Posted inଖେଳ

ଅଗରକରଙ୍କୁ ହାତ କରି ରୋହିତଙ୍କୁ ଅଧିନାୟକରୁ ହଟାଇଥିଲେ ଗମ୍ଭୀର! ବଡ଼ ବୟାନ ଦେଲେ ପୂର୍ବତନ ସାଥି ଖେଳାଳି

ମୁମ୍ବାଇ,୧୬।୨: ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପରେ ଏବେ ବିବାଦ ତେଜିବାରେ ଲାଗିଛି। ବିସିସିଆଇ’ର ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଚୟନ କମିଟି ମୁଖ୍ୟ ଅଜିତ ଅଗରକର ଏହି ନିଷ୍ପତ୍ତି ଶୁଣାଇଥିଲେ ମଧ୍ୟ ଏହା ପଛରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରଭାବ ଥାଇପାରେ ବୋଲି ସେ କହିଛନ୍ତି।

ମନୋଜ ତିୱାରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଅଜିତ ଅଗରକର ଜଣେ ଦୃଢ଼ ବ୍ୟକ୍ତିତ୍ୱର ଅଧିକାରୀ। କିନ୍ତୁ କେହି ଜଣେ ତାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇଥାଇ ପାରନ୍ତି। ଏତେ ବଡ଼ ନିଷ୍ପତ୍ତି କେବଳ ଚୟନକର୍ତ୍ତା ଏକାକୀ ନେଇପାରିବେ ନାହିଁ। ଏଥିରେ କୋଚ୍‌ଙ୍କ ମତାମତ ନିଶ୍ଚିତ ଭାବେ ରହିଥିବ। ଉଭୟ ଏଥିପାଇଁ ସମାନ ଭାବେ ଦାୟୀ।”

ଚୟନ କମିଟି ୨୦୨୭ ଦିନିକିଆ ବିଶ୍ୱକପ୍‌ ପାଇଁ ଶୁଭମନ ଗିଲ୍‌ଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରି ଏକ ନୂତନ ଆରମ୍ଭ କରିବାକୁ ଚାହୁଁଛି। ରୋହିତଙ୍କୁ ଏବେ ୩୮ ବର୍ଷ ହୋଇଥିବାରୁ ସେ ଆଗାମୀ ବିଶ୍ୱକପ୍ ଖେଳିବେ କି ନାହିଁ, ସେ ନେଇ ଆଶଙ୍କା ପ୍ରକାଶ କରିଥିଲା ବିସିସିଆଇ।

ମନୋଜ ତିୱାରୀ ଏହି ନିଷ୍ପତ୍ତିକୁ ଅପମାନଜନକ ଏବଂ କ୍ରିକେଟ୍ ଯୁକ୍ତିର ବାହାରେ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, “ଯିଏ ଟି-୨୦ ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତାଇଛନ୍ତି, ତାଙ୍କୁ ଏପରି ଭାବେ ହଟାଇବା ଅନାବଶ୍ୟକ ଥିଲା। ରୋହିତ ନିଜର ଫିଟନେସ୍ ଏବଂ ପ୍ରଦର୍ଶନ ଜରିଆରେ ପ୍ରମାଣ କରିଛନ୍ତି ଯେ ସେ ଆହୁରି ଖେଳିବାକୁ ସକ୍ଷମ। ତିନୋଟି ଦ୍ୱିଶତକ ହାସଲ କରିଥିବା ଜଣେ ନିସ୍ୱାର୍ଥପର ଖେଳାଳିଙ୍କ ଦକ୍ଷତା ଉପରେ ସନ୍ଦେହ କରିବା ଏକ ବଡ଼ ଭୁଲ।”


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରେ ହୋଲି ଖେଳିଲେ ସ୍ବାମୀ, ପ୍ରେମିକ ସହ ରହୁଥିବା ବେଳେ ସ୍ତ୍ରୀକୁ ହାଣି ହତ୍ୟା

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ପ୍ରେମିକ ସହିତ ରହୁଥିବା ବେଳେ ସ୍ବାମୀ ଯାଇ ହତ୍ୟା କରିଥିବା…

ଅବକାରୀ ବିଭାଗର ଚଢ଼ାଉ: ମଦ ପ୍ରସ୍ତୁତି ସମୟରେ ହଠାତ୍‌…

ଜଳେଶ୍ୱର,୪ା୩(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଜଳେଶ୍ୱର ବ୍ଲକ ରାଇବଣିଆ…

ବାଥରୁମରେ ସନ୍ତାନ ଜନ୍ମ ଦେଲେ ୧୬ ବର୍ଷୀୟା ଛାତ୍ରୀ: ତା’ପରେ ଯାହା ଘଟିଲା, ଜାଣିଲେ ଫାଟିଯିବ କଲିଜା

ହାଇଦ୍ରାବାଦ୍‌,୪।୩: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ସୋମବାର ଏକ ହୃଦୟବିଦାରକ ଘଟଣା ଘଟିଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ରେ ଇଣ୍ଟରମିଡିଏଟ ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ…

ଭାରସାମ୍ୟ ହରାଇ ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ, ଭିତରେ ଥିଲେ…

ମୋହନା,୪ା୩(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିପଡ଼ିଲା ବୋଲେରୋ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ବ୍ୟକ୍ତି। ସୂଚନା ପ୍ରକାରେ ଅଡ଼ବା…

ରାଞ୍ଚିରେ ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣ, ଜାଣନ୍ତୁ କେତେ ଲାଗିଲା ଫାଇନ?

ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ରାଞ୍ଚିର ରାଜକୁମାର, କ୍ୟାପ୍ଟେନ କୁଲ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣଣ ।…

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ…

ହୋଲିରେ କମିଲା ସୁନା! ୨୨k କିଣିବାକୁ GST ଓ ମେକିଂ ଚାର୍ଜ ବାଦରେ ଦେବେ କେତେ?

ନୂଆଦିଲ୍ଲୀ,୪।୩: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ, ସୁନା ଏବଂ ରୂପା ଉପରେ ଚାପ ପଡିଛି, ଯାହା ଫଳରେ ରେଟ କମ ହୋଇଛି । ଲଗାତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri