ସେହି ସମୟରୁ ଆରମ୍ଭ ହୋଇଛି। ସେବେଠାରୁ ସେ ମୋତେ ଜାଣନ୍ତି। ସେ ଆହୁରି କହିଛନ୍ତି, ଏଭଳି ନୁହେଁ ଯେ ଆମ ମଧ୍ୟରେ ଏବେ ଏକ ନୂଆ ସମ୍ପର୍କ ଗଢ଼ିଉଠିଛି। ମୁଁ ଏଭଳି କୌଣସି ବାହାର ଦେଶରୁ ଆସିନାହିଁ ଯେଉଁଠାରେ ରୋହିତଙ୍କୁ କେବେ ଖେଳୁଥିବା ଦେଖିନାହିଁ କିମ୍ବା ସେ କିଭଳି ମଣିଷ, ତାହା ଜାଣିନାହିଁ।

ଗମ୍ଭୀରଙ୍କ ମତରେ, ଏହି ପୁରୁଣା ସମ୍ପର୍କ ଯୋଗୁ ଉଭୟଙ୍କୁ ପରସ୍ପରକୁ ବୁଝିବା ପାଇଁ ଅଧିକ ସମୟ ଦେବାକୁ ପଡ଼ିନାହିଁ। ଗମ୍ଭୀର ରୋହିତଙ୍କୁ ଜଣେ ଯୁବ ଖେଳାଳିରୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଓ ଅଧିନାୟକଙ୍କ ମଧ୍ୟରୁ ଜଣେ ହେବା ପର୍ଯ୍ୟନ୍ତ ଦେଖିଛନ୍ତି। ସେହିପରି ରୋହିତ ମଧ୍ୟ ବର୍ଷ ବର୍ଷ ଧରି ଗମ୍ଭୀରଙ୍କ ସ୍ବଭାବ ଓ କାମ କରିବାର ଶୈଳୀ ସହ ପରିଚିତ। କ୍ରିକେଟରେ ଅନେକ ସମୟରେ କୋଚ୍‌ ଓ ଅଧିନାୟକଙ୍କ ମତ ଭିନ୍ନ ହୋଇଥାଏ। ଗମ୍ଭୀର ମଧ୍ୟ ସ୍ବୀକାର କରିଛନ୍ତି ଯେ, ତାଙ୍କ ଓ ରୋହିତଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ଭିନ୍ନ ମତ ରହିପାରେ। କିନ୍ତୁ ଉଭୟଙ୍କ ଲକ୍ଷ୍ୟ ଦଳର ଭଲ ପ୍ରଦର୍ଶନ ହେବା ଦରକାର ବୋଲି ସେ କହିଛନ୍ତି।

ଗମ୍ଭୀର କହିଛନ୍ତି, ଯେତେବେଳେ ଆପଣ ଏକାଠି ଖେଳିଥାନ୍ତି, ସେତେବେଳେ ଜିନିଷଗୁଡ଼ିକ ବହୁତ ସହଜ ହୋଇଯାଏ। ସେ ମୋର ଚିନ୍ତାଧାରା ଜାଣନ୍ତି ଏବଂ ମୁଁ ମଧ୍ୟ ତାଙ୍କ ଚିନ୍ତାଧାରା ବୁଝେ। ଆସନ୍ତାକାଲି ମୋର ମତ ଅଲଗା ହୋଇପାରେ ଏବଂ ଅଧିନାୟକଙ୍କ ମତ ମଧ୍ୟ ଭିନ୍ନ ହୋଇପାରେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶେଷ ନିଷ୍ପତ୍ତି ଦଳର ସ୍ବାର୍ଥରେ ହେବା ଦରକାର। ଯଦି ଏହା ହୁଏ, ତେବେ ଏହାଠାରୁ ଭଲ କିଛି ହୋଇପାରିବ ନାହିଁ।

ରୋହିତ ଶର୍ମାଙ୍କ ବ୍ୟତୀତ ଗୌତମ ଗମ୍ଭୀର ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ ଓ ଶ୍ରେୟସ ଆୟରଙ୍କ ଭଳି ଅନ୍ୟ ତିନିଜଣ ଅଧିନାୟକଙ୍କ ସହ ମଧ୍ୟ କାମ କରିଛନ୍ତି। ଭିନ୍ନ ଫର୍ମାଟରେ ଏହି ସମସ୍ତ ଅଧିନାୟକଙ୍କ କାମ କରିବାର ଶୈଳୀ ଅଲଗା ହୋଇପାରେ। କିନ୍ତୁ ଗମ୍ଭୀରଙ୍କ ମତରେ, ସମସ୍ତଙ୍କ ମଧ୍ୟରେ ଗୋଟିଏ କଥା ସମାନଭାରତୀୟ କ୍ରିକେଟକୁ ଆଗକୁ ନେବାର ଇଚ୍ଛା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?