Posted inଖେଳ

କାନ୍ଦିଲେ ଗୌତମ ଗମ୍ଭୀର, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ,୫।୮: ଶୁବମନ ଗିଲଙ୍କ ଯୁବ ଭାରତୀୟ ଦଳ ଇଂଲଣ୍ଡ ଯାଇ ଇତିହାସ ସୃଷ୍ଟି କରିଛି। ଅଗଷ୍ଟ ୪ରେ ଓଭାଲ ଟେଷ୍ଟର ଶେଷ ଦିନରେ ଭାରତୀୟ ଦଳ ମାତ୍ର ୬ ରନରେ ଆୟୋଜକ ଦଳକୁ ପରାସ୍ତ କରିଥିଲା। ଯାହା ସହିତ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ୨-୨ ଡ୍ରରେ ଶେଷ ହୋଇଥିଲା।
ମ୍ୟାଚ ପରେ ଭାରତର ଡ୍ରେସିଂ ରୁମରେ ଖୁସିର ଲହରୀ ଖେଳିଯାଇଥିଲା। ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି। ବିସିସିଆଇ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ସେ କାନ୍ଦୁଥିବାର ଦେଖାଯାଉଛି।
ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନରେ ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଟେଷ୍ଟ ସିରିଜ ବରାବର କରିଛି। ପୂର୍ବରୁ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ସିରିଜରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଯାହା ପରେ ଗମ୍ଭୀରଙ୍କୁ ବହୁତ ସମାଲୋଚନା କରାଯାଇଥିଲା। ଏବେ ଓଭାଲ ଟେଷ୍ଟ ବିଜୟ ତାଙ୍କ ପାଇଁ ବହୁତ ଅର୍ଥ ରଖିବ। ଏହି ଯୁବ ଦଳ କେବଳ ପଞ୍ଚମ ଟେଷ୍ଟ ଜିତିନଥିଲା, ବରଂ ୧-୨ରେ ପଛୁଆ ରହିବା ପରେ ସିରିଜକୁ ବରାବର କରି ଶେଷ କରିଥିଲା।
ବିସିସିଆଇ ଗତକାଲି ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ଅପଲୋଡ କରିଛି। ଏହା ଭାରତୀୟ ଡ୍ରେସିଂ ରୁମର ଏକ ଭିଡିଓ। ଯେଉଁଥିରେ ମ୍ୟାଚର ଶେଷ ମୁହୂର୍ତ୍ତଗୁଡ଼ିକ ଦେଖାଯାଇଛି। ମହମ୍ମଦ ସିରାଜ ଗସ ଆଟକିନସନଙ୍କୁ କ୍ଲିନ ବୋଲ୍ଡ କରିବା ମାତ୍ରେ ଦଳର ସହାୟକ କର୍ମଚାରୀ ପରସ୍ପରକୁ ଆଲିଙ୍ଗନ କରିଥିଲେ। ସମସ୍ତେ ଏହାକୁ ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରିଥିଲେ। ଏହି ଅବସରରେ ଗୌତମ ଗମ୍ଭୀରଙ୍କ ଆଖି ଓଦା ହୋଇଯାଇଥିଲା।
ଭାରତ ଏବଂ ଇଂଲଣ୍ଡ ୩୧ ଜୁଲାଇରୁ ପଞ୍ଚମ ଟେଷ୍ଟ ଖେଳିଥିଲେ। ସିରିଜରେ କ୍ରମାଗତ ପଞ୍ଚମ ଥର ପାଇଁ ଶୁବମନ ଗିଲ ଟସ ହାରିଥିଲେ। ବେନ ଷ୍ଟୋକ୍ସଙ୍କ ସ୍ଥାନରେ ଇଂଲଣ୍ଡର ଅଧିନାୟକତ୍ୱ କରୁଥିବା ଓଲି ପୋପ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଖେଳି ଭାରତ ପ୍ରଥମ ଇନିଂସରେ ୨୨୪ ରନ କରିଥିଲା। ଜବାବରେ, ଇଂଲଣ୍ଡ ଦଳ ୨୪୭ ରନରେ ଅଲଆଉଟ ହୋଇଥିଲା। ସେମାନେ ୨୩ ରନର ଲିଡ ପାଇଥିଲେ।
ଦ୍ୱିତୀୟ ଇନିଂସରେ, ଭାରତୀୟ ଦଳ ୩୯୬ ରନ କରିଥିଲା। ଇଂଲଣ୍ଡକୁ ବିଜୟ ପାଇଁ ୩୭୪ ରନର ଟାର୍ଗେଟ ମିଳିଥିଲା। ଲକ୍ଷ୍ୟ ପିଛା କରି, ଆୟୋଜକ ଦଳ ୩୬୭ ରନ କରିବା ପରେ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ୯ ୱିକେଟ ନେଇଥିବାରୁ ମହମ୍ମଦ ସିରାଜଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri